ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର

Published By : Prameya | May 31, 2025 7:59 AM

ଭୁବନେଶ୍ୱର,୩୧/୦୫: ଏକାମ୍ରର ଆରାଧ୍ୟ ଦେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ବୈଦିକ ରୀତିରେ କେଦାର  ଗୌରୀ ମନ୍ଦିର ପରିସରରେ ଶୁକ୍ରବାର  ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି । ଶ୍ରୀଜୀଉଙ୍କ ବଡ଼ ସିଂହାର ବେଶ ବଢ଼ିବା ପରେ ମଥାରେ ପଗଡି ପିନ୍ଧି ପାଲିଙ୍କି ଚଢ଼ି  ବର ବେଶରେ ଶୋଭାଯାତ୍ରା ଓ ରୋଷଣୀ  ନେଇ ବାହାରିଥିଲେ । ଏହା ପୂର୍ବରୁ  ବରଯାତ୍ରୀମାନଙ୍କୁ ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା। ଆଧୁନିକ  ଡିଜେ ନୁହେଁ କେବଳ ପାରମ୍ପରିକ ବାଦ୍ୟରେ  ମୁଖରିତ ହୋଇଉଠୁଥିଲା ଆଉ ଆଲୁଅର  ରୋଷଣିରେ ଝଲସୁ ଥିଲା ଏକାମ୍ର କ୍ଷେତ୍ର ।  ଶ୍ୱଶୁର ଘର ପହଞ୍ଚିବା ପରେ ଜ୍ୱାଇଁଙ୍କୁ ବାଟ ବରଣୀ କରି ବିବାହ ବେଦୀକୁ ବିଜେ  କରାଯାଇଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ  ମା'ପାର୍ବତୀଙ୍କ ସହ ହସ୍ତଗଣ୍ଠି ପଡ଼ିଥିଲା ।  ବିବାହ ନୀତି ସମୟରେ ବ୍ରାହ୍ମଣମାନେ  ମନ୍ତ୍ରପାଠ କରୁଥିଲେ । ହୋମ ନିଆଁ  ଜଳୁଥିଲା । ନବ ଦମ୍ପତି କଉଡ଼ି ଖେଳି ଥିଲେ ।  ବର କନିଆ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ ଲିଙ୍ଗରାଜ ଓ ମା’ପାର୍ବତୀ ।  

ଶନିବାର ତମାମ ସମସ୍ତ ଦେବ ନୀତି  ବଢିବା ପରେ ରାତି ଦଶଟାରେ ଶୀତଳ  ଷଷ୍ଠୀ ଯାତ୍ରା ଆରମ୍ଭ ହେବ । ଏହା ପୂର୍ବରୁ  ଶ୍ରଦ୍ଧାଳୁଙ୍କ ନିମନ୍ତେ କେଦାର ଗୌରୀ ମନ୍ଦିରରେ  ଭୋଜିର ଆୟୋଜନ ମନ୍ଦିର ପରିଚାଳନା  କମିଟି ଦ୍ୱାରା କରାଯାଇଛି ବୋଲି ସମ୍ପାଦକ  ଲୁଲୁ ମହାପାତ୍ର ଓ ମିହିର ମହାପାତ୍ର ସୂଚନା  ଦେଇଛନ୍ତି । ଶୀତଳ ଷଷ୍ଠୀ କମିଟି ଶୋଭାଯାତ୍ରା  ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏଥର  ଶୋଭାଯାତ୍ରାରେ ଓଡ଼ିଶାର ପ୍ରସିଦ୍ଧ ଗୋଟିପୁଅ  ନୃତ୍ୟ, ଘଣ୍ଟ, ଦୁଲଦୁଲି, ଗଞ୍ଜାମର ଯୋଡ଼ି  ଶଙ୍ଖ, ସମ୍ବଲପୁରୀ, ବାରିପଦାର ଛଉ ନୃତ୍ୟ,  ଢୋଲ, ମହୁରୀ, ବନ୍ୟ ଜନ୍ତୁ ବେଶ, କଣ୍ଢେଇ  ନାଚ, ଘୋଡା ନାଚ, ମାଦଳ, ମହିଳା କଳସ  ନୃତ୍ୟ, ଦେବଦେବୀ ବେଶ, ବନାଟି ଆଦି  ନୃତ୍ୟ ପରିବେଷଣ କରାଯିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.