ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ରଥଖଳା ହାଲ୍‌ଚାଲ୍‌...ଖଳାରୁ ସିଂହଦ୍ୱାର ଦିଗ ନିର୍ଣ୍ଣୟ ପରେ ରଥ ସ୍ଥାନ ନିରୁପଣ, ତିଆରି ହେଉଛି ଚଉଦ ନାହାକା

ପୁରୀ,୧୫/୦୬: ସ୍ନାନପୂର୍ଣ୍ଣିମାକୁ ଚାହିଁ ଚାଲିଛି ରଥ ନିର୍ମାଣ । ଶୁକ୍ରବାର ରଥର ସଂଯୁକ୍ତ ଚକ ଓ ଅଖ ଥୟ ହୋଇଛି ।ରଥ ନିର୍ମାଣ ସ୍ଥାନରୁ ସିଂହଦ୍ୱାର ସମ୍ମୁଖ ରଥ ରହଣି ସ୍ଥାନ ଆକଳନ କରିଛନ୍ତି ନିର୍ମାଣକାରୀ । ଦାଣ୍ଡି କାଠ ପୋତା ହୋଇ ଦିଗନିର୍ଣ୍ଣୟ ପରେ ରଥ ସ୍ଥାନ ନିରୁପଣ ହେଲା। ଚକ ଗଡ଼ି ନଯିବା ପାଇଁ ଚକର ଉଭୟ ପାଶ୍ୱର୍ରେ ବନ୍ଧ ଲାଗିଛି । ସେହିଭଳି  ଅଖ ତଳେ ଦିଆଯାଇଛି ମେଣ୍ଢି । ଆମ୍ବ ଗଛର ଡ଼ାଳ ହୋଇଛି ବନ୍ଧ । ମେଣ୍ଢି ହେଉଛି ଅସନ ଓ ଧଉରା କାଠ ଗଡ଼ । ଅଖ ଉପରେ ରହିବ ରଥର ଭାରା । ନିର୍ମାଣକାରୀ ରଥକୁ  ଚଢିବେ । ମେଣ୍ଢି ଢେରା ଦିଆଯିବାରେ ଅଖରେ ଚାପ ଓ ଭାରା କମିବ । ରଥ  ନିର୍ମାଣ ଶେଷରେ ମେଣ୍ଢି ଓ ବନ୍ଧ ହଟିବ । ଏପଟେ ବଡ଼ଦାଣ୍ଡରେ ତିନି ରଥର ଦଣ୍ଡା ଫ୍ରେମ୍‌ ପ୍ରସ୍ତୁତ ପରେ ମାପଚୁପ ହୋଇ କଳସା ଶେଷ ହୋଇ ନମ୍ବରିଂ  ହୋଇଛି । ଗୁଜଗୁଡ଼ିକ ଦଣ୍ଡାରେ ଠିକ୍‌ରେ ଫିଟିଂ ହେବ । ବଳକା ଅଂଶକୁ କାଟି  ସାଇଜ୍‌ କରୁଛନ୍ତି ତିନି ରଥର ବିଶ୍ୱକର୍ମା । କଳସା ପରେ ନିରାଡ଼ିକୁ ଗୁଜ ପୁରା  ଫିଟିଂ ହୋଇଛି । ଆଜି ଦଣ୍ଡା କଳସା କାର୍ଯ୍ୟ ସମ୍ପନ୍ନ ହୋଇଛି । 

ଶନିବାର ଦଣ୍ଡା  ଫ୍ରେମ୍‌ ଅଖକୁ ଉଠିବ ବୋଲି ସୂଚନା ରହିଛି । ରଥ ଖଳାରେ ଆରମ୍ଭ ହୋଇଛି ଚଉଦନାହାକା  କାମ । ବାରିସିରେ ହାଣି ପ୍ରତି ରଥ ପାଇଁ ଚଉଦଟି ଲେଖା କାଠକୁ ପ୍ରସ୍ତୁତ କରୁଛନ୍ତି ବିଶ୍ୱକର୍ମା ।  ଆଗକୁ ଅଖ ଉପରେ ଦଣ୍ଡା ରହିବ । ଦଣ୍ଡା ଉପରେ ଖଦିଓରା ପଡ଼ିବ । ଦଣ୍ଡା ଉପରେ  ଗରଗରା ରହିଲେ ଚାରି ନାହାକା ଉଠିବ । ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ  ସ୍ଥାପନ କରାଯିବ । ଚାରିନାହାକା ଓ ଛଅ କାଠକୁ ଦୃଷ୍ଟିଦେଇ ଚଉଦନାହାକା ବୁଲିବ । ରଥରେ  ଚଉଦନାହାକା ବୁଲିଲେ ପ୍ରଥମ ଭୂଇଁ ଟୁଙ୍ଗୁରା ହେବ । ଏପଟେ ରଥ ଖଳାରେ ଗୟଳ ହାଣୁଛନ୍ତି  ବିଶ୍ୱକର୍ମା । ଚାରିନାହାକା ହଣା ହୋଇ ସାଲ ସରିଛି । ଅସ୍ଥାୟୀ ରଥ ଚାଳିରେ ଗୟଳ ହଣା  ଚାଲିଛି। ରୂପକାର, କରତି ଓ ଓଝା ସେବକମାନେ ଠାକୁରଙ୍କ ରଥ ନିର୍ମାଣ ଜାରି ରଖିଛନ୍ତି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.