ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ହୃଦଘାତର ଶିକାର ହେଲେ ସ୍କୁଲ ଭ୍ୟାନ୍‌ ଡ୍ରାଇଭର , ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ୨୦ପିଲାଙ୍କ ଜୀବନ

ଚେନ୍ନାଇ – କୁହନ୍ତି ପ୍ରକୃତ ନାୟକ ସେ ହୋଇଥାନ୍ତି , ଯିଏ ନିଜ ଜୀବନର ଚିନ୍ତା ନକରି ଅନ୍ୟର ଜୀବନ ରକ୍ଷା କରିଥାନ୍ତି। ତାମିଲନାଡୁର ତିରୁପୁର ଜିଲ୍ଲାରେ ଏକ ଏମିତି ହିଁ ମାମଲା ଦେଖିବାକୁ ମିଳିଛି , ଯେଉଁଠି ହୃଦଘାତର କାରଣରୁ ମୃତ୍ୟୁ ପୂର୍ବରୁ ଜଣେ ସ୍କୁଲ୍‌ ଭ୍ୟାନ୍‌ ଡ୍ରାଇଭର ୨୦ ଜଣ ପିଲାଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ଡ୍ରାଇଭର ଭ୍ୟାନକୁ ସୁରକ୍ଷିତ ଭାବେ ସଡ଼କ ପାର୍ଶ୍ୱରେ ରୋକି ଦେଇଥିଲେ ଏବଂ ଏହାର କିଛି କ୍ଷଣ ପରେ , ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଡ୍ରାଇଭରଙ୍କୁ ହସ୍ପିଟାଲ ନିଆଯାଇ ଥିଲା , ସେଠାରେ ତାଙ୍କୁ ମୃତ ଘୋଷିତ କରିଦିଆ ଯାଇଥିଲା। 

ଇଣ୍ଡିଆ ଟୁଡେ ରିପୋର୍ଟ ମୁତାବିକ, ଏହି ଘଟଣା ବୁଧବାର, ୨୪ ଜୁଲାଇରେ ହୋଇଛି, ଯେବେ ସେମଲୈୟାପ୍ପନ (୪୯) ଭେଲ୍ଲାକୋଇଲର ଏଏନଭି ମେଟ୍ରିକ୍‌ ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଘରେ ଛାଡ଼ିବାକୁ ନେଇ ଯାଉଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇ ଥିଲା ଏବଂ ବଡ଼ ମୁସ୍କିଲରେ ସେ ଗାଡ଼ିକୁ ରାସ୍ତା ପାର୍ଶ୍ୱରେ ସୁରକ୍ଷିତ ଉପାୟରେ ପାର୍କ କରିଥିଲେ। ଭ୍ୟାନରେ ପାଖାପାଖି ୨୦ ଜଣ ସ୍କୁଲ ପିଲା ଥିଲେ। ଡ୍ରାଇଭରଙ୍କ ତତ୍ପରତା ଓ ସାହସ ଯୋଗୁଁ ଭ୍ୟାନ୍‌ରେ ଥିବା ସବୁ ଛାତ୍ରଛାତ୍ରୀ ସୁରକ୍ଷିତ ରହିଥିଲେ। 

ଚାଳକଙ୍କର ଏହି କାର୍ଯ୍ୟକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଉଛି। ସ୍କୁଲ୍‌ ପିଲାଙ୍କ ସହ ଡ୍ରାଇଭରଙ୍କର ସିଟ୍‌ରେ ବେହୋସ୍‌ ବସି ଥିବା ସେମଲୈୟାପ୍ପନଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ୟୁଜରମାନେ ଡ୍ରାଇଭରଙ୍କ ସାହସିକତାପୂର୍ଣ୍ଣ କାର୍ଯ୍ୟକୁ ସଲାମ କରୁଛନ୍ତି। ଅନ୍ୟପଟେ ତାଙ୍କ ପରିବାର ଓ ସଂପ୍ରଦାୟରେ ଶୋକର ଛାୟା ଖେଳି ଯାଇଛି। 

 ଉଲ୍ଲେଖନୀୟ ଯେ, ଡ୍ରାଇଭରଙ୍କ ପତ୍ନୀ ମଧ୍ୟ ଏହି ସ୍କୁଲରେ ସହାୟିକା ଭାବେ କାମ କରନ୍ତି ଏବଂ ଯେବେ ତାଙ୍କର ସ୍ୱାମୀ ଚେତାଶୂନ୍ୟ ହୋଇଗଲେ , ସେ ମଧ୍ୟ ସେହି ଭ୍ୟାନ୍‌ରେ ହିଁ ଥିଲେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସମେତ ଅନେକ ଲୋକ ଡ୍ରାଇଭରଙ୍କ ବୀରତାପୂର୍ଣ୍ଣ କାର୍ଯ୍ୟର ପ୍ରଶଂସା କରିଛନ୍ତି , ଯିଏ ନିଜେ ମୃତ୍ୟୁର ଦ୍ୱାର ଦେଶରେ ଥାଇ ବି ପିଲାଙ୍କ ଜୀବନ ବଞ୍ଚାଇ ପାରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.