ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ; ଭୁବନେଶ୍ବର ଡିସିପିଙ୍କୁ ଭେଟିଲା ଯୁବ କଂଗ୍ରେସ

Published By : Prameya | February 21, 2025 4:50 PM

ଭୁବନେଶ୍ବର,୨୧/୨ :  କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଭୁବନେଶ୍ବର ଡିସିପିଙ୍କୁ ଭେଟିଲା ଯୁବ କଂଗ୍ରେସ । ଛାତ୍ରୀ ମୃତ୍ୟୁର ନିରପେକ୍ଷ ତଦନ୍ତ ସହ ନ୍ୟାୟ ପ୍ରଦାନ ପାଇଁ ଦାବି ଜଣାଇଲା । ଏଥି ସହିତ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଦାବି କଲା । ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାନଗଲେ ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲା ।

ଅନ୍ୟପଟେ ଆଜି ରାଜ୍ୟ ଅତିଥି ଭବନରେ ପହଞ୍ଚିଛନ୍ତି ଉଚ୍ଚଶିକ୍ଷା ସଚିବ ଅରବିନ୍ଦ୍ ଅଗ୍ରୱାଲ, ସଚିବ ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ । ପର୍ଯ୍ୟାୟ କ୍ରମେ ବିଭିନ୍ନ ଲୋକଙ୍କର ଚାଲିଛି ଷ୍ଟେଟମେଣ୍ଟ ରେକର୍ଡ଼ । ଷ୍ଟେଟମେଣ୍ଟ ରେକର୍ଡ ପାଇଁ କିଟର ପୂର୍ବତନ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥଙ୍କ ସମେତ ୩ଜଣ କର୍ମଚାରୀ ପହଞ୍ଚିଛନ୍ତି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.