ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Trump Buys Tesla: ଟେସ୍‌ଲା କାର୍‌ କିଣିଲେ ଆମେରିକା ରାଷ୍ଟ୍ରପତି, ଟେଷ୍ଟ ଡ୍ରାଇଭ୍‌ରେ ସାମିଲ ହେଲେ ମସ୍କ

Published By : Tapas Panda | March 12, 2025 4:03 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେସଲା କାର କିଣିଛନ୍ତି । ଆମେରିକାର ରାଷ୍ଟ୍ରପତି ଏକ ଚମକଦାର ଲାଲ ରଙ୍ଗର ଟେସଲା ମଡେଲ ଏକ୍ସ କ୍ରୟ କରିଛନ୍ତି । କମ୍ପାନୀର ସିଇଓ ଏଲନ ମସ୍କ ଏହି କାର ବାଛିବାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସାହାଯ୍ୟ କରିଛନ୍ତି । ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ ଯାନ କମ୍ପାନୀକୁ ସମର୍ଥନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଏହି କାରଟି କିଣିଥିବା କୁହାଯାଉଛି । ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଘୋଷଣା କରିଥିଲେ ଯେ, ସେ ଏକ ଟେସଲା କାର କିଣିବାକୁ ଯାଉଛନ୍ତି । ଏହି ପୋଷ୍ଟରେ ଏଲନ୍ ମସ୍କ ଆମେରିକା ରାଷ୍ଟ୍ରପତିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । 




ଏଲନ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଏକ ଟେସଲା କାରରେ ଟେଷ୍ଟ ଡ୍ରାଇଭ୍ କରୁଥିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଏହି କାରକୁ ୮୦ ହଜାର ଆମେରିକୀୟ ଡଲାରରେ କିଣିଛନ୍ତି, ଯେଉଁଥିରେ ତାଙ୍କୁ କୌଣସି ରିହାତି ମିଳିନାହିଁ । ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି ଯେ, 'ମସ୍କ ମୋତେ ରିହାତି ଦେବା ଉଚିତ ଥିଲା।’ 

ଆମେରିକୀୟ ରାଷ୍ଟ୍ରପତି ଗଣମାଧ୍ୟମ ସାମ୍ନାରେ ଏହି କାରଟି କିଣିଛନ୍ତି । ଏଲନ୍ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାକୁ ୪ଟି ଟେସଲା କାର ଆଣିଥିଲେ । ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କୁ ଜଣେ ଦେଶପ୍ରେମୀ ବୋଲି କହିଛନ୍ତି । ଆମେରିକା ରାଷ୍ଟ୍ରପତି ଆହୁରି କହିଛନ୍ତି, ‘ବେଳେ ବେଳେ ମୁଁ ଜାଣିପାରେ ନାହିଁ ତାଙ୍କର ଉଦ୍ଦେଶ୍ୟ କ'ଣ, କିନ୍ତୁ ମୁଁ କହିପାରିବି ଯେ ସେ ଜଣେ ମହାନ ବ୍ୟକ୍ତି।’ 




ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ, ସେ ମସ୍କଙ୍କୁ ସରକାରୀ ଦକ୍ଷତା ବିଭାଗ (DOGE) ର ଦାୟିତ୍ୱ ଦେଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେବେଠାରୁ ଏହି ବିଭାଗ ସରକାରୀ ଖର୍ଚ୍ଚ ହ୍ରାସ କରିବା ପାଇଁ କାମ କରୁଛି । ଏଥି ପାଇଁ ହଜାର ହଜାର ସରକାରୀ କର୍ମଚାରୀ ଚାକିରି ହରାଇଛନ୍ତି । ଏଲନ ମସ୍କଙ୍କ ବିରୋଧରେ ପ୍ରତିବାଦ ସ୍ୱରୂପ ଆମେରିକାର ମାସାଚୁସେଟ୍ସରେ ୭ଟି ଟେସଲା ଚାର୍ଜିଂ ଷ୍ଟେସନ ପୋଡ଼ି ଦିଆଯାଇଥିଲା ଏବଂ ଫ୍ରାନ୍ସର ଟୁଲୁସରେ ଏକ ଡିଲରସିପ୍‌ରେ ଥିବା ୧୨ଟି ଟେସଲା ଗାଡ଼ି ମଧ୍ୟ ପୋଡ଼ି ଦିଆଯାଇଥିଲା । ଏହି କାରଣରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କ ସମର୍ଥନରେ ବାହାରି ଟେସଲା କାର କିଣିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.