ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ସୁଧୁରୁନି ଡ୍ରାଗନ; ପୁଣି ଏଲଏସିରେ ମକଡ୍ରିଲ କଲା ଚୀନ, ଆଲର୍ଟରେ ଭାରତ

Published By : Ankita S | January 13, 2025 10:48 AM

ନୂଆଦିଲ୍ଲୀ,୧୩/୦୧: ସୁଧୁରିବାର ନାମ ନେଉନାହିଁ ଡ୍ରାଗନ। ମନମାନି ଚଳାଉଛି । ଏଲଏସିରେ ପୁଣି ଚୀନ ମିଲିଟାରୀ ଡ୍ରିଲ କରିଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଭାରତ ସେନା ଦିବସ ପାଳନ ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ପୁଣି ପ୍ରକୃତ ନିୟନ୍ତ୍ରଣ ରେଖାରେ ମକଡ୍ରିଲ କରିଛି ଚୀନ । ଏଲଏସିରେ କମ୍ବାକ୍ଟ ଡ୍ରିଲ କରିବା ଆରମ୍ଭ କରିଛି ଚୀନ ସେନା । ଏହି ଖବର ମିଳିବା ପରେ ଆଲର୍ଟରେ ରହିଛି ଭାରତୀୟ ସେନା ।

ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ନିଜ ସେନାଙ୍କୁ ହଟାଇବାକୁ ଏବଂ ପୁଣି ଥରେ ପାଟ୍ରୋଲିଂ ଆରମ୍ଭ କରିବାକୁ ୨୦୨୪ ଅକ୍ଟୋବର ୨୧ ତାରିଖରେ ଭାରତ – ଚୀନ ମଧ୍ୟରେ ଚୁକ୍ତି ହୋଇଥିଲା। ହେଲେ ଚୀନ ସୁଧୁରିବାର ନାଁ ନେଉନି। ଏଲଏସିରେ ପୁଣି ମିଲିଟାରୀ ଡ୍ରିଲ କରୁଥିବା ଜଣାପଡିଛି। ଗୋଟିଏ ପଟେ ସାରା ଦେଶ ସେନା ଦିବସ ପାଳନରେ ବ୍ଯସ୍ତ ଥିବା ବେଳେ ସୀମାରେ ଚୀନ ପୁଣି ଏକଚାଟିଆ ପ୍ରକୃତି ଦେଖାଇଛି । ଆକ୍ଚୁଆଲ ଲାଇନ ଅଫ୍ କଣ୍ଟ୍ରୋଲ ବା ଏଲଏସିରେ ଚୀନ ସେନା କମ୍ବାକ୍ଟ ଡ୍ରିଲ କରିଛି । ଏଥିରେ ଯୁଦ୍ଧବାହାନ, ମାନବରହିତ ସିଷ୍ଟମ ଓ ଡ୍ରୋନ ସହିତ ଉନ୍ନତମାନର ଯୁଦ୍ଧାସ୍ତ୍ର ବ୍ୟବହାର କରିଛି ଚୀନ ସେନା ପିପୁଲ୍ସ ଲିବରେସନ ଆର୍ମି । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଥିଲେ ସୁଦ୍ଧା ଚୀନର ଏଭିଳି କାର୍ଯ୍ୟକଳାପ ସମସ୍ତଙ୍କୁ ଚକିତ କରିଛି । ସେପଟେ ଏହା ଜଣାପଡିବା ପରେ ଆଲଟରେ ରହିଛି ଭାରତୀୟ ସେନା ।


ଏହା ବି ପଢନ୍ତୁ...LAC ରେ ପାଟ୍ରୋଲିଂ ପାଇଁ ଭାରତ ଓ ଚୀନ ମଧ୍ୟରେ ଏଗ୍ରିମେଣ୍ଟ , କଣ ନିଆଗଲା ନିଷ୍ପତ୍ତି ...ଜାଣନ୍ତୁ

https://prameya.com/india-china-reach-agreement-on-lac-patrolling


କହିରଖୁଛୁ କି, ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଭାରତ ଓ ଚୀନ୍‌ ଲଗାତାର କଥାବାର୍ତ୍ତା ପରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂ ପାଇଁ ଏକ ନିଶ୍ଚିତ ବ୍ୟବସ୍ଥା ଉପରେ ସହମତି ମିଳିଥିଲା । ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଭାରତ ଓ ଚୀନ୍‌ ଏଲଏସିରେ ପାଟ୍ରୋଲିଂ ପାଇଁ ଏକ ଚୁକ୍ତି ହୋଇଥିଲା । ଏଥିରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ସୀମାରେ ଚାଲୁଥିବା ଷ୍ଟାଣ୍ଡଅଫ୍‌ରେ ହ୍ରାସ ପାଇବା ଆଶା କରାଯାଉଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.