ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାକୁମ୍ଭ ୨୦୨୫: ପ୍ରଥମ ଦିନରେ ବୁଡ଼ ପକାଇଲେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁ

Published By : Tapas Panda | January 13, 2025 9:31 PM

Image Courtesy: gujaratsamachar

ନୂଆଦିଲ୍ଲୀ: ମହାକୁମ୍ଭର ମହାଶୁଭାରମ୍ଭ । ପ୍ରଥମ ଦିନରେ ଆଜି(ସୋମବାର) ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି ଦେଢ଼ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ । ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ନିଆରା ଅନୁଭବ । ସେପଟେ ମଙ୍ଗଳବାର ମକର ସଂକ୍ରାନ୍ତିରେ ରହିଛି ପ୍ରଥମ ସାହି ସ୍ନାନ । ଯାହା ଭୋର ୫ଟା ୧୫ରୁ ଆରମ୍ଭ ହୋଇ ୧ ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଗଭୀର ଆସ୍ଥା, ମୋକ୍ଷ ପ୍ରାପ୍ତିର ବିଶ୍ୱାସ ନେଇ ପ୍ରୟାଗରାଜକୁ ଛୁଟି ଆସିଛନ୍ତି କୋଟି କୋଟି ଶ୍ରଦ୍ଧାଳୁ ।  ଦୀର୍ଘ ୪୫ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା ।

ଅମୃତର ଧାରା ପାଲଟିଛି ତ୍ରିବେଣୀ ସଂଗମ । ୧୪୪ ବର୍ଷର ପ୍ରତୀକ୍ଷା ପରେ ଗଙ୍ଗା-ଯମୁନା ଓ ସରସ୍ୱତୀ ନଦୀଙ୍କ ମିଳନ ସ୍ଥଳୀରେ ପୌଷ ପୂର୍ଣ୍ଣମୀର ବ୍ରାହ୍ମ ମୁହୂର୍ତ୍ତ ଭୋର ୫ଟା ୩ ମିନିଟରୁ ଆରମ୍ଭ ହୋଇଥିଲା ମହାବୁଡ଼ । ଏଥିସହ ମହାକୁମ୍ଭ ମେଳାର ହୋଇଛି ମହା ଶୁଭାରମ୍ଭ। ରାତି ପାହିଲା ବେଳକୁ ଆକାଶ ମାର୍ଗରୁ ଉତ୍ତୋଳିତ ଚିତ୍ର ସ୍ପଷ୍ଟ ବଖାଣୁଥିଲା ସଂଗମରେ ସ୍ନାନ ପାଇଁ କେମିତି ଆତୁର ଥିଲେ ଲକ୍ଷ ଲକ୍ଷ ସାଧୁ-ସନ୍ଥଙ୍କ ସହ କୋଟି କୋଟି ଶ୍ରଦ୍ଧାଳୁ । 

ମହାକୁମ୍ଭର ପ୍ରଥମ ସ୍ନାନ ତିଥିରେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପଟେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ହେବ ପ୍ରଥମ ସାହି ସ୍ନାନ। ଭୋର ୫ଟା ୧୫ରୁ ସକାଳ ୭ଟା ୫୫ ମିନିଟ୍ ଭିତରେ ରହିଛି ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ। ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡ଼ା ସାଧୁମାନେ ବୁଡ଼ ପକାଇବେ । ତାପରେ ଅନ୍ୟ ଆଖଡ଼ା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ ଅନୁମତି ମିଳିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.