ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଧାନ କିଣାରେ ଅବ୍ୟବସ୍ଥା ନେଇ ରାସ୍ତାରୋକ, ଯାତାୟତ ବାଧାପ୍ରାପ୍ତ

Published By : Harapriya Sethi | February 8, 2025 1:42 PM

ଭୁବନେଶ୍ୱର,୦୮/୦୨: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ଛତ୍ରପୁର ସେବା ସମବାୟ ସମିତିରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀମାନେ ରାଜପଥ ଅବରୋଧ କରି ପ୍ରତିବାଦ କରିଛନ୍ତି । ସେରଗଡ଼ ଝରଣାଘାଟି ରାଜ୍ୟପଥ ଛତ୍ରପୁର ଠାରେ ଚାଷୀମାନେ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି । ଫଳରେ ଯାନ ବାହନ ଚଳାଚଳ ବ୍ୟାଘାତ ହୋଇଛି । ସେବା ସମବାୟ ସମିତିର ମନମୁଖୀ କାମ ଓ ମନ ଇଚ୍ଛା କଟନି ଛଟନି କରୁଥିବାରୁ ଏଭଳି ପ୍ରତିବାଦ କରିଥିବା ଚାଷୀମାନେ କହିଛନ୍ତି । 

ସେହିପରି ପୁର୍ବତନ ବିଧାୟକ ସୁକାନ୍ତ ନାୟକ ପହଞ୍ଚି ଘଟଣାର କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ । ଏନେଇ ଖବର ପାଇବା ପରେ ଧାରଣା ଦିଆଯାଉଥିବା ସ୍ଥାନରେ ପହଞ୍ଚିଥିଲେ ଯୋଗାଣ ବିଭାଗ ଅଧିକାରୀ । ସେଠାରେ ପହଞ୍ଚି ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହାର ହୋଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.