ପ୍ରମୂଖ ଖବର
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ବାଂଲାଦେଶ କ୍ରିକେଟ୍‌ ବୋର୍ଡ଼ ନୂଆ ସଭାପତି ଅମିନୁଲ ଇସଲାମ, ଆଗାମୀ ବିସିବି ନିର୍ବାଚନ ପର୍ଯ୍ୟନ୍ତ ତୁଲାଇବେ ଦାୟିତ୍ୱ

Published By : Prameya | May 31, 2025 1:29 PM

ନୂଆଦିଲ୍ଲୀ,୩୧/୦୫: ପୂର୍ବତନ ଅଧିନାୟକ ଅମିନୁଲ  ଇସଲାମ ବାଂଲାଦେଶ କ୍ରିକେଟ୍‌ ବୋର୍ଡ଼ (ବିସିବି)ର ନୂଆ ସଭାପତି  ନିଯୁକ୍ତ ହୋଇଛନ୍ତି। ସେ  ଫାରୁକ ଅହମ୍ମଦଙ୍କ ସ୍ଥାନ  ନେଇଛନ୍ତି । ବାଂଲାଦେଶ  କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ  ଶୁକ୍ରବାର ଅହମ୍ମଦଙ୍କୁ  ସଭାପତି ପଦରୁ ବହିଷ୍କୃତ  କରାଯାଇଥିଲା । ଏହାର ୨୪  ଘଣ୍ଟା ମଧ୍ୟରେ ଅମିନୁଲଙ୍କୁ ନିଯୁକ୍ତ କରାଯାଇଛି । ସେ ଆଗାମୀ ବିସିବି ନିର୍ବାଚନ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ ବୋଲି  ଜଣାପଡ଼ିଛି । 

ଅମିନୁଲ ୧୯୯୯ ବିଶ୍ୱକପ୍‌ରେ ବାଂଲାଦେଶ ଦଳର  ନେତୃତ୍ୱ ନେଇଥିଲେ । ଟେଷ୍ଟ କ୍ରିକେଟରେ ବାଂଲାଦେଶର ପ୍ରଥମ  ବ୍ୟାଟର ଭାବେ ସେ ଶତକ ଅର୍ଜନ କରିଥିଲେ । ସେ ୧୩ଟି ଟେଷ୍ଟ  ଖେଳି ୫୩୦ ରନ୍‌ (୧ଶତକ, ୨ ଅର୍ଦ୍ଧଶତକ) ଏବଂ ୩୯ଟି  ଦିନିକିଆରୁ ୭୯୪ରନ୍‌ ସଂଗ୍ରହ କରିଥିଲେ । ଅମିନୁଲ ଏବେ  ଆଇସିସି ଡେଭଲପମେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.