ଭୁବନେଶ୍ବର, ୨୧/୨ : ଉଚ୍ଚସ୍ତରୀୟ କମିଟି ଆଗରେ ଅଚ୍ୟୁତ ସାମନ୍ତ ହାଜର । ରାଜ୍ୟ ଅତିଥି ଭବନକୁ ଆସି ହୋଇଛନ୍ତି ହାଜର ।
ଅନ୍ୟପଟେ, KIIT କାଣ୍ଡ ନେଇ ଉଚ୍ଚସ୍ତରୀୟ କମିଟି ପକ୍ଷରୁ କିଛି ସମୟ ପୂର୍ବରୁ ଷ୍ଟେଟମେଣ୍ଟ ରେକର୍ଡ଼ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରାଜ୍ୟ ଅତିଥି ଭବନରେ ପହଞ୍ଚିଥିଲେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ୍ ଅଗ୍ରୱାଲ, ସଚିବ ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ । ପର୍ଯ୍ୟାୟ କ୍ରମେ ବିଭିନ୍ନ ଲୋକଙ୍କର ଚାଲିଛି ଷ୍ଟେଟମେଣ୍ଟ ରେକର୍ଡ । ଷ୍ଟେଟମେଣ୍ଟ ରେକର୍ଡ ପାଇଁ KIIT ର ପୂର୍ବତନ କର୍ମଚାରୀ ମଞ୍ଜୁଶା ପାଣ୍ଡେ , ଜୟନ୍ତୀ ନାଥ ସମେତ ୩ ଜଣ କର୍ମଚାରୀ ପହଞ୍ଚିଥିଲେ ।
ପ୍ରକାଶ ଯେ, କିଟ୍ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବାକୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହାଜର ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଶୁକ୍ରବାର ସଂଧ୍ୟା ସାଢ଼େ ୬ଟାରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଥିଲା ।