ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ତ୍ରୁଟିପୂର୍ଣ୍ଣ ଆଡ଼ମିଟ୍ କାର୍ଡ଼ ପାଇଁ ଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ

Published By : Prameya | February 22, 2025 9:10 PM

ସାଲେପୁର,୨୨/୨ :   ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଥିବାବେଳେ ଏବେ ସାମ୍ନାକୁ ଆସିଛି ଆଡମିଟ କାର୍ଡରେ ସାଙ୍ଘାତିକ ତ୍ରୁଟି । ଫଳରେ  ପରୀକ୍ଷା ଦେଇଥିବା ଛାତ୍ରୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି । ଏ ନେଇ   ପରିକ୍ଷାର୍ଥି ମାନସିକ ସ୍ତରରେ ଭାଙ୍ଗି ପଡ଼ିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଅଭିଭାବକ । 

ସୂଚନା ମୁତାବକ  ସ୍ଥାନୀୟ ଗୌତମ ନାୟକ ଓ କଳ୍ପନା ନାୟକଙ୍କ  ଝିଅ ସ୍ୱୟଂପ୍ରଭା ଚଳିତ ବର୍ଷ ଏକାମ୍ର ରସୁଲ ହାଇସ୍କୁଲର ମାଟ୍ରିକ ପରୀକ୍ଷାର୍ଥୀ ଗତକାଲି ପ୍ରଥମ ଦିନରେ ବଣହରା ନୋଡାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ ଯାଞ୍ଚ ସମୟରେ ସ୍ୱୟଂ ପ୍ରଭା ନାୟକ ସ୍ଥାନରେ ସ୍ୱୟଂ ପ୍ରଭା ସାହୁ ଦସ୍ତଖତ ହୋଇଛି । ଏହାସହ କାର୍ଡରେ ବନାନ ମଧ୍ୟ ଭୁଲ ଅଛି । ତ୍ରୁଟି ଥିବା ଦେଖି ପରୀକ୍ଷା ଦାୟିତ୍ଵରେ ଥିବା ଶିକ୍ଷକ ପରୀକ୍ଷା ଦେବାକୁ ବାରଣ କରିବା ସହ ପ୍ରଶ୍ନ ପତ୍ର ଦେବାକୁ  ବିଳମ୍ବ କରିଥିଲେ । ଯାହା ଫଳରେ ଛାତ୍ରୀ ଜଣଙ୍କ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । 

କିଛି ସମୟ ପରେ ଦ୍ୱିତୀୟ ଦିନ ପରୀକ୍ଷାରେ ଠିକ କରି ଆଣିଲେ ପରୀକ୍ଷା ଦେଇପାରିବେ ନଚେତ୍ ପରୀକ୍ଷାରୁ ବଞ୍ଚିତ ହେବେ ବୋଲି କହି ପରୀକ୍ଷା ଦେବାକୁ ସୁଯୋଗ ଦେଇଥିଲେ । ଏ ବାବଦରେ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ସୁଦ୍ଧା କର୍ତ୍ତୃପକ୍ଷ ଏ କଥାକୁ ଦୃଷ୍ଟି ଦେଇ ନ ଥିଲେ ବରଂ ହେୟ ଜ୍ଞାନ କରିଥିଲେ। ଏଭଳି ତ୍ରୁଟିପୂର୍ଣ୍ଣ ଆଡ଼ମିଟ କାର୍ଡ଼ ଯୋଗୁଁ ଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ ଏ ନେଇ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଅନ୍ୟପଟେ କିଛି ଅସୁବିଧା ହେବ ନାହିଁ ପରୀକ୍ଷା ଦେବା ସହ ତ୍ରୁଟି ଠିକ୍ କରାଯିବ ବୋଲି ଦାୟିତ୍ବହୀନତା ଭଳି ପ୍ରତିକ୍ରିୟା ଦେଇଛନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ। ଶିକ୍ଷକଙ୍କ ଏଭଳି ଦାୟିତ୍ୱହୀନତା ମନ୍ତବ୍ୟକୁ ଛାତ୍ରୀର ଭବିଷ୍ୟତକୁ ନେଇ ଅବିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.