ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରାତିରେ ଭାତ ଖାଇଲେ ସ୍ୱାସ୍ଥ୍ୟ ଉପରେ ପଡ଼େ କୁପ୍ରଭାବ...

ଭୁବନେଶ୍ୱର, ୨୬।୭: ମଧୁମେହ ବଢ଼ାଏ ଭାତକୁ ହାଇ ଗ୍ଲାଇସେମିକ୍ ଫୁଡ୍ କୁହାଯାଏ । ଅର୍ଥାତ୍ ହାଇ ଗ୍ଲାଇସେମିକ୍ ଖାଦ୍ୟ ଖୁବ୍ ଶୀଘ୍ର ହଜମ ହୋଇ ଶରୀରରେ ଶର୍କରା ସୃଷ୍ଟି କରିଥାଏ । ଏଣୁ ମଧୁମେହ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତି ଭାତ ସେବନ କମ୍ କରିବା ଉପଯୋଗୀ ହୋଇଥାଏ । ସେହିପରି ରାତି ସମୟରେ ଭାତ ଖାଇଲେ ମଧୁମେହ ଥିବା ବ୍ୟକ୍ତିଙ୍କ ସମସ୍ୟା ଆହୁରି ବଢ଼ାଇଥାଏ । 

ହୃଦୟ ସମସ୍ୟା ସୃଷ୍ଟି କରେ:

ରାତିରେ ଭାତ ଖାଇବା ଦ୍ୱାରା ମେଟାବଲିକ୍ ଅର୍ଥାତ୍ ମୋଟା ହେବାର ଆଶଙ୍କା ରହିଥାଏ । ଏଥିରେ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି ହେବା ସହ ହାଇ ଟ୍ରାଇଗ୍ଲାଇସରାଇଡ୍ ଏବଂ ଗୁଡ୍ କୋଲେଷ୍ଟ୍ରଲ୍ ହ୍ରାସ ହୋଇଥାଏ । ଯାହା ହୃଦ୍‌ ସମସ୍ୟାର ଆଶଙ୍କା ବୃଦ୍ଧି କରେ । 

ମେଦ ବୃଦ୍ଧି:

ରାତିରେ ଭାତ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ଭାତରେ କାର୍ବୋହାଇଡ୍ରେଡ୍, ଫାଇବର ଓ ଭିଟାମିନ୍-ବି ଅଧିକ ରହିଥାଏ । ଏସବୁ ଶରୀରରେ ଚର୍ବି ବୃଦ୍ଧି କରିଥାଏ । 

ବଦହଜମି ସମସ୍ୟା ହୁଏ:

ଦିନବେଳା ଭାତ ଖାଇ ଶାରୀରିକ କାର୍ଯ୍ୟ କରିବା ଦ୍ୱାରା ଏହା ସହଜରେ ହଜମ ହୋଇଯାଏ । କିନ୍ତୁ, ରାତିରେ ଶରୀର ବିଶ୍ରାମ କରିଥାଏ । ଏଣୁ ଏହି ସମୟରେ ଭାତ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମନ୍ଥର ହୋଇଯାଇ ଗ୍ୟାସ୍, ବଦହଜମି, କୋଷ୍ଠକାଠିନ୍ୟ ଆଦିର ସମସ୍ୟା ଦେଖାଯାଏ । 

ନିଦ ବଢ଼ାଏ:

ଭାତ ଖାଇଲେ ଶରୀରରେ ଟ୍ରାଇପ୍ଟୋଫାନ ନାମକ ଏକ ଏସିଡ୍ ଅଧିକ କ୍ଷରଣ ହୁଏ, ଯାହା ନିଦ ବୃଦ୍ଧି କରାଇଥାଏ । ଅଧିକ ଶୋଇବା ଦ୍ୱାରା ଶରୀର ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଏହା କୁପ୍ରଭାବ ପକାଇଥାଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.