ପ୍ରମୂଖ ଖବର
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ମାମଲା, ଆତ୍ମହତ୍ୟା କଲା ଅଭିଯୁକ୍ତ ଅନୁଜ ଥାପନ

Image Courtesy: mid-day.com

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ମାମଲାର ଅଭିଯୁକ୍ତ ଭିକି ଗୁପ୍ତା (୨୪), ସାଗର ପାଲ (୨୧) ଏବଂ ଅନୁଜ ଥାପନ (୩୨) ପୋଲିସ ହେପାଜତରେ ଅଛନ୍ତି । ହେଲେ ଏବେ ଏବେ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା ଏବଂ ତାର ମୃତ୍ୟୁ ହୋଇଯାଇଛି । ମୃତ ଅଭିଯୁକ୍ତ ଅନୁଜ ଥାପନ ବୋଲି ଜଣାପଡ଼ିଛି ।

ପୋଲିସ ହେପାଜତରେ ଅଭିଯୁକ୍ତ ଅନୁଜ ଆତ୍ମହତ୍ୟା କରିଛି । ଟୟଲେଟ୍‌ରେ ପଶି ବେକରେ ଚାଦର ଲଗାଇ ଝୁଲିପଡ଼ିଥିଲା ଅନୁଜ। ଏହା ପରେ ତାକୁ ଆଜି ଦିନ ୧୨.୩୦ରେ ହସ୍ପିଟାଲ ନେଇଥିଲା ପୋଲିସ । ଚିକିତ୍ସିତ ଅବସ୍ଥାରେ ଅନୁଜ ଥାପନର ମୃତ୍ୟୁ ହୋଇଯାଇଛି ।  ପୋଲିସ ହେପାଜତରେ ଥିବା ବେଳେ ଅଭିଯୁକ୍ତ ଅନୁଜ ଆତ୍ମହତ୍ୟା କରିବା ମାମଲାରେ ଏବେ ସିଆଇଡି ଯାଞ୍ଚ କରିବ ବୋଲି ଜଣାପଡ଼ିଛି ।

ଏପ୍ରିଲ ୧୪ (ରବିବାର) ସକାଳେ ସଲମାନ ଖାନଙ୍କ ଘର ଗ୍ୟାଲାକ୍ସି ଆପାର୍ଟମେଣ୍ଟ ବାହାରେ ଫାୟାରିଂ ହୋଇଥିଲା । ଏହି ଖବର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ବାଇକରେ ଆସି ଦୁଇ ଜଣ ଦୁର୍ବୁତ୍ତ ସଲମାନଙ୍କ ଘର ବାହାରେ ୫ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଏହା ପରେ ଉକ୍ତ ୨ ଅଭିଯୁକ୍ତ ୩ ଥର ପୋଷାକ ପରିବର୍ତ୍ତନ କରିଥିଲେ । ସେମାନଙ୍କ ପାଖରେ ୪୦ ରାଉଣ୍ଡ ଗୁଳି ଥିଲା ବୋଲି କୋର୍ଟରେ ପୋଲିସ କହିଛି ।

ସଲାମାନଙ୍କ ଘର ବାହାରେ ଗୁଳିମାଡ଼ କରାଇବା ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍‌ର ହାତ ଥିଲା । ଏନେଇ ସେ ଖୋଦ ସୋସିଆଲ ମିଡିଆରେ ଜଣାଇଥିଲା । ସେପଟେ ଏହି ମାମଲାରେ ଅଭିଯୁକ୍ତ ଭିକି ଗୁପ୍ତା, ସାଗର ପାଲ ଏବଂ ଅନୁଜ ଥାପନକୁ ମେ’ ୮ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ । ଆଉ ଏବେ ଜଣେ ଅଭିଯୁକ୍ତ ଅନୁଜ ଥାପନ ଆତ୍ମହତ୍ୟା କରିଦେଇଛି । 

  • Salman Khan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.