ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ପୁଣିଥରେ ଜାତୀୟ ରେକର୍ଡ ଭାଙ୍ଗିଲେ ଅନିମେଷ କୁଜୁର; ୨୦୨୫ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଜିତିଲେ ବ୍ରୋଞ୍ଜ

Published By : Bijay Swain | May 31, 2025 11:57 PM

ଭୁବନେଶ୍ୱର: ଭାରତୀୟ ଆଥଲେଟିକ୍ସ ଓ ଓଡ଼ିଶା ରାଜ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତରେ, ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ହାଇ ପରଫରମାନ୍ସ ସେଣ୍ଟରର ଅନିମେଷ କୁଜୁର ୨୦୨୫ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ଏହି ଚାମ୍ପିଅନସିପ ଦକ୍ଷିଣ କୋରିଆର ଗୁମିରେ ଅନୁଷ୍ଠିତ ହୋଇଥିଲା।

ଓଡ଼ିଶା ସରକାର ଓ ରିଲାଏନ୍ସ ଫାଉଣ୍ଡେସନର ସହଭାଗିତାରେ ଟ୍ରେନିଂ ନେଉଥିବା ଅନିମେଷ ମାତ୍ର ୨୦.୩୨ ସେକେଣ୍ଡରେ ଦୌଡ଼ ସାରି ଚଳିତ ବର୍ଷ ଆରମ୍ଭରେ ନିଜେ ସ୍ଥାପନ କରିଥିବା ଜାତୀୟ ରେକର୍ଡକୁ ପୁନର୍ବାର ଭାଙ୍ଗି ଦେଇଛନ୍ତି। ଏହା ଓଡ଼ିଶାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ କୋଚିଂ ବ୍ୟବସ୍ଥାର ସଫଳତାକୁ ପ୍ରମାଣ କରୁଛି।

୨୧ ବର୍ଷୀୟ ଅନିମେଷଙ୍କୁ ପ୍ରଶଂସା କରି ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ହାଇ ପରଫରମାନ୍ସ ସେଣ୍ଟରର ମୁଖ୍ୟ କୋଚ ମାର୍ଟିନ ଓୱେନ୍ସ କହିଛନ୍ତି, "ଅନିମେଷ ଆଜି ଗୁମିରେ ଅସାଧାରଣ ପ୍ରଦର୍ଶନ କରିଛନ୍ତି ଏବଂ ୨୧ ବର୍ଷ ବୟସରେ ତାଙ୍କ ପ୍ରଥମ ବଡ଼ ଚାମ୍ପିଅନସିପରେ ଉଚ୍ଚ ସ୍ତରୀୟ ପ୍ରଦର୍ଶନ କରିଛନ୍ତି। ବ୍ରୋଞ୍ଜ ପଦକ ହାସଲ କରିବା ହାଇ ପରଫରମାନ୍ସ ସେଣ୍ଟର ଟିମ ଏବଂ ଓଡ଼ିଶାର ସମସ୍ତ ସମ୍ପୃକ୍ତ ଲୋକଙ୍କ ପାଇଁ ଏକ ଉଲ୍ଲେଖନୀୟ ସଫଳତା। ଆମ ସେଣ୍ଟରରେ ସମର୍ଥନ ଏବଂ ସାମଗ୍ରିକ ଦୃଷ୍ଟିକୋଣ ରହିଛି। ଆଗକୁ ଯାଇ ଯଦି ସମସ୍ତ ପ୍ରସ୍ତୁତି ଠିକ୍ ହୁଏ, ତେବେ ବିଶ୍ୱ ଚାମ୍ପିଅନସିପ ଅନିମେଷଙ୍କ ପାଇଁ ଅସମ୍ଭବ ନୁହେ।"

ଚାମ୍ପିଅନସିପରେ ନିଜର ସଫଳତା ପରେ ଉତଫୁଲ୍ଲିତ ଅନିମେଷ କୁଜୁର କହିଛନ୍ତି ଯେ, "ମୋର ପ୍ରଥମ ଆନ୍ତର୍ଜାତୀୟ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତି ମୁଁ ବହୁତ ଗର୍ବିତ। ଷ୍ଟାର୍ଟିଂ ଲାଇନରେ ମୁଁ ମାନସିକ ଭାବେ ସୁସ୍ଥ ଥିଲି ଏବଂ ମୋ କ୍ଷମତା ଉପରେ ଆତ୍ମବିଶ୍ୱାସୀ ଥିଲି। ଫାଇନାଲ ରେସ୍‌ରେ ମୁଁ ଧୈର୍ଯ୍ୟ ବଜାୟ ରଖିଥିଲି ଏବଂ ପୁନର୍ବାର ଜାତୀୟ ରେକର୍ଡ ଭାଙ୍ଗି ଖୁସି ଲାଗୁଛି। ତେବେ ଏହା ଏକ ଆରମ୍ଭ ମାତ୍ର ଏବଂ ନିକଟ ଭବିଷ୍ୟତରେ ମୁଁ ଆହୁରି ଉଚ୍ଚତା ହାସଲ କରିବି।"

ଏହି ଚାମ୍ପିଅନସିପରେ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ଆଥଲେଟମାନେ ସର୍ବକାଳୀନ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରି ମୋଟ ୫ଟି ପଦକ ଯାହା ମଧ୍ୟରେ ୩ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ଭାରତକୁ ୨୪ଟି ପଦକ ସହ ଦ୍ୱିତୀୟ ସ୍ଥାନରେ ସ୍ଥାନିତ କରିଛି। ଯାହା ଚାମ୍ପିଅନସିପ ଇତିହାସରେ ଭାରତର ସର୍ବୋତ୍କୃଷ୍ଟ ପ୍ରଦର୍ଶନ। ଜ୍ୟୋତି ୟାରାଜି (୧୦୦ ମିଟର ହର୍ଡଲ), ଗୁଲବୀର ସିଂ (୫୦୦୦ ମିଟର ଓ ୧୦୦୦୦ ମିଟର) ସ୍ୱର୍ଣ୍ଣ ଜିତିଥିବା ବେଳେ ଆନ୍ସି ସୋଜାନ (ମହିଳା ଲଙ୍ଗ ଜମ୍ପ) ରୌପ୍ୟ ଏବଂ ଅନିମେଷଙ୍କ ବ୍ରୋଞ୍ଜ ଟିମର ସଫଳତାକୁ ପୂର୍ଣ୍ଣ କରିଛି।

ଗୁମିରେ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଏବଂ ଭାରତୀୟ ଯୁବକମାନଙ୍କୁ ବିଶ୍ୱ ସ୍ତରରେ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟ ପ୍ରଦର୍ଶନ କରିବା ପାଇଁ ସଶକ୍ତ କରିବାରେ ଏହାର ଦୃଷ୍ଟିକୋଣକୁ ପ୍ରମାଣ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.