ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓମାର ଅବଦୁଲ୍ଲାଙ୍କ ପ୍ରଶଂସା, କହିଲେ- ‘ଆପଣ ଜମ୍ମୁକାଶ୍ମୀରର ବିଶ୍ବାସ ଜିତି ପାରିଛନ୍ତି’

Published By : Tapas Panda | January 13, 2025 7:14 PM

Image Courtesy: Social Media

ଶ୍ରୀନଗର: ସୋନମାର୍ଗ ସୁଡ଼ଙ୍ଗ ଉଦଘାଟିତ ହେବା ପରେ ଜମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୁବ ପ୍ରଶଂସା କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପଦକ୍ଷେପ ଦ୍ବାରା କେନ୍ଦ୍ରଶାସିତ ଅଞ୍ଚଳ ଏବଂ ନୂଆଦିଲ୍ଲୀ ମଧ୍ୟରେ ଦୂରତା କମିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଚେଷ୍ଟା ପାଇଁ ଜମ୍ମୁକାଶ୍ମୀରରେ ଭିତ୍ତିଭୂମିର ଦ୍ରୁତ ବିକାଶ ସମ୍ଭବ ହୋଇପାରିଛି । ତୃତୀୟ ଥର ବିଜୟ ହେବା ପରେ ଜମ୍ମୁକାଶ୍ମୀର ଆସି ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଏପରିକି ଜମ୍ମୁକାଶ୍ମୀରରେ ସଫଳତାର ସହ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ମଧ୍ୟ ପିଏମ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଅବଦୁଲ୍ଲା । 

ସେ କହିଛନ୍ତି, ‘ତୃତୀୟ ଥର ବିଜୟୀ ହେବା ପରେ ଯେବେ ଶ୍ରୀନଗର ଆସିଥିଲେ, ଆପଣ (ମୋଦୀ) ଏଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ । ସେତେବେଳେ ଲୋକମାନଙ୍କୁ ଆପଣ କିଛି ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଆପଣଙ୍କ ଉପରେ ଲୋକମାନଙ୍କ ଆସ୍ଥା ଆହୁରି ବୃଦ୍ଧି ପାଇଥିଲା ।’  ଇଣ୍ଡି ମେଣ୍ଟର ସହଯୋଗୀ ଓମାର ଅବଦୁଲ୍ଲା, ଜମ୍ମୁକାଶ୍ମୀର ଏବଂ ଦିଲ୍ଲୀ ମଧ୍ୟରେ ଦୂରତା ହ୍ରାସ କରିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ କହିଛନ୍ତି, ଆପଣ କହିଥିଲେ ଦିଲ୍ଲୀକୁ ଦୂରତା କମ୍‌ କରିବା ଲାଗି ପ୍ରତିବଦ୍ଧ । ଆଉ ଏବେ ଆପଣ ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି । 

ମାତ୍ର ୧୫ ଦିନ ଭିତରେ କାଶ୍ମୀରକୁ ଦୁଇଟି ଉପହାର ମିଳିଛି।   ପ୍ରଥମେ ଜମ୍ମୁ ରେଳ ଡିଭିଜନ୍‌ ଏବଂ ଆଜି ସୋନମାର୍ଗ ସୁଡ଼ଙ୍ଗ ଦେଇଛନ୍ତି । ଏହା ଦ୍ବାରା କେବଳ ହୃଦୟର ଦୂରତା ନୁହେଁ ନୂଆଦିଲ୍ଲୀକୁ ବି ଦୂରତା କମିଛି ବୋଲି କହିଛନ୍ତି ଓମାର ଅବଦୁଲ୍ଲା । ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁହଁରେ ସ୍ମିତହାସ୍ୟ ଖେଳିଯାଇଥିଲା । ସେପଟେ ନିକଟ ଅତୀତ‌ରେ ଅତି ସୁରୁଖୁରୁରେ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିବାକୁ ଭୁଲି ନାହାନ୍ତି ଓମାର । 

ସେ କହିଛନ୍ତି, ଆପଣ କହିଥିଲେ ଜମ୍ମୁକାଶ୍ମୀରର ଲୋକମାନଙ୍କୁ ପୁଣି ଥରେ ଭୋଟ ଦେବାର ସୁଯୋଗ ମିଳିବ । ଆଉ ଆପଣ ନିଜ ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ସବୁ ଚେଷ୍ଟା କରିଥିଲେ । ନିର୍ବାଚନରେ କୌଣସି ସ୍ଥାନରେ କିଛି ବି ଦୁର୍ନୀତି ହୋଇନାହିଁ । ଲୋକେ ଭୋଟ୍‌ ଦେଇ ନିଜ ସରକାର ବାଛିବାରେ ସୁଯୋଗ ପାଇଲେ । ପୁନଃ ନିର୍ବାଚନ ଲାଗି କୌଣସି ଆବଶ୍ୟକତା ପଡ଼ିଲା ନାହିଁ, ଏହା କେବଳ ଆପଣଙ୍କ (ମୋଦୀ) ପାଇଁ ସମ୍ଭବ ହୋଇପାରିଲା ବୋଲି ଓମାର ଅବଦୁଲ୍ଲା କହିଛନ୍ତି । ବର୍ତ୍ତମାନ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖିଲେ ଜଣେ ବିରୋଧୀ ନେତା ଭାବରେ ଓମାର ଅବଦୁଲ୍ଲା ସର୍ବାଜନୀନ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହା ଜମ୍ମୁକାଶ୍ମୀର ପ୍ରତି ପିଏମ ମୋଦୀଙ୍କ ପ୍ରତିଶ୍ରୁତି ଏବଂ ପଦକ୍ଷେପ ଉପରେ ଲୋକମାନଙ୍କ ବିଶ୍ବାସ ଆହୁରି ବଢ଼ିଛି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.