ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ମହିଳାଙ୍କୁ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଲା, ୬ ଲକ୍ଷ ନେଲା ପରେ ହୋଟେଲକୁ ଡାକି ଦୁଷ୍କର୍ମ କଲା: ବନ୍ଧା ହେଲା ଠକ ଇଞ୍ଜିନିୟର

ଭୁବନେଶ୍ୱର,୧୫/୦୩: ଟ୍ରେନ୍‌ରେ ଦେଖାସାକ୍ଷାତରୁ ମହିଳାଙ୍କ ସହ ସଂପର୍କ ବଢ଼ିଲା । ପରେ ଚାକିରି  କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ୬ ଲକ୍ଷ ଟଙ୍କା ନେଲା । ତାଲିମ ଦେବାକୁ ଡାକି ମହିଳାଙ୍କୁ ଦୁଷ୍କର୍ କଲା । ଏଭଳି ଜଣେ ଠକ ଦୁଷ୍କର୍ମକାରୀକୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୁଲିସ । ତାଙ୍କ ନାମ  ଦିପ୍ତୀରଞ୍ଜନ ପଲାଇ(୩୦) । ଘର ଖୋର୍ଦ୍ଧା ଟଙ୍ଗୀ ଥାନା ଓରଡ଼ା ଗ୍ରାମରେ । 

ପୁଲିସ ସୂଚନା ଅନୁଯାୟୀ, ଭୀମଟାଙ୍ଗି  ଅଞ୍ଚଳରେ ରହୁଥିବା ସୋନାଲି(ଛଦ୍ମନାମ) ନାମ୍ନୀ ଜଣେ ନବବିବାହିତା ସ୍ୱାମୀଙ୍କ ସହ ବର୍ଷକ ତଳେ ଟ୍ରେନ୍‌ରେ ଆସୁଥିବା ବେଳେ ଦିପ୍ତୀରଞ୍ଜନଙ୍କ ସହ ସାକ୍ଷାତ ହୋଇଥିଲା । ଦିପ୍ତୀ ନିଜକୁ ଏକ କଂପାନୀରେ ସେଫ୍‌ଟି ଇଞ୍ଜିନିୟର ଥିବା ସୋନାଲିଙ୍କ ସ୍ୱାମୀଙ୍କୁ ପରିଚୟ ଦେଇଥିଲେ । ସେ ଚାହିଁଲେ ଉକ୍ତ କଂପାନୀରେ ସୋନାଲିଙ୍କୁ ଚାକିରି କରାଇ ଦେବେ ବୋଲି କହିଥିଲେ । ଏହାପରେ ଫୋନ୍‌ ନମ୍ବର ଦିଆନିଆ ହୋଇ ଟ୍ରେନ୍‌ରୁ  ଓହ୍ଲାଇଥିଲେ । 

ଚାକିରି ଆଶାୟୀ ଥିବାରୁ ସୋନାଲି ଦିପ୍ତୀରଞ୍ଜନଙ୍କ ସହ ବାରମ୍ବାର ଯୋଗାଯୋଗ କରିଥିଲେ । ଦିପ୍ତୀ ତାଙ୍କୁ ୬  ଲକ୍ଷ ଟଙ୍କା ଦେଲେ ଚାକିରି କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୋନାଲି ସ୍ୱାମୀଙ୍କୁ କହି ୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ । ତାଙ୍କଘରକୁ ଦିପ୍ତୀଙ୍କୁ ଡକାଇ ଟଙ୍କା ଦେଇଥିଲେ । ଟଙ୍କା ନେବା ପରେ ସୋନାଲି ଦିପ୍ତୀଙ୍କୁ ଯୋଗାଯୋଗ କରିବାରୁ ସେ ତାଙ୍କୁ ପ୍ରଥମେ ତାଲିମ ନେବାକୁ ପଡ଼ିବ ବୋଲି  କହିଥିଲେ । ତାଲିମ ଦେବାକୁ କହି ତାଙ୍କୁ ଏକ ହୋଟେଲକୁ ଡାକିନେଇ ଦୁଷ୍କର୍ମ  କରିଥିଲେ । କାହାରିକୁ କହିଲେ ଜୀବନରୁ  ମାରିଦେବାକୁ ଧମକ ଦେଇଥିଲେ ।  ଦୁଷ୍କର୍ମର ଶିକାର ସୋନାଲି ଏନେଇ  ଗତ ଜାନୁଆରୀ ୧୬ରେ ଏୟାରଫିଲ୍ଡ  ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ  ଚଳାଇଥିଲା । ଗତକାଲି ପୁଲିସ ଟାଙ୍ଗୀ  ଥାନା ପୁଲିସ ସହାୟତାରେ ଦିପ୍ତୀଙ୍କୁ ଉଠାଇ  ଆଣିଥିଲା ଶୁକ୍ରବାର ଦିପ୍ତୀଙ୍କୁ କୋର୍ଟ ଚଲାଣ  କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ  ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.