ଭୁବନେଶ୍ୱର, ୧୦।୫: ଅନିୟମିତ ଦିନଚର୍ଯ୍ୟା ଓ ଭୁଲ୍ ଖାଦ୍ୟପେୟ ହିଁ ହୃଦ୍ରୋଗ ଆଶଙ୍କାକୁ ବଢ଼ାଇ ଦେଇଛି । ପୂର୍ବରୁ ୫୦ ବର୍ଷ ଟପିଲେ ଲୋକଙ୍କୁ ହୃଦ୍ ସମସ୍ୟା ଦେଖାଦେଉଥିଲା । କିନ୍ତୁ, ଏବେ ଅଳ୍ପ ବୟସରୁ ଲୋକେ ହାର୍ଟ ଆଟାକ୍ର ଶିକାର ହେଉଛନ୍ତି । ହେଲେ ହାର୍ଟ ଆଟାକ୍ର ଶିକାର ହେଉଛନ୍ତି । ହେଲେ ହାର୍ଟ ଆଟାକ୍ ଆସିବା ପୂର୍ବରୁ କିଛି ଲକ୍ଷଣ ଦେଖାଦେଇଥାଏ । ଏହି ଲକ୍ଷଣକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ଏହିସବୁ ଲକ୍ଷଣ ଦେଖାଦେବା କ୍ଷଣି ତୁରନ୍ତ ଡାକ୍ତରଙ୍କ ପରାମର୍ସ ନିଅନ୍ତୁ ଓ ଉପଚାର କରିବା ଦ୍ୱାରା ଆପଣ ସୁସ୍ଥ ଜୀବନ ବିତାଇ ପାରିବେ । ଆସନ୍ତୁ ଜାଣିବା ହାର୍ଟ ଆଟାକ୍ ପୂର୍ବ ସଙ୍କେତ କ’ଣ ସବୁ ରହିଛି ?
ଛାତିରେ ଯନ୍ତ୍ରଣା :
ଯଦି ଆପଣଙ୍କ ଛାତିରେ ଖୁବ୍ ଜୋରରେ ଯନ୍ତ୍ରଣା ହେଉଛି, ଶରୀର ଭାରି ଲାଗୁଛି, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି, ତେବେ ଏହା ହୃଦୟ ସମସ୍ୟା ସମ୍ୱନ୍ଧୀୟ । ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ପେଟ ସମ୍ୱନ୍ଧୀୟ ସମସ୍ୟା :
ହୃଦ୍ ସମ୍ୱନ୍ଧୀୟ ରୋଗର ମୁଖ୍ୟ କାରଣ ହେଉଛି ପାଚନ ସମ୍ୱନ୍ଧୀୟ ସମସ୍ୟା । ଯଦି ଖାଇ ସାରିବା ପରେ ବଦହଜମି ଭଳି ସମସ୍ୟା ଦେଖାଦେଉଛି ଏବଂ ଛାତିରେ କିଛି ଅସହଜ ଅନୁଭବ କରୁଛନ୍ତି । ତେବେ ଏହାକୁ ହୃଦ୍ରୋଗର ସଙ୍କେତ ଭାବେ ଗ୍ରହଣ କରାଯାଇପାରେ । ଏ ସମସ୍ତ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ ।
ଗୋଡ଼ ଫୁଲିବା :
ରିପୋର୍ଟ ଅନୁସାରେ, ହଠାତ୍ ପାଦ ଫୁଲିବା ହାର୍ଟ ସମସ୍ୟାର ସଙ୍କେତ । ଯେତେବେଳେ ହାର୍ଟ ଭଲଭାବେ ଫଙ୍କସନ୍ କରିପାରେନାହିଁ, ସେତେବେଳେ ପାଦ ଫୁଲିଯାଏ ।
ଥକ୍କା ଅନୁଭବ କରିବା :
ହୃଦୟ ସମସ୍ୟା ଦେଖାଦେଲେ ଶରୀରର କିଛି ଅଂଶକୁ ରକ୍ତ ପ୍ରବାହିତ ଠିକ୍ ଭାବେ ହୋଇପାରେନାହିଁ । ଯେଉଁଥିପାଇଁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ଯଦି ଆପଣ କୌଣସି କାମ ନ କରି ଥକ୍କା ଅନୁଭବ କରୁଛନ୍ତି ତେବେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
ରକ୍ଷାପାଇବେ କିପରି ?
ହାର୍ଟ ସମ୍ୱନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଡାଏଟ୍ ଉପରେ ଧ୍ୟାନ ଦିଅନ୍ତୁ । ସ୍ମୋକିଂ ଓ ଡ୍ରିକିଂରୁ ଦୂରେଇ ରୁହନ୍ତୁ । କ୍ଷୀର ଚା’ ପିଅନ୍ତୁ ନାହିଁ । ସବୁଜ ପନିପରିବା ଖାଆନ୍ତୁ । ଗଜା, ବୁଟ ଓ ମୁଗ ଖାଆନ୍ତୁ । ନିୟମିତ ବ୍ରିଦିଂ ଏକ୍ସରସାଇଜ୍ କରନ୍ତୁ । ପ୍ରଚୁର ପାଣି ପିଅନ୍ତୁ । ଫଳ ରସ ଓ ପଇଡ଼ ପାଣି ପିଅନ୍ତୁ ।