ଶ୍ରୀନଗର,୧୩/୦୧: ଲଦାଖବାସୀଙ୍କୁ ଟନେଲ ଭେଟି । ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ସୋନମାର୍ଗ ଟନେଲ । ଜମ୍ମୁ କାଶ୍ମୀର ଲଦାଖରେ ଆଜି (ସୋମବାର) ଜେଡ୍ ମୋଡ ସୁଡଙ୍ଗ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬.୫ କିଲୋମିଟର ଲମ୍ବ ସୋନମାର୍ଗ ଟନେଲ ଗଗନଗିରିରୁ ସୋନମାର୍ଗ ସହ ସଂଯୋଗ କରିବ । ୨,୭୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଛି ଟନେଲ । ଉଦଘାଟନୀ କାର୍ଯ୍ୟକ୍ରମରେ ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଜେଡ୍ ମୋଡ ସୁଡଙ୍ଗ୍ ଜମ୍ମୁ କାଶ୍ମୀର ଏବଂ ଲଦାଖ ପାଇଁ ରାଜନୈତିକ ଏବଂ ଆର୍ଥିକ ଦୃଷ୍ଟିରୁ ବହୁତ ଗୁରୁତ୍ବପୂର୍ଣ୍ଣ । ଏହାର ଉଦଘାଟନକୁ ଅପେକ୍ଷା କରିଥିଲେ ଲଦାଖବାସୀ । ଦେଶର ପ୍ରତିରକ୍ଷା ଆବଶ୍ୟକତା ପାଇଁ ୬.୫ କିଲୋମିଟର ଲମ୍ବ ସୋନମାର୍ଗ ଟନେଲ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହାକୁ ଜେଡ ମୋଡ ସୁଡଙ୍ଗ କରିବାର କାରଣ ଏହା ଦେଖିବାକୁ ପୁରୀ ଇଂରାଜୀ ଅକ୍ଷର ଜେଡ ପରି । ଏହି ସୁଡଙ୍ଗ ପାଇଁ ୧୨ କିମି ଦୂରତା କମି ୬.୫ କିଲୋମିଟରରେ ସିମିତ ହେବ । ଏଥିରେ ଗାଡିଗୁଡିକ ଘଣ୍ଟାକୁ ୮୦ କିମି ବେଗରେ ଦୌଡିବ । ୧୦୦୦ ଯାନବାହାନ ଚଳାଚଳ କରିବାର କ୍ଷମତା ଏହି ଟନେଲ ପାଖରେ ରହିଛି ।
ଏହା ବି ପଢନ୍ତୁ...ସୁଧୁରୁନି ଡ୍ରାଗନ; ପୁଣି ଏଲଏସିରେ ମକଡ୍ରିଲ କଲା ଚୀନ, ଆଲର୍ଟରେ ଭାରତ
https://prameya.com/china-conducts-drills-near-lac-indian-forces-on-alert
#WATCH | Sonamarg, Jammu & Kashmir: After inaugurating the Z-Morh tunnel, Prime Minister Narendra Modi inspects the tunnel.
— ANI (@ANI) January 13, 2025
CM Omar Abdullah, LG Manoj Sinha and Union Minister Nitin Gadkari are also present.
(Source: DD/ANI) #KashmirOnTheRise pic.twitter.com/FbOP7COfzm
ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଭାରତ ବିକାଶର ନୂଆ ଶିଖର ଛୁଇଁଛି । ପ୍ରତି ଦେଶବାସୀ ୨୦୪୭ ଯାଏଁ ଦେଶକୁ ବିକଶିତ କରିବାରେ ଲାଗିଛନ୍ତି । ଦେଶ ଓ ଜମ୍ମୁକାଶ୍ମୀରର ଉନ୍ନତି ପାଇଁ ଯେଉଁ ଶ୍ରମିକ କଠିନ ପରିସ୍ଥିତିରେ କାମ କରିଛନ୍ତି ସେମାନଙ୍କୁ ଧନ୍ୟବାଦ । ମୋ ଶ୍ରମିକ ସାଥୀ ପ୍ରତି ଚ୍ୟାଲେଞ୍ଜକୁ ସାମ୍ନା କରି ଟନେଲ କାର୍ଯ୍ୟ ପୂରଣ କରିଛନ୍ତି । ମୋଦି ଯାହା ପ୍ରତିଶ୍ରୁତି ଦିଏ ତାହାକୁ ପୂରଣ କରିଥାଏ ।
ଟନେଲରୁ ଲାଭ-
-ଶ୍ରୀନଗର ଓ ଲଦାଖ ମଧ୍ୟରେ ଅଲୱେଦର ସଂଯୋଗ ସହଜ ହେବ ।
-ସୋନମାର୍ଗ ଟନେଲ ଲଦାଖକୁ ସବୁ ଋତୁରେ ଯୋଡିବ ।
-ଲଦାଖକୁ ଯିବା ପାଇଁ ପାହାଡିଆ ଅଞ୍ଚଳ ଦେଇ ବୁଲିବୁଲି ଯିବାକୁ ପଡିବ ନାହିଁ
-ହୋଟେଲ, ପରିବହନ, ରେଷ୍ଟୁରାଣ୍ଟ ସହ ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ ।
-ଦେଢ ଘଣ୍ଟାର ଯାତ୍ରା ମାତ୍ର ୪୦ ମିନିଟରେ ସମ୍ଭବ ହେବ ।
-ସମୟ ଓ ଇନ୍ଧନ ସୁରକ୍ଷା ସହ ଲଜିଷ୍ଟିକ ନିବେଶରେ ହ୍ରାସ ହେବ ।
-ସ୍ଥାନୀୟ କୃଷି ଉତ୍ପାଦନ ବଡ ବଜାରରେ ପହଞ୍ଚିବ
-କେଶର, ସେଓ, ଅଖରୋଟ ଓ ଚେରୀକୁ ବଡ ବଜାର ମିଳିବ ।