ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଟେସ୍‌ଲା ଗାଡ଼ି କିଣିବାକୁ ମନ କଲେ ଟ୍ରମ୍ପ, ହ୍ଵାଇଟ୍ ହାଉସ୍‌ ବାହାରେ କାର୍‌ର ଧାଡ଼ି ଲଗାଇଦେଲେ ମସ୍କ...

Published By : Prameya | March 12, 2025 12:45 PM

ନୂଆଦିଲ୍ଲୀ, ୧୨/୦୩ : ହ୍ଵାଇଟ୍ ହାଉସ୍‌ରେ ଅଚାନକ ପହଞ୍ଚିଗଲେ ଟେସ୍‌ଲା ସିଇଓ ଏଲନ ମସ୍କ। ହ୍ଵାଇଟ୍ ହାଉସ୍‌ରେ ବାହାରେ ଲଗାଇଦେଲେ କାର୍‌ର ଧାଡ଼ି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ମନ ପସନ୍ଦର କାର୍ ବାଛି ନେବାକୁ କହିଲେ ମସ୍କ। ଏହାପରେ ଏକ ନାଲି ରଙ୍ଗର କାର୍ ଚଏସ୍ କଲେ ଟ୍ରମ୍ପ। ମଙ୍ଗଳବାର ହ୍ଵାଇଟ୍ ହାଉସ୍ ବାହାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମସ୍କଙ୍କ ସହ ମିଶି ଟ୍ରମ୍ପ ହ୍ଵାଇଟ୍ ହାଉସ୍‌ର ସାଉଥ୍ ଲନ୍‌ରେ ଏକ ପ୍ରେସ୍ କନଫରେନ୍ସ କରିଛନ୍ତି। ଏହି ସମୟରେ ସେ ମସ୍କଙ୍କୁ ପ୍ରଶଂସା କରି ଜଣେ ଦେଶଭକ୍ତ ବୋଲି କହିଛନ୍ତି। 

ସୂଚନାନୁଯାୟୀ, ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମସ୍କଙ୍କ ସମର୍ଥନରେ ଟେସ୍‌ଲା କମ୍ପାନୀର କାର୍ କିଣିବାକୁ ଚାହୁଁଥିବା ନେଇ ସୋସିଆଲ୍ ମିଡିଆ ଟ୍ରୁଥ୍‌ରେ ଘୋଷଣା କରିଥିଲେ। ଏହି ପୋଷ୍ଟର କିଛି ଘଣ୍ଟା ପରେ ଖୋଦ୍ ଟେସ୍‌ଲା ସିଇଓ ଏଲନ ମସ୍କ ୫ଟି କାର୍ ଧରି ହ୍ଵାଇଟ୍ ହାଉସ୍ ବାହାରେ ପହଞ୍ଚି ଯାଇଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ମନ ପସନ୍ଦର କାର୍ ବାଛି ନେବାକୁ କହିଥିଲେ। ଏହାପରେ ଟ୍ରମ୍ପ ନିଜ ପାଇଁ ଏକ ନାଲି ରଙ୍ଗର କାର୍ ପସନ୍ଦ କରିଥିଲେ। ୮୦ ହଜାର ଡଲାର ଦେଇ କାର୍‌ଟିକୁ କିଣି ନେଇଥିଲେ। 

ପ୍ରକାଶ ଥାଉକି, ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ଏଲନ ମସ୍କ ଖୋଲାଖୋଲି ଭାବେ ଟ୍ରମ୍ପଙ୍କୁ ସମର୍ଥନ ଦେଇଥିଲେ। ଟ୍ରମ୍ପଙ୍କ ପାଇଁ ପ୍ରଚାର କରିଥିଲେ। ଟ୍ରମ୍ପ ରାଷ୍ଟ୍ରପତି ହେବାପରେ ମସ୍କଙ୍କୁ କିଙ୍ଗ୍ ମେକର ଭୂମିକାରେ ଦେଖିବାକୁ ମିଳିଲା। ଟ୍ରମ୍ପ ତାଙ୍କୁ ସରକାରୀ ଦକ୍ଷତା ବିଭାଗ ଦାୟିତ୍ଵ ଦେଲେ। ଏତଦ୍ ବ୍ୟତୀତ ଆମେରିକା ଅର୍ଥନୀତି ସହ ଜଡ଼ିତ ବିଭିନ୍ନ ନିଷ୍ପତ୍ତିରେ ମସ୍କଙ୍କ ପରାମର୍ଶ ଲୋଡ଼ାଗଲା। ତେବେ ମସ୍କଙ୍କ ଏହି ନୀତି ପାଇଁ ଟେସ୍‌ଲା କମ୍ପାନୀର ସେୟାର ଖସିଗଲା। ସେୟାର ମାର୍କେଟ୍‌ରେ ବି କମ୍ପାନୀକୁ ତଗଡା ଝଟ୍‌କା ଲାଗିଲା। ଟେସ୍‌ଲାର ସେୟାର ଖସିଗଲା। ଯେଉଁଥିପାଇଁ ଟ୍ରମ୍ପ ମସ୍କଙ୍କ ସମର୍ଥନରେ ଓହ୍ଲାଇଲେ ଏବଂ ଟେସ୍‌ଲା କମ୍ପାନୀର କାର୍ କିଣିବେ ବୋଲି ଟ୍ରୁଥ୍‌ରେ ଘୋଷଣା କଲେ। 

ଏହି ଖବରଟିକୁ ପଢନ୍ତୁ-ଆମେରିକା ନାଟୋ ଛାଡ଼ିଲେ ଦୁର୍ବଳ ହୋଇପଡ଼ିବ ୟୁରୋପ, ୩ ରାଷ୍ଟ୍ର ଉପରେ ହମ୍‌ଲା କରିବ ରୁଷ୍‌

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.