ନୂଆଦିଲ୍ଲୀ: କେବେ ଲାଗିବ ଋଷ-ୟୁକ୍ରେନ ଯୁଦ୍ଧରେ ବିରାମ। କିଛି ଏମିତି ପ୍ରଶ୍ନ ସମଗ୍ର ବିଶ୍ୱବାସିଙ୍କ ମନରେ ଉଙ୍କି ମାରୁଥିବା ବେଳେ ୟୁକ୍ରେନ ଓ ଋଷିଆ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଋଷ ୟୁକ୍ରେନ ଉପରେ ତିନୋଟି କ୍ଷେପଣାସ୍ତ୍ର ସହ ମୋଟ ୧୩୩ଟି ଡ୍ରୋନ୍ ମାଡ କରିଛି ବୋଲି ୟୁକ୍ରେନୀୟ ସେନା ବୁଧବାର ପ୍ରକାଶ କରିଛି।
ସୂଚନା ମୁତାବକ, ଗତ ୧୧ ତାରିଖରେ ଯୁକ୍ରେନ ଋଷ ଉପରେ ଜୋରଦାର ଡ୍ରୋନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହେବା ସହ ୧୭ ଜଣରୁ ଅଧିକ ଆହତ ହୋଇଥିଲେ। ଏହାର ଜବାବରେ ମାର୍ଚ୍ଚ ୧୨ତାରିଖ ମଧ୍ୟ ରାତ୍ରରେ ରୁଷିଆ ୩ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହ ୧୩୦ ରୁ ଅଧିକ ଡ୍ରୋନ୍ ମାଡ କରିଛି ବୋଲି ୟୁକ୍ରେନର ସଶସ୍ତ୍ର ବାହିନୀର ସୂଚନା ପ୍ରଦାନ କରିଛି।
ତେବେ ଆକ୍ରମଣ କରାଯାଇଥିବା ସମସ୍ତ ଡ୍ରୋନ ମଧ୍ୟରୁ ଯୁକ୍ରେନିୟ ବାୟୁସେନା ୯୮ଟି ଡ୍ରୋନ୍ କୁ ମାରି ଖସାଇ ଦେଇଥିଲା। ତେବେ ବାକି ୨୦ଟି ଡ୍ରୋନ୍ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି। ତେବେ ରୁଷର ଏହି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏଭିଏସନ, କ୍ଷେପଣାସ୍ତ୍ର ପ୍ରତିରକ୍ଷା ଦଳ, ଇଲେକ୍ଟ୍ରୋନିକ୍ ଯୁଦ୍ଧ ୟୁନିଟ୍, ବାୟୁସେନାର ମୋବାଇଲ୍ ଫାୟାର ଗ୍ରୁପ୍ ଏବଂ ୟୁକ୍ରେନର ପ୍ରତିରକ୍ଷା ବାହିନୀ ସାମିଲ ଥିଲା ବୋଲି ୟୁକ୍ରେନ ସୂଚନା ପ୍ରଦାନ କରିଛି। ତେବେ ବାକି ୧୫ଟି ଡ୍ରୋନ୍ର କ’ଣ ହୋଇଛି ତାହା ସମ୍ୱଦ୍ଧରେ ସେନା ସୂଚନା ପ୍ରଦାନ କରିନାହିଁ।
ୟୁକ୍ରେନର ସ୍ଥାନିୟ ସମୟ ସକାଳ ୯ଟା ୩୦ ସୁଦ୍ଧା ଖାରକିଭ୍, ପୋଲ୍ଟାଭା, ସୁମି, ଚେର୍ନିହିଭ୍, କିଭ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ରୁଷିଆର ମୋଟ୍ 98ଟି ଡ୍ରୋନ୍ ଖସାଇ ଦିଆଯାଇଥିବା ନିଶ୍ଚିତ କରାଯାଇଛି। ତେବ ଉଭୟ ଦେଶ ମଧ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଉଭୟ ଦେଶ ପରସ୍ଫର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଯୁଦ୍ଧ ସ୍ଥଗିଦାଦେଶକୁ ନେଇ ଉଭୟ ଦେଶର ଅଧିକାରୀମାନେ ଦୁବାଇରେ ବୈଠକରେ ଯୋଗ ଦେଇଥିବା ବେଳେ ଏହା ମଧ୍ୟରେ ଉଭୟ ଦେଶ ଉଭୟ ଦେଶ ଉପରେ ଆକ୍ରମଣ କରିବା କଥା ବୁଝାପଡୁନାହିଁ।