ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ନୂଆ ଅଧିନାୟକ ଖୋଜି ନିଅ, ବିସିସିଆଇ ବୈଠକରେ ଏମିତି କହିଲେ ରୋହିତ

Published By : Ankita S | January 13, 2025 10:06 AM

ମୁମ୍ବାଇ,୧୩/୦୧: ପ୍ରଥମେ ଅଧିନାୟକ ପଦ ଛାଡିବା ନେଇ ଚର୍ଚ୍ଚା ହେଲା । ଖୁବ୍ ଆଲୋଚନା ବି ହେଲା । ମାତ୍ର ଏ କଥାକୁ ଟାଳି ଥିଲେ । ସାକ୍ଷାତକାରରେ ଟିମ୍ ଛାଡି କେଉଁଆଡେ ଯାଉ ନାହିଁ ବୋଲି କହିଥିଲେ । ଦଳର ଆବଶ୍ୟକତା ପାଇଁ କେବଳ ଗୋଟିଏ ମ୍ୟାଚ ଖେଳୁନାହିଁ ବୋଲି କହିଥିଲେ . ହେଲେ ଏବେ ପୁଣି ୟୁ-ଟର୍ଣ୍ଣ ନେଇଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ଆଉ କିଛି ମାସ ଅଧିନାୟକ ରହିବାକୁ ଇଚ୍ଛା ପ୍ରକାଶ କରିଥିବା କହିବା ସହ ନୂଆ ଅଧିନାୟକ ଖୋଜି ନିଅ ବୋଲି ରୋହିତ କହିଥିବା ରିପୋର୍ଟରୁ ଜଣାପଡିଛି । ଏହାକୁ ନେଇ ଏବେ ପୁଣି ଚର୍ଚ୍ଚା ହେଉଛି ।

ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦୁର୍ବଳ ପ୍ରଦର୍ଶନକୁ ବିସିସିଆଇ ପକ୍ଷରୁ ସମୀକ୍ଷା କରାଯାଇଛି । ବୈଠକରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ବିସିସିଆଇର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଟିମର ଭୁଲ, ଦୁର୍ବଳତା ଓ ଆବଶ୍ୟକତା ସହ ବ୍ୟକ୍ତିଗତ ଲକ୍ଷ୍ୟ ନେଇ ଖୋଲାଖୋଲି ଆଲୋଚନା କରିଥିଲେ । ଏହି ବୈଠକରେ ସେ କହିଥିବା କଥାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆଉ କିଛି ମାସ ଦଳର ଅଧିନାୟକ ରହିବାକୁ ଇଚ୍ଛା ପ୍ରକାଶ  କରିଥିବା ରୋହିତ କହିଥିବା ରିପୋର୍ଟରୁ ଜଣାପଡିଛି । ଖାଲି ସେତିକି ନୁହେଁ ନୁଆ ଅଧିନାୟକ ଖୋଜି ନିଅ ବୋଲି କହିଛନ୍ତି । ତେବେ ଯଦି ସତରେ ଆଉ କିଛି ଦିନ ରୋହିତ ଅଧିନାୟକତ୍ବ କରନ୍ତି ତେବେ ତାଙ୍କ ସ୍ଥାନ କିଏ ସମ୍ଭାଳିବ । ଏହାରି ଭିତରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ନାମ ଆଗରେ ରହିଛି । ଆଗାମୀ ଦିନରେ ବଡ ନିଷ୍ପତ୍ତି ନେଇପାରେ ବିସିସିଆଇ ।

ଏହା ବି ପଢନ୍ତୁ...ସିଡନୀ ଟେଷ୍ଟରୁ ବାଦ ପଡିବା ପରେ ମୁହଁ ଖୋଲିଲେ ରୋହିତ, କହିଲେ ମୁଁ ଅବସର ନେଇ ନାହିଁ

https://prameya.com/rohit-sharma-breaks-his-silence-on-retirement



ୟୁ-ଟର୍ଣ୍ଣ ନେଲେ ରୋହିତ- ଭାରତୀୟ କ୍ରିକେଟର ଦଳର ଅଧିନାୟକ ତାଙ୍କ କ୍ୟାପ୍ଟେନ୍ସିକୁ ନେଇ ୟୁ-ଟର୍ଣ୍ଣ ନେଇଛନ୍ତି । ବର୍ଡର-ଗାଭାସ୍କର ଟ୍ରଫି ଟୁର୍ଣ୍ଣାମେଣ୍ଟରେ ସିଡନୀ ଟେଷ୍ଟରୁ ଅଧିନାୟକ ରୋହିତ ଓହରିଥିଲେ । ଏହାପରେ ରୋହିତ ଅବସର ନେବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ପରବର୍ତ୍ତୀ ସାକ୍ଷତାକାରରେ ସେ ଦଳର ଆବଶ୍ୟକତା ପାଇଁ ସିଡନୀ ଟେଷ୍ଟରୁ ଓହରି ଥିବା କହିଥିଲେ । ଅବସନ ନେଇନାହିଁ କୁଆଡେ ଯାଉନି ବୋଲି କହିଥିଲେ । ମାତ୍ର ଏବେ ପୁଣି ବିସିସିଆଇ ବୈଠକରେ ସେ ଯେପରି ନୂଆ ଅଧିନାୟକ ଖୋଜି ନିଅ ବୋଲି କହିଛନ୍ତି ତାକୁ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.