ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ରାଜ୍ୟରେ ଖୋଲିବ ଚାଉଳ ଏଟିଏମ : ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର,୨୦।୬ : ରାଜ୍ୟରେ ପ୍ରଥମ ଥର ପାଇଁ   ଚାଉଳ ଏଟିଏମ ଖୋଲାଯିବ।   ଭୁବନେଶ୍ୱରରେ ସପ୍ତାହ ଭିତରେ ଖୋଲିବ ଚାଉଳ ଏଟିଏମ । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଏଟିଏମ କାର୍ଡ ଦିଆଯିବ।  ସାରା ଭାରତରେ ସବୁଠି ଏହି କାର୍ଡ ବ୍ୟବହାର ହୋଇ ପାରିବ।  ପରବର୍ତ୍ତୀ ପର୍ଯ୍ୟାୟ ରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ଏଟିଏମ ସେଣ୍ଟର ଖୋଲାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ରାଜ୍ୟରେ ପ୍ରାୟ ୫୦ ଲକ୍ଷ ଫଲସ ଵା ଭୁତ  ରାସନ କାର୍ଡ ହିତାଧିକାରୀ ଅଛନ୍ତି। ସେମାନଙ୍କୁ ଚିହ୍ନଟ କରି କାର୍ଡ ହଟାଯାଇ ନୂତନ ଯୋଗ୍ୟ ହିତାଧିକାରୀ କାରୀ ଙ୍କୁ ଏଥିରେ ସାମିଲ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। 

ବଜାର ରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ କଡା ଚେତାବନୀ ଶୁଣାଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଯେଉଁ ଅସାଧୁ ବ୍ୟବସାୟୀ ମାନେ କୁତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି।  ଏହି ସମୟ ରେ କିଛି ଦିନ ପାଇଁ ପନିପରିବା ଦର କମ ବେଶୀ ହୋଇଥାଏ। ତଥାପି   ଜାଣିଶୁଣି ଦର ବୃଦ୍ଧି କରି ଲୋକଙ୍କୁ ହଇରାଣ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ଏଥି ସହିତ ସମସ୍ତ ଯୋଗାଣ ଅଧିକାରୀ ମାନଙ୍କୁ କ୍ୱାଲିଟି ଓ ମାପଦଣ୍ଡ ଉପରେ   ମଧ୍ୟ ଗ୍ରାଉଣ୍ଡକୁ ଯାଇ ତଦାରଖ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି ।  କୃଷକ ଓ ଖାଉଟି ଯେମିତି ହଇରାଣ ନହେବେ ସେନେଇ ମଧ୍ୟ ଯୋଜନା ହୋଇଛି । ଚାଷୀଙ୍କ ଧାନ କିଣିଲା ବେଳେ କୌଣସି ମିଲର କଟଣୀ ଛଟଣି କରି ପାରିବେ ନାହିଁ ।  ୪୮ ଘଣ୍ଟା ରେ ଚାଷୀଙ୍କ ଆକାଉଣ୍ଟ କୁ ଟଙ୍କା ଯିବ। କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ରେ ଧାନ କିଣାଯିବ ସେଥିପାଇଁ କମିଟି ଗଠନ ହୋଇଛି। ଚାଷୀ ଙ୍କୁ ହଇରାଣ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।  ସେପଟେ ଡିଲର ମାନେ ଯଦି ହିତାଧିକାରୀ କାରୀ ଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଆସିଲେ ତଦନ୍ତ କରି ଲାଇସେନସେନ   ରଦ୍ଧ କରି ନୂଆ ଡିଲରଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.