ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ବିଜେପି-ବିଜେଡି ରେଷ୍ଟୁରାଣ୍ଟ ରାଜନୀତି : ଶଙ୍ଖ ଭବନକୁ ନେଇ ପ୍ରଶ୍ନ ଉଠାଇଲେ ଜଗନ୍ନାଥ, କାଉଣ୍ଟର କଲେ ଅରୁଣ... "ଯିଏ ଖାଇବ ଆସ, ଖାଲି ସାଧା ମିଲ୍"

Published By : Prameya | January 13, 2025 2:27 PM

ଭୁବନେଶ୍ଵର, ୧୩/୦୧ : ବିଜେପି-ବିଜେଡିଙ୍କ ରେଷ୍ଟୁରାଣ୍ଟ ରାଜନୀତି। ଶଙ୍ଖ ଭବନରେ ହୋଟେଲ ଖୋଲିବାକୁ ନେଇ ଆରମ୍ଭ ହେଲା ବୟାନବାଜି। ପ୍ରେସମିଟ୍ କରି ଶଙ୍ଖ ଭବନକୁ ରେଷ୍ଟୁରାଣ୍ଟ କହିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ସେପଟେ ବିଜେପି ନେତାଙ୍କୁ ଖାଇବାକୁ ନିମନ୍ତ୍ରଣ କଲେ ବିଜେଡି ନେତା ଅରୁଣ ସାହୁ। ବିଏମସି ପାଖରୁ କାର୍ଯ୍ୟାଳୟ ପାଇଁ ଅନୁମତି ନେଇ ସେଠାରେ ବିଜେଡି କେମିତି ହୋଟେଲ ଚଳାଉଛି ପ୍ରଶ୍ନ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ସେ କହିଛନ୍ତି ଯେ, କାଙ୍ଗାଳ ହୋଇଗଲାଣି ବିଜେଡି। କର୍ପୋରେଟ୍ ଫଣ୍ଡିଂ ବନ୍ଦ ହେବା ଯୋଗୁଁ ପାର୍ଟି ଅଫିସ ଖର୍ଚ୍ଚ ତୁଲାଇବା ପାଇଁ ହୋଟେଲ ଖୋଲି ବ୍ୟବସାୟ କରୁଛି ବିଜେଡି। ସତରେ କଣ ବିଜେଡି ନିଶ୍ଚିହ୍ନ ହେବାକୁ ଯାଉଛି? ଲୋକେ ଆଉ କାର୍ଯ୍ୟାଳୟକୁ ଆସୁ ନାହାଁନ୍ତି କି ? କେବଳ ପୂଜାପର୍ବ ଭଳି କାର୍ଯ୍ୟକ୍ରମ ପାଇଁ ନିମିତ୍ତ ମାତ୍ର ରହିଛି କି ବିଜେଡି କାର୍ଯ୍ୟାଳୟ ? ବିଜେଡି ଜବାବ ଦେଉ ଯେ ଶଙ୍ଖ ଭବନକୁ ହୋଟେଲ କରିବେ ନା କାର୍ଯ୍ୟାଳୟ କରିବେ? ଯଦି ହୋଟେଲ କରିବେ ସେ ଜାଗା ପାଇଁ ଅନୁମତି ବାର୍ଯ୍ୟାପ୍ତି କରାଯାଉ ବୋଲି ଦାବି କଲା ବିଜେପି। 


ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ଏହା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଷ୍ଟାର ହୋଟେଲରେ ପରିଣତ ହୋଇପାରେ ବିଜେଡି କାର୍ଯ୍ୟାଳୟ। ଅନ୍ୟ ରାଜନୈତିକ ଦଳ ଏଭଳି କରିବାକୁ ସାହାସ ପାଇବେ। ହୁଏତ ବିଜେଡି କାର୍ଯ୍ୟାଳୟ କାହା ଘରେ ଚାଲି ପରେ। ଏହା ଉପରେ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ନିଅନ୍ତୁ। ବିଜେଡି ୨୪ ବର୍ଷ ଶାସନ କଲା ପରେ ୨୦୨୧ ମସିହାରେ ଦଳର ନୂଆ କାର୍ଯ୍ୟାଳୟ କରିବା ପାଇଁ ବିଏମସି ଠାରୁ ଅନୁମତି ପାଇଥିଲା । ଜମି ମଧ୍ୟ ବିଜେଡି କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଅଛି । ୨୪ ନିର୍ବାଚନ ପୂର୍ବରୁ ଉଦ୍ଘାଟନ କରାଯାଇଥିଲା। ସର୍ବସାଧାରଣ ଭାବେ ଦଳୀୟ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ଗଣମାଧ୍ୟମ ଖବରରୁ ଜଣାପଡ଼ିଲା ଯେ, ବିଜେଡି କାର୍ଯ୍ୟାଳୟ ହୋଟେଲରେ ପରିଣତ ହୋଇଛି। ତେବେ ଏଭଳି ଘଟଣା ରାଜ୍ୟ ରାଜନୀତିରେ କେବେ ଦେଖିବାକୁ ମିଳିନି । କୌଣସି ସ୍ଥାନରେ କେବେ ରାଜନୈତିକ ଦଳ କାର୍ଯ୍ୟାଳୟକୁ ହୋଟେଲ କରିନଥିଲେ । 


ଅଧିକ ପଢନ୍ତୁ- ଯୋଗାଣ ଅଧିକାରୀଙ୍କୁ ଚେତାବନୀ, କାର୍ଯ୍ୟରେ ଅବହେଳା କଲେ ହେବ ଆକ୍ସନ୍

ସେପଟେ ଏହାକୁ କାଉଣ୍ଟର୍ କଲେ ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଯେ, ରେଳ ବିଭାଗରେ ଏବଂ ସଂସଦରେ କ୍ୟାଣ୍ଟିନ୍ ଅଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି ତାହା ମିଡିଆରେ ଦେଖାଯାଉଛି। ମୁଁ ବିଜେପି ନେତାଙ୍କୁ ନିମନ୍ତ୍ରଣ କରୁଛି ତାଙ୍କର ଯେତେବେଳେ ଖାଇବାକୁ ଇଛା ହଉଛି ସେତେବେଳେ ସେ ଶଙ୍ଖ ଭବନ କ୍ୟାଣ୍ଟିନ୍ ଆସି ସୁଦ୍ଧ ସାକାହାରୀ ଖାଦ୍ୟ ଖାଇପାରିବେ। ବିଜେପିର ଏହା ଶସ୍ତା ରାଜନୀତି। ବିଜେପିର କିଛି କାମ ନାହିଁ। ଶଙ୍ଖ ଭବନ ଯେଉଁଦିନ ତିଆରି ହୋଇଥିଲା ସେଦିନ କୁହାଯାଇଥିଲା ଏହା ଲୋକଙ୍କ ଅଫିସ। ଏଠାରେ ପ୍ରତିଦିନ ବୈଠକ ବସୁଛି। କର୍ମୀଙ୍କ ସହିତ ନେତା ଓ ସାଧାରଣ ଲୋକ ଆସି ଖାଉଛନ୍ତି। କ୍ୟାଣ୍ଟିନ୍‌ରେ ଖାଇବା କଣ ଖରାପ। କ୍ୟାଣ୍ଟିନ୍‌ ଯିଏ ନେଇଛି ସେ ବି ଦୁଇ ପଇସା ପାଇଲେ ଚଳିବେ। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.