ପ୍ରମୂଖ ଖବର
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

କୁକୁରକୁ ନିଶା ଦେଇ ଘରେ କଳା କନା ବୁଲେଇଲେ, ୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ

ଚାନ୍ଦବାଲି, ୧୨।୫: ବିଳମ୍ବିତ ରାତିରେ କଳାକନା ବୁଲେଇ ଦେଲେ ଚୋର । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଲୁଟିନେଲେ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନସ୍ଥ ଉତୁକୁଡ଼ା ପଞ୍ଚାୟତ ଉତୁକୁଡ଼ା ଗାଁର । ସୂଚନାଯୋଗ୍ୟ ରଞ୍ଜିତ ନାୟକଙ୍କ ଘରେ ଚୋର ପଶି ପୋଷl କୁକୁରକୁ ନିଶା ଦେଇ ଚୋର କଳାକନା ବୁଲେଇ ଦେଲେ । ଏହି ଘଟଣାରେ ଚାନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । 

ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ରଞ୍ଜିତ୍ ଏବଂ ତାଙ୍କ ପରିବାର ଲୋକେ ଶୋଇବା ପରେ ଚୋରମାନେ ରଡ୍ ସାହାଯ୍ୟରେ ଘରର କବାଟ ତାଡ଼ି ପଶିଥିଲେ । ରଞ୍ଜିତଙ୍କ ପୋଷା କୁକୁର ମଧ୍ୟ ଘର ଜଗୁଥିବା ବେଳେ ଭୋକିବା ବନ୍ଦ କରି ସଂଜ୍ଞାହୀନ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ସବୁବେଳେ ପୋଷା କୁକୁରଟି କାହାରିକୁ ପ୍ରବେଶ କରିବାକୁ ଦେଉ ନଥିଲେ ମଧ୍ୟ ଚୋରି ସମୟରେ କୁକୁରକୁ କେଉଁ କାରଣରୁ ଚୁପ୍ ହୋଇ ସଂଜ୍ଞାହୀନ ହୋଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଚୋରି ସମୟରେ ନିଘୋଡ଼ ନିଦରେ ପରିବାର ଲୋକେ ଶୋଇ ଯାଇଥିବା ବେଳେ ବାକ୍ସ ଟେକି ନେଇ କାନ ଫୁଲ, ଚୁଡ଼୍, ପଟି, ହାର, ମୁଦି ଅଳଙ୍କାର ସହିତ ମହିଳା ମଣ୍ଡଳରେ ଡିପୋଜିଟ୍ ଟଙ୍କା, ଏଲଏଣ୍ଟ୍ ଟିରୁ ଆଣିଥିବା ୬୫ ହଜାର ଲୋନ ଟଙ୍କା ଏମୋଟ୍ ୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅନୁମାନ କରାଯାଉଛି । 

ଚୋରମାନେ ଘରୁ ଜିନିଷ ପତ୍ର ଉଠାଇ ଆଣି ବାକ୍ସ ବାହାରକୁ ଫିଙ୍ଗି ଦେଇଥିଲେ । ପିନ୍ଧିବା ବସ୍ତ୍ର ମଧ୍ୟ ଚୋରି କରି ବୋହି ନେଲେ । ରଞ୍ଜିତ ଜଣେ ରାଜମିସ୍ତ୍ରୀ ଭାବେ କାମ କରିବା ସହ ଘର ପାଖରେ ଛୋଟ ଦୋକାନ କରି ପରିବାର ଚଳାଉଥିଲେ । ଏମିତି ପରିସ୍ଥିତିରେ ତାଙ୍କ ଘରେ ଚୋରମାନେ କଳାକନା ବୁଲାଇ ଦେଇଛନ୍ତି । ରଞ୍ଜିତଙ୍କ ପରିବାରକୁ ନ୍ୟାୟ ପାଇବା ପାଇଁ ସରପଞ୍ଚ ଏବଂ ଗ୍ରାମବାସୀ ଦାବି କରିଛନ୍ତି । 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.