ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଉଦଳା,୧୪/୧୦: କବାଟ ତାଲା ଭାଙ୍ଗି ଘରେ ପଶିଲେ । ଶୁଖୁଥିବା ଶାଢ଼ୀକୁ ନିଜେ ଢାଙ୍କି ହୋଇ ଘର ଭିତରକୁ ଗଲେ । ବାଡ଼ିରେ ଶାଢୀକୁ ସିସିଟିଭିରେ ଢାଙ୍କି ଘରେ କଳାକନା ବୁଲାଇଲେ । ଘରର ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ  । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୪ ନମ୍ବର ୱାର୍ଡର ଶିକ୍ଷକ ଦୈତାରୀ ବିନ୍ଧାଣୀଙ୍କ ଘରୁ ଏହି ଲୁଟ୍‌ ହୋଇଛି । 

ସୂଚନା ମୁତାବକ, ଦୈତାରୀ ବିନ୍ଧାଣୀ ମେଡିକାଲ କାମରେ ବାଲେଶ୍ୱର ଯାଇଥିଲେ । ସେଠାରୁ ଫେରି ସୋମବାର ସକାଳେ ଘରେ ପହଞ୍ଚି ଥିଲେ । ଘରେ ପହଞ୍ଚିବା ପରେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଲୁଟେରାମାନେ ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଘରେ ପଶିଛନ୍ତି । ସେଠାରେ ସୁଖୁଥିବା ଶାଢିକୁ ନିଜେ ଢାଙ୍କି ହୋଇ ଘର ଭିତରକୁ ପଶିଲେ । ପରେ ଉକ୍ତ ଶାଢୀକୁ ସିସିଟିଭିରେ ଢାଙ୍କି ଏଭଳି କାଣ୍ଡ କରିଛନ୍ତି ଦୁର୍ବୃତ୍ତ । ଘର ଭିତରେ ଥିବା ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି । ଏହା ସହିତ ଘର ବାହାରେ ଥିବା ଗୋଟିଏ ସିସିଟିଭି ଭାଙ୍ଗିବା ସହିତ ଦୁଇ ଗୋଟି ସିସିଟିଭି ବୁଲାଇ ଦେଇଛନ୍ତି । ଘରୁ ଚୋରି ହେଇଥିବା ଜାଣି ଦୈତାରୀ ଉଦଳା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.