ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ହୋଲି ପରେ ମୀନ ରାଶିରେ ପ୍ରବେଶ କରିବେ ଶନି ଦେବତା, ବଦଳି ଯିବ ଏହି ୩ ରାଶିର ଭାଗ୍ୟ...

Published By : Harapriya Sethi | February 13, 2025 11:39 AM

ନୂଆଦିଲ୍ଲୀ, ୧୩/୦୨: ଶନି ହେଉଛନ୍ତି ନ୍ୟାୟର ଦେବତା । ଶନି ଦେବତା ଦୋଳ ପୂର୍ଣ୍ଣିମା ପରେ ରାଶି ପରିବର୍ତ୍ତନ କରିବେ । ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ପଡୁଛି ଦୋଳ ପୂର୍ଣ୍ଣିମା । ଏହାର ୨ ସପ୍ରାହ ପରେ ଶନି ଦେବତା କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ । ଏହି ସମୟ ଅବଧି ମଧ୍ୟରେ କିଛି ରାଶିର ବ୍ୟକ୍ତିଙ୍କୁ ଶନି ଦେବତା ବିଭିନ୍ନ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବେ । ହେଲେ ଶନିଙ୍କ ରାଶି ପରିବର୍ତ୍ତନ ତିନିଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ।

ଶନି ଗୋଚର ତିଥି-

ବୈଦିକ ପଞ୍ଚାଙ୍ଗ ଅନୁଯାୟୀ, କର୍ମଫଳ ଦାତା ଶନି ଦେବତା ମାର୍ଚ୍ଚ ୨୯ ତାରିଖ ରାତି ୧୧ଟା ୦୧ ମିନିଟ୍‌ରେ କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ । ମୀନ ରାଶିକୁ ଗୁରୁଙ୍କ ରାଶି ବୋଲି ବିବେଚନା କରାଯାଏ । ତେଣୁ ଶନିଦେବ ଗୁରୁଙ୍କ ମୀନ ରାଶିରେ ପ୍ରବେଶ କରିବା ଦ୍ୱାରା ଅନେକ ଲୋକ ଉପକୃତ ହେବେ । ହେଲେ କିଛି ରାଶିର ବ୍ୟକ୍ତିଙ୍କୁ ଶନି ଦେବ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବା ସହ ଧନ ଲାଭର ମଧ୍ୟ ସୁଯୋଗ ଦେବେ । 

କର୍କଟ ରାଶି- 

ଶନି ଦେବ ମାର୍ଚ୍ଚ ୨୯ ତାରିଖରେ ମୀନ ରାଶିରେ ପ୍ରବେଶ କରି ନବମ ଘରେ ଗୋଚର କରିବେ। ଏହି ସମୟରେ ଶନି ଦେବ ଭାଗ୍ୟ ଘରେ ରହିବା କାରଣରୁ, କର୍କଟ ରାଶିର ଲୋକଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି । ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଏହି ସମୟ ବହୁତ ଭଲ ହେବ । ଆପଣ କ୍ୟାରିୟରରେ ନୂତନ ଶିଖର ଛୁଇଁବେ ଏବଂ କିଛି ଅପ୍ରତ୍ୟାଶିତ ଉତ୍ସରୁ ମଧ୍ୟ ଟଙ୍କା ଆସିପାରେ । ଦୀର୍ଘ ସମୟ ପାଇଁ କରାଯାଇଥିବା ନିବେଶ ମଧ୍ୟ ଆପଣଙ୍କୁ ଭଲ ଲାଭ ଦେବ। ଚାକିରି କରୁଥିବା ଲୋକମାନେ ନିଜର ଆୟରେ ଇଚ୍ଛା ଅନୁଯାୟୀ ବୃଦ୍ଧି ପାଇବେ। ଏହି ରାଶିର ଛାତ୍ରମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। ସେମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବାର ବହୁ ସମ୍ଭାବନା ରହିଛି । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଥିବା ଲୋକଙ୍କ ସ୍ୱପ୍ନକୁ ମଧ୍ୟ ଶନି ଦେବତା ପୂରଣ କରିବେ। ବ୍ୟବସାୟୀମାନେ ଭଲ ଡିଲ୍ ପାଇବେ। ଏହି ସମୟରେ ଆପଣ ପୂର୍ବରୁ କରିଥିବା କଠିନ ପରିଶ୍ରମର ଫଳ ପାଇବେ ଏବଂ ପାରିବାରିକ ପରିବେଶ ମଧ୍ୟ ସକାରାତ୍ମକ ରହିବ।

ବିଛା ରାଶି- 

ମାର୍ଚ୍ଚ ମାସରେ ଶନି ଦେବତା ମୀନ ରାଶିରେ ପ୍ରବେଶ କରିବା ପରେ ବିଛା ରାଶିର ପଞ୍ଚମ ଘରେ ପ୍ରଭାବ ପକାଇବେ। ଏହି ଗୋଚର ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଅନେକ ଦୃଷ୍ଟିରୁ ଉତ୍ତମ ପ୍ରମାଣିତ ହେବ । ଏହି ସମୟରେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ରହିଛି । ଏହା ସହିତ କର୍ମକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ପ୍ରଶଂସା ମିଳିବ । ସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକମାନେ ଉଚ୍ଚ ପଦବୀରେ ପହଞ୍ଚିବେ। ମାର୍ଚ୍ଚ ମାସ ପରେ ପାରିବାରିକ ପରିବେଶ ଆହୁରି ସୁଖମୟ ହେବ। ଏହି ରାଶିର ଛାତ୍ରମାନଙ୍କର ଏକାଗ୍ରତା ବୃଦ୍ଧି ପାଇବ । ଯାହାଦ୍ୱାରା ସେମାନେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ। ଯଦି ଆପଣ ଭୂମି, ଘର କିମ୍ବା ଯାନବାହାନ କିଣିବାକୁ ଭାବୁଛନ୍ତି, ତେବେ ଶନି ଦେବ ଆପଣଙ୍କର ଏହି ଏହି ସ୍ୱପ୍ନକୁ ପୂରଣ କରିବେ। ମୀନ ରାଶିରେ ଶନିଙ୍କ ଗୋଚର ବିଛା ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ବୃଦ୍ଧି ସହ ସାମାଜିକ ସ୍ତରରେ ମଧ୍ୟ ପ୍ରତିଷ୍ଠା ବୃଦ୍ଧି କରିବ।

କୁମ୍ଭ ରାଶି- 

ମୀନ ରାଶିରେ ଗୋଚର କରିବା ପରେ ଶନି ଦେବ କୁମ୍ଭ ରାଶିର ଦ୍ୱିତୀୟ ଘରେ ପ୍ରବେଶ କରିବେ। କୁମ୍ଭ ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ହେବ । ମାର୍ଚ୍ଚ ମାସ ପରେ ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ଧୀରେ ଧୀରେ ଉନ୍ନତି ହେବ । ଏହି ସମୟରେ ଆପଣ ଟଙ୍କା ବିନିଯୋଗ ମଧ୍ୟ କରିପାରିବେ। କୁମ୍ଭ ରାଶିର ବ୍ୟକ୍ତିଙ୍କର ଅଟକି ରହିଥିବା ଏନେକ କାମ ଏହି ସମୟରେ ସମାପ୍ତ ହେବ । ଶନି ଦେବତାଙ୍କ ଏହି ଗୋଚର ସମୟରେ ଆୟର ଏକ ନୂତନ ଉତ୍ସ ମିଳିପାରେ । ପରିବାରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ହୋଇପାରେ । ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.