ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଆଇଆଇଟି ଖଡ଼ଗପୁରର ଜଣେ ଛାତ୍ରଙ୍କ ଆତ୍ମହତ୍ୟା; ଭେଟିବାକୁ ଆସିଥିବା ବାପା,ମା’ଙ୍କୁ ମିଳିଲା ମୃତଦେହ

Published By : Bijay Swain | January 13, 2025 6:16 PM

Image courtesy- indiatoday

ନୂଆଦିଲ୍ଲୀ: ଆଇଆଇଟି ଖଡ଼ଗପୁରରେ ପଢୁଥିବା ଜଣେ ୨୧ ବର୍ଷିୟ ଛାତ୍ରଙ୍କ ମୃତଦେହକୁ ହଷ୍ଟେଲରୁ ଉଦ୍ଧାର କରାଯାଇଛି। ରବିବାର ଛାତ୍ରଙ୍କ ବାପା,ମା’ ତାଙ୍କୁ ଭେଟିବା ପାଇଁ ହଷ୍ଟେଲ ଯାଇଥିବାବେଳେ ସେ ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଥିଲା। 

ଆଇଆଇଟି ଖଡ଼ଗପୁରରେ ପଢୁଥିବା ଶୌନ ମଲ୍ଲିକ ଇଲେକ୍ଟ୍ରିକାଲ ଇଂଜିନିୟରି ବିଭାଗର ତୃତୀୟ ବର୍ଷର ଛାତ୍ର ଥିଲେ। ରବିବାର ଛୁଟି ଦିନ ଥିବାରୁ ତାଙ୍କ ବାପା,ମା’ ତାଙ୍କୁ ଭେଟିବାକୁ ଆସିଥିଲେ। ଶୌନଙ୍କୁ ବାରମ୍ବାର କଲ କରିବା ପରେ ମଧ୍ୟ ସେ କବାଟ ଖୋଲି ନଥିଲେ। ବାଧ୍ୟ ହୋଇ ତାଙ୍କ ବାପା,ମା’ ସେଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ସହାୟତାରେ କବାଟ ଭାଙ୍ଗି ରୁମ ମଧ୍ୟକୁ ପ୍ରବେଶ କରିଥିଲେ। ତେବେ ରୁମ ମଧ୍ୟରେ ଶୌନଙ୍କ ଝୁଲନ୍ତା ମୃତଦେହ ମିଳିଥିବା ନେଇ ଆଇଆଇଟିର କତ୍ତୃପକ୍ଷ ଗଣମାଧ୍ୟମକୁ ଜଣାଇଛନ୍ତି। 

“କ’ଣ ପାଇଁ ଶୌନ ଏଭଳି ପଦକ୍ଷେପ ନେଲେ ତାହା ଜଣା ପଡିନାହିଁ। ପ୍ରତି ରବିବାର ଭଳି ଏ ରବିବାର ପିଲାଟିର ବାପା,ମା’ ଖାଇବା ଧରି ତାକୁ ଭେଟିବାକୁ ଆସିଥିଲେ। ସେମାନେ ହିଁ ପ୍ରଥମେ ଶୌନଙ୍କ ମୃତଦେହ ପ୍ରଥମେ ଦେଖିଥିଲେ। ପିଲାଟି ପାଠ ପଢାରେ ବହୁ ଭଲ କରୁଥିଲା” ବୋଲି ଆଇଆଇଟି ଖଡ଼ଗପୁରର ନିର୍ଦ୍ଦେଶକ ଅମିତ ପାତ୍ର କହିଛନ୍ତି। 

“ଏହି ଘଟଣାରେ କୌଣସି ବି ସଂନ୍ଧିଗ୍ଧ ଜିନିଷ ମିଳିନାହିଁ। କଲେଜର ସମସ୍ତ ସାର ମାନଙ୍କ ସହ ପିଲାଟିର ଭଲ ସମ୍ବଦ୍ଧ ଥିଲା। ମୋ ଜାଣିବାରେ ସାଙ୍ଗ ମାନଙ୍କ ସହ ବି ସେ ବହୁତ ସହଜ ଥିଲା। ତେବେ କଲେଜର ଜଣେ ଲ୍ୟାବ ଆସିଷ୍ଟାଣ୍ଡଙ୍କ କିଛିଦିନ ତଳେ ମୃତ୍ୟୁ ହୋଇଥିଲା। ହେଲେ ଏ ଘଟଣା ସହ ସେ ଘଟଣାର କୌଣସି ମଧ୍ୟ ଲିଙ୍କ ନାହିଁ” ବୋଲି ସେ ଆହୁରି ମଧ୍ୟ କହିଛନ୍ତି। 

ଶୌନଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ମେଦିନିପୁର ମେଡିକାଲ କଲେଜକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ତେବେ ଖବର ଲେଖା ହେବା ସୁଦ୍ଧା ତାଙ୍କ ପୋଷ୍ଟମର୍ଟମ ସରିଯାଇଥିବା ଜଣାପଡିଛି। ଏ ଘଟଣାରେ ବର୍ତ୍ତମାନ ପୋଲିସ ତଦନ୍ତ କରୁଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। 

ବିଗତ କିଛି ବର୍ଷ ମଧ୍ୟରେ ଆଇଆଇଟି ଖଡ଼ଗପୁରରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତେବେ ଏହା ପୂର୍ବରୁ ୨୦୨୪ ମସିହା ଜୁନ ମାସରେ ଦେବିକା ପଲେଇ ନାମକ ଏକ ଛାତ୍ରୀ ଫାଶୀ କରିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୨୦୨୩ ମସିହା ଅକ୍ଟୋବର ମାସରେ ଇଲେକ୍ଟ୍ରିକାଲ ଇଂଜିନିୟରିର ଚତୁର୍ଥ ବର୍ଷର ଛାତ୍ର କେ କିରମ ଚନ୍ଦ୍ର ମଧ୍ୟ ଆତ୍ମହତ୍ୟା କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.