ସାଧାରଣତଃ ମହିଳାମାନେ ଗର୍ଭାବସ୍ଥାରେ ଯଥା ସମ୍ଭବ ଓୌଷଧ ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏହି ଓୌଷଧ ଆପଣଙ୍କ ଶରୀରକୁ ରୋଗମୁକ୍ତ କରିଥାଏ ସତ କିନ୍ତୁ ଏହାର ଗମ୍ଭୀର ପ୍ରଭାବ ପେଟରେ ଥିବା ଶିଶୁ ଉପରେ ପଡ଼ିଥାଏ । ତେଣୁ ଗର୍ଭବତୀ ମହିଳା ମାନେ ଓୌଷଧ ନଖାଇବାକୁ ଚେଷ୍ଟା କରିଥାନ୍ତି । ଏହି ସମୟରେ ଥଣ୍ଡା ଜ୍ୱର ହେବା ମଧ୍ୟ ଅତ୍ୟନ୍ତ ସାଧାରଣ । ଜ୍ୱର ପାଇଁ ସାଧାରଣତଃ ପାରାସିଟାମୋଲ୍ ବ୍ୟବହାର କରାଯାଇଥାଏ । ହେଲେ ଗର୍ଭବତୀ ମହିଳାମାନେ ଏହି ଓୌଷଧ ସେବନ କରିବା, ପେଟରେ ବଢୁଥିବା ଶିଶୁ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ । ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।
ଅଟେଂନନ୍ ଡେଫିସିଟ୍ ହାଇପରଆକ୍ଟିଭିଟି ଡିସଅର୍ଡର୍ (ADHD) ପିଲାମନଙ୍କ ଠାରେ ଦେଖିବାକୁ ମିଳୁଥିବା ସବୁଠାରୁ ସାଧାରଣ ଡିସଅର୍ଡର୍ ମଧ୍ୟରୁ ଗୋଟିଏ । ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆସିଟମିନୋଫେନ୍ ଏକ ସାଧାରଣ ପେନ୍ କିଲର୍ । ଯାହାକୁ ଗର୍ଭବତୀ ମହିଳାମାନେ ଜ୍ୱର, ଥଣ୍ଡା, କାଶ, ଅଣ୍ଟା ବିନ୍ଧା ତଥା ଅନ୍ୟାନ୍ୟ କଷ୍ଟ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଖାଇଥାନ୍ତି । ହେଲେ ଏହି ଓୌଷଧ ଖାଇବା ଦ୍ୱାରା ପିଲାମାନଙ୍କୁ ADHD ହୋଇପାରେ । ଏହା ଏକ ପ୍ରକାରର ମସ୍ତିସ୍କ ରୋଗ । ଏହି ରୋଗ ପିଲାମାନଙ୍କ ଭାବନା, ଚିନ୍ତାଧାରା ଏବଂ କାର୍ଯ୍ୟ କରିବାର କ୍ଷମତାକୁ ପ୍ରଭାବିତ କରିଥାଏ ।
ପିଲାମାନଙ୍କ ମଧ୍ୟରେ ADHD ସବୁଠାରୁ ସାଧାରଣ ନ୍ୟୁରୋଡେଭଲପମେଣ୍ଟାଲ୍ ରୋଗ ମଧ୍ୟରୁ ଗୋଟିଏ । ଏହି ରୋଗ ହେଲେ ପିଲାଙ୍କୁ ତାଙ୍କ ଆଚରଣ ପରିଚାଳନା କରିବା, କୌଣସି କାର୍ଯ୍ୟରେ ଧ୍ୟାନ ଦେବା, ହାଇପରଆକ୍ଟିଭିଟିକୁ ନିୟନ୍ତ୍ରଣ କରିବା, ନିଜ ମନୋଭାବକୁ ନିୟନ୍ତ୍ରଣ କରିବା ଏବଂ ଏକାଗ୍ର ରହିବାରେ କଷ୍ଟ ଭୋଗିବାକୁ ପଡ଼ିଥାଏ । ଏକ ଅଧ୍ୟୟନ ପାଇଁ ଗବେଷକମାନେ ୨୦୦୬ ରୁ ୨୦୧୧ ମଧ୍ୟରେ ୩୦୭ ଜଣ ଗର୍ଭବତୀ ମହିଳାଙ୍କ ରକ୍ତ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରୁ ସେମାନେ ଜାଣିପାରିଲେ ଯେ, ଆସିଟାମିନୋଫେନ୍ ବ୍ୟବହାର କରୁଥିବା ମା’ ମାନଙ୍କଠାରୁ ଜନ୍ମ ନେଉଥିବା ପିଲାମାନଙ୍କ ମଧ୍ୟରେ ADHD ହେବାର ଆଶଙ୍କା ୧୮% ଅଧିକ ଥିଲା।
ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ମାଆ ମାନଙ୍କଠାରୁ ଜନ୍ମ ନେଇଥିବା ଝିଅ ମାନଙ୍କୁ ପୁଅ ସନ୍ତାନ ସହ ତୁଳନା କରିବା ଦ୍ୱାରା ମଧ୍ୟ ଏହି ରୋଗ ହେବାର ଆସଙ୍କା ଅଧିକ ରହିଥାଏ । ସାଧାରଣ ଯନ୍ତ୍ରଣା ନିବାରକ ଔଷଧର ପ୍ରଭାବ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ଉପରେ ଛଅ ଗୁଣ ଅଧିକ ପଡ଼ିଥାଏ ।
ନ୍ୟୁୟର୍କ ପୋଷ୍ଟ ସହିତ କଥାବାର୍ତ୍ତା ସମୟରେ SCRIର ଶିଶୁ ବିଶେଷଜ୍ଞ ଡାକ୍ତର ଶୀଲା ସତ୍ୟନାରାୟଣ କହିଛନ୍ତି ଯେ, ଏହି ଔଷଧକୁ ଦଶନ୍ଧି ପୂର୍ବରୁ ମଞ୍ଜୁରୀ ମିଳିଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତୁ ନଜରରେ ରଖି FDA ଦ୍ୱାରା ଏହାକୁ ପୁନଃମୂଲ୍ୟାୟନ କରିବାକୁ ପଡ଼ିପାରେ।