ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଣିପୁରୀ ପରମ୍ପରାରେ ବିବାହ କଲେ ରଣଦୀପ, ଲିନ୍ ଲୈଶରାମଙ୍କୁ କଲେ ଜୀବନସାଥି

ମୁମ୍ବାଇ ୩୦/୧୧: ମଣିପୁରୀ ପରମ୍ପରା ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା ଓ ଅଭିନେତ୍ରୀ ଲିନ୍ ଲୈଶରାମ । ମଣିପୁରର ଇମ୍ଫାଲଠାରେ ପରିବାର ଓ ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଉଭୟଙ୍କର ବିବାହ ବିଧି ଅନୁଷ୍ଠିତ ହୋଇଛି । ଲିନ୍ ମଣିପୁରୀ ବିବାହ ପୋଷାକରେ ନଜର ଆସିଥିଲେ । ରଣଦୀପ ମଧ୍ୟ ମଣିପୁରୀ ପରମ୍ପରା ଅନୁସାରେ ଧଳା ରଙ୍ଗର ପୋଷାକ ପିନ୍ଧି ବର ବେଶ ହୋଇଥିଲେ । ଉଭୟଙ୍କ ବିବାହ ବିଧିର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । 




କନ୍ୟା ପକ୍ଷର ପରମ୍ପରା ଅନୁସାରେ ବିବାହ କରିବା ସମ୍ମାନଜନକ ବୋଲି ରଣଦୀପ ନିକଟରେ କହିଥିଲେ । ନିଜ ଜୀବନସାଥୀର ପରମ୍ପରାର ଅନୁଭବ ସାଉଁଟିବାକୁ ସେ ଚାହାନ୍ତି, ସେଥିପାଇଁ ମଣିପୁରରେ ବିବାହ କରିବାକୁ ନିଷ୍ପତ୍ତି ନେଲେ ବୋଲି ସେ କହିଥିଲେ । ଗତ ୪ ବର୍ଷ ହେଲା ନିଜଠୁ ୧୦ ବର୍ଷ ସାନ ଲିନ୍ଙ୍କ ସହ ସେ ପ୍ରେମ ସମ୍ପର୍କରେ ଥିଲେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.