ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

୪ଟି ସନ୍ତାନ ଜନ୍ମକର, ୧ ଲକ୍ଷ ପୁରସ୍କାର ପାଅ, ନଚେତ… ମନ୍ତ୍ରୀଙ୍କ ଅଦ୍ଭୁତ ଘୋଷଣା

Published By : Prameya | January 13, 2025 6:56 PM

ନୂଆଦିଲ୍ଲୀ,୧୩।୧: କେନ୍ଦ୍ର ଓ ରାଜ୍ୟ ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି।   ଏପରିକି ଜନସଂଖ୍ୟାକୁ ରୋକିବା ପାଇଁ ଉପାୟକୁ ଗ୍ରହଣ କରିବାର ପ୍ରୋତ୍ସାହନ ରାଶି ଦିଆଯାଇଛି। ତେବେ ମଧ୍ୟ ପ୍ରଦେଶ ସରକାରରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ କରିଛନ୍ତି ଅଦ୍ଭୁତ ଘୋଷଣା। ସେ  ଜନସଂଖ୍ୟା ବଢାଇବା ଉପରେ ପୁରସ୍କାର ଦେବାର ଘୋଷଣା କରିଛନ୍ତି। ଅତି କମ୍‌ରେ ଚାରୋଟି ସନ୍ତାନ ଜନ୍ମ କରିବାକୁ ପରାମର୍ଶ ଦେଇଛନ୍ତି।

ଜମ୍ମୁ-କାଶ୍ମୀରରେ ମରିଛନ୍ତି ୬୦% ପାକିସ୍ତାନୀ ଆତଙ୍କୀ, ସେନା ମୁଖ୍ୟ କହିଲେ ଏଲଏସିର ତାଜା ସ୍ଥିତି

ମଧ୍ୟ ପ୍ରଦେଶର ପର୍ଶୁରାମ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ପଣ୍ଡିତ ବିଷ୍ଣୁରାଜ ରାଜୋରିୟା ଏକ ଅଦ୍ଭୁତ ଆହ୍ବାନ ଦେଇଛନ୍ତ। ସେ ଚାରୋଟି ଶିଶୁ ଜନ୍ମ କରିବାର ନିଷ୍ପତ୍ତି କରିଥିବା ଯୁବ ବ୍ରାହ୍ମଣଙ୍କୁ ଯୋଡିବା ପାଇଁ ଏକ ଲକ୍ଷ ଟଙ୍କାର ଘୋଷଣା କରିଛନ୍ତି। ରାଜୋରିୟାଙ୍କୁ ରାଜ୍ୟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀର ପାହ୍ୟା ଦିଆଯାଇଛି। 

ଭୋପାଳର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜୋରିଆ କହିଛନ୍ତି, ଦେଶରେ ବିଧର୍ମୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କାରଣ ଆମେ ବହୁ ପରିମାଣରେ ନିଜ ପରିବାରକୁ ବଢାଇବା ଉପରେ ଧ୍ୟାନ ଦେବା ବନ୍ଦ କରିଦେଇଛୁ। ଯୁବପୀଢିଙ୍କଠାରୁ ଅନେକ ଆଶା ରହିଛି। ଆମେ ବୃଦ୍ଧ ଲୋକଙ୍କଠାରୁ ଅଧିକ ଆଶା କରିପାରିବାନି। ରାଜୋରିୟା କହିଛନ୍ତି, ଆପଣ ଭାବି ପୀଢିର ସୁରକ୍ଷା ପାଇଁ ଦାୟୀ। ଆଜିର ଯୁବ ବ୍ୟବସ୍ଥିତ, ସେମାନେ ଗୋଟିଏ ସନ୍ତାନ ପରେ ପରିବାର ବଢାଇବା ବନ୍ଦ କରିଦେଉଛନ୍ତି। ଏହା ଖୁବ୍ ଚିନ୍ତାଜନକ। ଆପଣଙ୍କ ପାଖରେ ଅତି କମ୍‌ରେ ଚାରୋଟି ସନ୍ତାନ ରହିବା ଦରକାର। ଏହାପରେ ସେ ଘୋଷଣା କରିଥିଲେ ୪ଟି ସନ୍ତାନ ଥିବା ଦମ୍ପତ୍ତିଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ମୁଁବୋର୍ଡର ଅଧ୍ୟକ୍ଷ ରୁହେ କି ନରୁହେ, ପୁରସ୍କାର କିନ୍ତୁ ଦିଆଯିବ। ଯୁବପୀଢି କହୁଛନ୍ତି, ଶିକ୍ଷା ଖୁବ୍ ମହଙ୍ଗା ହୋଇଯାଇଛି।ମୋ ମତରେ ଯେପରି ବି ଚଳ, କିନ୍ତୁ ସନ୍ତାନ ଜନ୍ମ କରିବାରେ ପଛରେ ରୁହନି। ଯଦି ଏଭଳି ନକରିବ ତେବେ ବିଧର୍ମୀମାନେ ଏହି ଦେଶ ଉପରେ କବଜା କରିନେବେ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.