ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମହାକୁମ୍ଭ ମେଳା : ୟୁପିକୁ ୨ଲକ୍ଷ କୋଟି ଟଙ୍କାର ରାଜସ୍ୱ ମିଳିବାର ସମ୍ଭାବନା

Published By : Prameya | January 13, 2025 10:52 PM

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆଜି ସକାଳୁ ( ୧୩ ଜାନୁଆରୀ) ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ଏଥିରେ ୫୦ଲକ୍ଷରୁ ଅଧିକ ଲୋକ ସଙ୍ଗମରେ ପ୍ରଥମ ପବିତ୍ର ବୁଡ଼ ଦେବେ। ସଙ୍ଗମ ସେହି ସ୍ଥାନ ,ଯେଉଁଠି ଗଙ୍ଗା ,ଯମୁନା ଓ ପୌରାଣିକ ସରସ୍ୱତୀ ନଦୀର ମିଳନ ହୋଇଛି। ବିଶ୍ୱରେ ମାନବତାର ସବୁଠୁ ବଡ଼ ସମାଗମ କୁହାଯାଇ ଥିବା ହଜାର ହଜାର ବର୍ଷ ପୁରୁଣା କୁମ୍ଭମେଳାରେ ,ପ୍ରୟାଗରାଜରେ ୪୦ କୋଟିରୁ ଅଧିକ ଲୋକଙ୍କ ଆସିବାର ଆଶା ରହିଛି , ଯାହା ଆମେରିକା ଓ ରୁଷ୍‌ର ଜନସଂଖ୍ୟା ଠାରୁ ଅଧିକ। 

୧୨ ବର୍ଷ ପରେ ଆୟୋଜିତ ହେଉଥିବା ଏହି ଆୟୋଜନ ପାଇଁ ପାଖାପାଖି ୪ହଜାର ହେକ୍ଟର କ୍ଷେତ୍ରରେ ଆୟୋଜନ କରାଯାଇଥିବା ଏହି ମେଳା ୧୬ ଫେବ୍ରୁଆରୀଯାଏ ଚାଲିବ। ଏଥିରୁ ଭାରତର ସବୁଠୁ ଜନସଂଖ୍ୟା ଥିବା ରାଜ୍ୟ  ଉତ୍ତର ପ୍ରଦେଶର ରାଜସ୍ୱରେ ପ୍ରଚୁର ବୃଦ୍ଧି ହେବାର ଆଶା କରାଯାଉଛି। ୪୫ ଦିନ ଯାଏ ଚାଲିବାକୁ ଥିବା ଏହି ବିଶାଳ ମେଳା ପାଇଁ ପାଖାପାଖି ୭୦୦୦କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି। 

ମହାକୁମ୍ଭ ୨୦୨୫ରୁ ଉତ୍ତର ପ୍ରଦେଶକୁ ୨ ଲକ୍ଷ କୋଟି ଟଙ୍କା ଯାଏ ଆର୍ଥିକ ବୃଦ୍ଧି ହେବାର ଅନୁମାନ କରାଯାଉଛି। ଏହା ମୁତାବିକ , ଯଦି ୪୦ କୋଟି ଆଗନ୍ତୁକଙ୍କ ମଧ୍ୟରୁ ପ୍ରତ୍ୟେକ ହାରାହାରି ୫ହଜାର ଟଙ୍କା ଖର୍ଚ୍ଚ କରନ୍ତି ତ , ଏହି ଆୟୋଜନରେ ୨ ଲକ୍ଷ କୋଟି ଟଙ୍କାର ଆୟ ହୋଇପାରେ। 

ନ୍ୟୁଜ୍ ଏଜେନ୍ସି ଆଇଏନଏସ୍‌ ଉଦ୍ୟୋଗ ଜଗତର ଆକଳନ ଅନୁସାରେ, ପ୍ରତି ବ୍ୟକ୍ତିର ହାରାହାରି ବ୍ୟୟ ୧୦,୦୦୦ଟଙ୍କା  ଯାଏ ବୃଦ୍ଧି ହୋଇ ପାରେ ଏବଂ ମୋଟ ଆର୍ଥିକ ପ୍ରଭାବ ୪ ଲକ୍ଷ କୋଟି ଟଙ୍କା ଯାଏ ପହଞ୍ଚି ପାରେ। ଏଥିରୁ ନାମମାତ୍ର ଓ ବାସ୍ତବିକ ଜିଡିପି ଉଭୟରେ ୧ ପ୍ରତିଶତରୁ ଅଧିକ ବୃଦ୍ଧି ହେବାର ଆଶା ରହିଛି। ଉତ୍ତର ପ୍ରଦେଶର ମୁଖମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ୨୦୧୯ରେ ପ୍ରୟାଗରାଜର ଅର୍ଦ୍ଧ କୁମ୍ଭମେଳା ରାଜ୍ୟର ଅର୍ଥବ୍ୟବସ୍ଥାରେ ୧.୨ ଲକ୍ଷ କୋଟି ଟଙ୍କାର ଯୋଗଦାନ ଦେଇଥିଲା । ୨୦୧୯ରେ ଅର୍ଦ୍ଧ ବା ଅଧା କୁମ୍ଭମେଳାରେ ପାଖାପାଖି ୨୪ କୋଟି ତୀର୍ଥ ଯାତ୍ରୀ ଆସିଥିଲେ।

ସେ ନିକଟରେ ଏକ ନ୍ୟୁଜ୍‌ ଚ୍ୟାନେଲକୁ କହିଛନ୍ତି , ଏହି ବର୍ଷ ୪୦ କୋଟି ଶ୍ରଦ୍ଧାଳୁଙ୍କ ଆସିବାର ଆଶା ରହିଛି, ତଥା ମହାକୁମ୍ଭରୁ ୨ ଲକ୍ଷ କୋଟି ଟଙ୍କା ଯାଏ ଆର୍ଥିକ ବୃଦ୍ଧି ହେବାର ଅନୁମାନ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.