ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସ୍ୱାସ୍ଥ୍ୟ ପାଇଁ ଉପକାରୀ ସିଝା ବାଦାମ; ଡାଇବେଟିସ୍ ରୋଗୀଙ୍କୁ ମିଳେ ଫାଇଦା

ବାଦାମ ଖାଇବା ସମସ୍ତଙ୍କୁ ପସନ୍ଦ । କିଏ ସିଝା ଖାଏ ତ ଆଉ କି ଭଜା ଖାଏ । ତେବେ ଏହି ବାଦାମ କେବଳ ସ୍ବାଦରେ ନୁହେଁ, ସ୍ବାସ୍ଥ୍ୟ ପାଇଁ ବି ବେଶ୍ ଉପଯୋଗୀ । ବାଦାମରେ ପ୍ରୋଟିନ, ଫାଇଭର, ଆଇରନ, କ୍ୟାଲେସିୟମ ରହିଥିବାରୁ ଶରୀର ପାଇଁ ହିତକର ମନେ କରାଯାଏ । ଏଥିରେ ପ୍ରଚୁର ମାତ୍ରାରେ ଥିବା ପ୍ରୋଟିନ ଆମ ଶରୀରକୁ ଶକ୍ତି ଯୋଗାଇବା ସହ ଡାଇବେଟିସ୍ ରୋଗୀଙ୍କ ସୁଗାର ସ୍ତର ନିୟନ୍ତ୍ରଣରେ ରଖେ । ସେହିପରି ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ମଧ୍ୟ କମ୍ କରେ ।  ହେଲେ ଆପଣ ଜାଣନ୍ତି କି  ଭଜା ଅପେକ୍ଷା ସିଝା ବାଦାମରୁ ଅନେକ ସ୍ବାସ୍ଥ୍ୟପଯୋଗୀ ଫାଇଦା ମିଳେ । ଜାଣନ୍ତୁ ସିଝା ବାଦାମ ଖାଇବାର ଫାଇଦା-

ଆଣ୍ଟିଅକ୍ସିଡେଣ୍ଟ ଗୁଣ: ଚିନାବାଦାମ ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୂର । ଏହା ଶରୀରରେ ଫ୍ରି ରେଡିକଲ୍ସ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଆଣ୍ଟିଅକ୍ସିଡେଣ୍ଟ ଗୁଣ ଅକ୍ସିଡେଟିଭ ଚାପ କମ୍ କରେ । ଅକ୍ସିଡେଟିଭ ଚାପ କୋଷିକା ନଷ୍ଟ, କ୍ୟାନ୍ସର ଓ ହୃଦରୋଗ ଭଳି ସମସ୍ୟାର କାରଣ ହୋଇଥାଏ ।

ନ୍ୟୁଟ୍ରିଏନ୍ସ: ସିଝା ବାଦାମରୁ ଶରୀରକୁ ପ୍ରଚୁର ପୋଷକତତ୍ତ୍ବ ମିଳେ । ଏଥିରେ ସୁସ୍ଥ ଶରୀର ପାଇଁ ଆବଶ୍ୟକ ପ୍ରୋଟିନ, ଫାଇବାର, ଆଇରନ, ବିଭିନ୍ନ ଭିଟାମିନ ଓ ମିନେରାଲ ସହ ଅନେକ ଜରୁରୀ ନ୍ୟୁଟ୍ରିଏନ୍ସ ରହିଥାଏ । ଯାହାକି ଆମର ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ।

ବ୍ଲଡସୁଗାର ନିୟନ୍ତ୍ରଣ କରେ: ସିଝା ବାଦାମ ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁବ୍ ଉପଯୋଗୀ । ଏଥିରେ ଥିବା ଫାଇବାର ସୁଗାର ଅବଶୋଷଣକୁ କମ୍ କରିଥାଏ ଓ ବ୍ଲଡସୁଗାର ସ୍ତର ନିୟନ୍ତ୍ରଣ ରଖେ । ସିଝା ବାଦାମ ସାଧାରଣତଃ ସୁଗାର ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଏକ ଭଲ ଭୋଜନ ଭାବେ ଗ୍ରହଣ କରାଯାଏ ।

ହେଲ୍‌ଦି ଫ୍ୟାଟ: ବାଦାମରେ ମୋନୋଅନସ୍ୟାଚୁରେଟେଡ ଓ ପଲିଅନସ୍ୟାଚୁରେଟେଡ ଫ୍ୟାଟ ରହିଛି । ଡାକ୍ତରଙ୍କ କହିବା କଥା, ଏହା ହାର୍ଟ ସୁସ୍ଥ ରଖିବାରେ ସହାୟକ ହୁଏ । ସୀମିତ ମାତ୍ରାରେ ସିଝା ବାଦାମ ଖାଇବା ଦ୍ବାରା ଖରାପ କୋଲେଷ୍ଟ୍ରୋଲ କମ୍ ହୋଇଥାଏ ଓ ହୃଦରୋଗ ଆଶଙ୍କା ମଧ୍ୟ କମାଇଥାଏ ।

ମାନସିକ ସ୍ବାସ୍ଥ୍ୟ: ସିଝା ବାଦାମରେ ଫୋଲେଟ ଓ ନିୟାସିନ ଭଳି ପୋଷକତତ୍ତ୍ବ ରହିଥାଏ, ଯାହା ମସ୍ତିଷ୍କ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ । ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ସିଝା ବାଦାମ ବେଶ୍ ସ୍ବାସ୍ଥ୍ୟପୋଯୋଗୀ ଅଟେ ।

ଓଜନ ନିୟନ୍ତ୍ରଣ କରେ: ବାଦାମରେ ଅଧିକ କ୍ୟାଲୋରୀ ଥାଏ । ହେଲେ ଏହାର ହାଇପ୍ରୋଟିନ ଓ ଫାଇବର ପେଟ ଫୁଲ ରଖେ ଓ ଭୋକ କମାଏ । ଯଦି ଆପଣ ଏହାକୁ ନିଜର ଦୈନିକ ଡାଏଟରେ ସାମିଲ କରୁଛନ୍ତି, ତାହେଲେ ଆପଣଙ୍କ ଖାଦ୍ୟ ସନ୍ତୁଳିତ ରହିବା ସହ ଓଜନ ମଧ୍ୟ ବଢିବ ନାହିଁ ।





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.