ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିପିଏସ୍‌ସି ଅଧ୍ୟକ୍ଷଙ୍କୁ ପଦରୁ ହଟାଇ ଦିଆଯିବା ଦରକାର: ଖାନ୍‌ ସାର୍‌

Published By : Tapas Panda | January 13, 2025 8:29 PM

ପାଟନା: ବିହାର ଲୋକସେବା ଆୟୋଗ (ବିପିଏସ୍‌ସି) ବିରୋଧରେ ଚାଲିଥିବା ଆନ୍ଦୋଳନର ତୀବ୍ରତା ବଢ଼ୁଛି । ଏହାରି ମଧ୍ୟରେ ବିହାରର ଲୋକପ୍ରିୟ ଶିକ୍ଷାବିତ୍‌ ଏବଂ ୟୁଟ୍ୟୁବର ଖାନ୍‌ ସାର ବଡ଼ ମନ୍ତବ୍ୟ ଦେଇଛନ୍ତି । ବିପିଏସ୍‌ସି ଅଧ୍ୟକ୍ଷଙ୍କୁ ପଦଚ୍ୟୁତ କରିବାକୁ ଦାବି କରିଛନ୍ତି ଖାନ୍‌ ସାର । ନିକଟରେ ବିହାରରେ ଅନୁଷ୍ଠିତ ହୋଇଥିବା ସିଭିଲ ସେବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ପରୀକ୍ଷାର୍ଥୀମାନେ ପୁନଃ ପରୀକ୍ଷା କରାଇବାକୁ ଜିଦ ଧରି ବସିଛନ୍ତି । 

ପରୀକ୍ଷାର୍ଥୀଙ୍କ ଏହି ଦାବିକୁ ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ସମେତ ବହୁ ଲୋକପ୍ରିୟ ଶିକ୍ଷାବିତ ମଧ୍ୟ ସମର୍ଥନ କରିଛନ୍ତି । ଏହି ତାଲିକାରେ ଖାନ ସାର ସାମିଲ ଅଛନ୍ତି । ଏଏନଆଇକୁ ପ୍ରତିକ୍ରିୟା ଦେଇ ଖାନ୍‌ ସାର କହିଛନ୍ତି, ‘ବିପିଏସସିରେ କିଛି ଲୋକ ଅଛନ୍ତି ଯେଉଁମାନେ ରାଜ୍ୟ ସରକାରଙ୍କ ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ବିପିଏସସି ଅଧ୍ୟକ୍ଷଙ୍କୁ ବାହାର କରିଦେବା ଦରକାର ।’ 

ଏହା ପୂର୍ବରୁ ବିପିଏସ୍‌ସି ପ୍ରଶାନ୍ତ କିଶୋର ଏବଂ ଖାନ ସାରଙ୍କ ସମେତ ଅନ୍ୟମାନଙ୍କୁ ଲିଗାଲ (ଆଇନଗତ) ନୋଟିସ୍‌ ଜାରି କରିଛି ।  ବିପିଏସସି ଏହି ନୋଟିସ ପଠାଇ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କ ପାଖରୁ ପରୀକ୍ଷାରେ କଥିତ ଅନିୟମିତତା ସଂପର୍କରେ ପ୍ରମାଣ ମାଗିଛି ।  ୭୦ ତମ ସିସିଇ ପରୀକ୍ଷାରେ ଅନିୟମିତତା ନେଇ ଯେଉଁ ଅଭିଯୋଗ ହୋଇଛି ତାର ପ୍ରମାଣ ୭ ଦିନ ଭିତରେ ମାଗିଛି ବିପିଏସ୍‌ସି । ନିକଟରେ ପ୍ରଶାନ୍ତ କିଶୋର କହିଥିଲେ, ପିଲାଙ୍କ ଚାକିରି ୧ କୋଟି କିମ୍ବା ଦେଢ଼ କୋଟିରେ ବିକ୍ରି ହୋଇଛି । ଏହି ଭଳି ୧୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । 

ଡିସେମ୍ବର ୧୩ରେ ବିପିଏସ୍‌ସି ପରୀକ୍ଷା ଆୟୋଜିତ ହୋଇଥିଲା । ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଅଭିଯୋଗ ପରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । କିନ୍ତୁ ଏହି ଅଭିଯୋଗଗୁ ବିପିଏସ୍‌ସି ପକ୍ଷରୁ ଖଣ୍ଡନ କରାଯିବା ସହ ୧୨ ହଜାର ପରୀକ୍ଷାର୍ଥୀଙ୍କ ପାଇଁ ପୁନଃ ପରୀକ୍ଷା ପାଇଁ କୁହାଯାଇଥିଲା । ତେବେ ଏହାକୁ ବିରୋଧ କରିବା ସହ ସବୁ ୫ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଥରେ ପରୀକ୍ଷା ଆୟୋଜନ ହେଉ ବୋଲି ଆନ୍ଦୋଳନରତ ପରୀକ୍ଷାର୍ଥୀ ଦାବି କରିଛନ୍ତି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.