ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ସେରଗଡ଼ ଓଭରବ୍ରିଜ୍ ଉପରେ ଜଳିଗଲା ସ୍କୁଟି, ଅଳ୍ପକେ ବର୍ତ୍ତିଲେ ଚାଳକ

Published By : Prameya | February 13, 2025 10:52 AM

ନୀଳଗିରି/ଖନ୍ତାପଡ଼ା ୧୩/୨ : ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅଧିନ ଜାତୀୟ ରାଜପଥ ସେରଗଡ଼ ଓଭରବ୍ରିଜ୍ ଉପରେ ଜଳିଗଲା ସ୍କୁଟି। ଅଳ୍ପକେ ବର୍ତ୍ତିଲେ ଚାଳକ। ଗୁରୁବାର ଦିନ ୯ଟାରେ ଏହି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। 

ସୂଚନାନୁଯାୟୀ, ଗୁରୁବାର ସକାଳ ୯ଟା ବେଳେ ସୋର ଥାନା ଅଧିନ ସୀତାପୁର ଅଞ୍ଚଳର ବିଶ୍ଵଜିତ ମହାନ୍ତି ତାଙ୍କ ସ୍କୁଟି ଯୋଗେ ଯାଉଥିଲା। ସେରଗଡ଼ ଓଭରବ୍ରିଜ୍ ଉପରେ ହଠାତ୍ ସ୍କୁଟିରୁ ଧୂଆଁ ବାହାରିଥିଲା। ଏହା ଦେଖି ବିଶ୍ଵଜିତ୍ ସ୍କୁଟିଟିକୁ ରାସ୍ତା ଉପରେ ଠିଆ କରି କିଛି ଦୂରକୁ ଚାଲିଯାଇଥିଲେ। ଦେଖୁଦେଖୁ ସ୍କୁଟିଟି ହୁତୁହୁତୁ ହୋଇ ଜଳି ଉଠିଥିଲା। କ୍ଷଣିକ ମଧ୍ୟରେ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଖବର ପାଇ ଖଣ୍ଡପଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖଣ୍ଡପଡ଼ା ପୋଲିସ ସ୍କୁଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। 

ଏହି ଖବରଟିକୁ ପଢନ୍ତୁ-କ୍ରିପ୍ଟୋ କରେନ୍ସି କାରବାର ପାଇଁ ଶିକ୍ଷକଙ୍କୁ ଅପହରଣ ଘଟଣା, ଅପହୃତ ଶିକ୍ଷକ ଉଦ୍ଧାର


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.