ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କଟକରେ ଘରୋଇ ହସ୍ପିଟାଲ ସିଲ୍, କାଗଜପତ୍ର ନଥିବାରୁ କାର୍ଯ୍ୟାନୁଷ୍ଠାନ

Published By : Prameya | February 12, 2025 9:08 PM

କଟକ, ୧୨।୨ : କଟକ ମଙ୍ଗଳାବାଗ ରିଙ୍ଗରୋଡ ରେ ଥିବା ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ୍ କୁ ସିଲ୍ କଲା  ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଟିମ୍।ହସ୍ପିଟାଲ୍ ପାଇଁ ଅନୁମତି ଓ  ସ୍ବାସ୍ଥ୍ୟ ବିଭାଗ ର ଆବଶ୍ୟକୀୟ କାଗଜ ପତ୍ର ନଥିବା ରୁ ସିଲ୍ କଲା ଜିଲ୍ଲାପ୍ରଶାସନ। ହସ୍ପିଟାଲ୍ ରେ ଯଦିଓ କେହି ରୋଗୀ ନଥିଲେ ହେଲେ ହସ୍ପିଟାଲ୍ ର ଆବଶ୍ୟକୀୟ  ସାମଗ୍ରୀ କୁ କାଢି ବିଦ୍ୟୁତ୍ ସଂଯୋଗ ବନ୍ଦ କରି ହସ୍ପିଟାଲ୍ କୁ ସିଲ୍ କରାଯାଇଛି।

 ଗତ ୨୦୧୫ ମସିହା ରୁ ହସ୍ପିଟାଲ୍ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ର  ପ୍ରମାଣ ପତ୍ର ମଧ୍ୟ ନଥିବା ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି।ଏହି ହସ୍ପିଟାଲ୍ ଦୀର୍ଘ ୪୫ ବର୍ଷ ଧରି ଚାଲିଥିବା ବେଳେ ୨୦୧୫ ମସିହା ରୁ ହସ୍ପିଟାଲ୍ ର ଆବଶ୍ୟକୀୟ କାଗଜ ପତ୍ର ନାହିଁ। ଯେଉଁଥି ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ହସ୍ପିଟାଲ୍ କର୍ତ୍ତୁପକ୍ଷ କୌଣସି କାଗଜ ପତ୍ର କରି ନଥିଲେ । ଯାହା ଫଳ ରେ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାପାଳ ଙ୍କ ଅନୁମତି  ଆଣି ସିଲ୍ କରାଯାଇଥିବା କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ।ସେପଟେ ହସ୍ପିଟାଲ୍ ପୁରୁଣା ହୋଇଥିବା ରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ମିଳୁନଥିଲା । ଯାହା ଫଳ ରେ ଆବଶ୍ୟକୀୟ କାଗଜ ପତ୍ର କରି ହେଉନଥିବା ହସ୍ପିଟାଲର ଡାକ୍ତର କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.