ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସମସ୍ତଙ୍କର ଦୈନିକ ଜୀବନଶୈଳୀ ଖୁବ୍ ବ୍ୟସ୍ତ ହୋଇ ଯାଇଛି। ସକାଳୁ ସଞ୍ଜ ଯାଏ ଜୀବନ ପୂରା କର୍ମଚଞ୍ଚଳ। ଆଉ ଏ ଭିତରେ ଘର ଓ ପିଲାଙ୍କ ଦାୟିତ୍ୱ ଏକାଠି ସମ୍ଭାଳିବା ସହଜ କାମ ହୋଇ ନଥାଏ। ସମସ୍ୟା ସେତେବେଳେ ଆହୁରି ଅଧିକ ବଢିଯାଏ, ଯେତେବେଳେ ସ୍ୱାମୀ-ସ୍ତ୍ରୀ ଉଭୟ କର୍ମଜୀବୀ ଥାନ୍ତି। ପିଲାଙ୍କୁ ଦେଖାଶୁଣା ପାଇଁ ଘରେ ଯଦି କୌଣସି ଅନ୍ୟ ସଦସ୍ୟ ଉପସ୍ଥିତ ନଥିବେ ତ ଏହି ଚିନ୍ତା ଆହୁରି ଦ୍ୱିଗୁଣିତ ହୋଇ ଯାଏ। ଏମିତି ସ୍ଥିତିରେ ଯେବେ କାମ ପାଇଁ ଘରୁ ବାହାରକୁ ଯାଉଥିବା ବେଳେ, ପିଲାଙ୍କୁ ଘରେ ଏକୁଟିଆ ଛାଡ଼ି ଯିବାକୁ ପଡ଼ିଥାଏ । ହେଲେ ପିତାମାତାଙ୍କ ଅଧା ମନ ପିଲାଙ୍କ ପାଖରେ ହିଁ ଥାଏ। ଯଦି ଆପଣ ନିତି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତ ,ଏଠାରେ ଆପଣଙ୍କ ପାଇଁ କିଛି ଏମିତି ଜରୁରୀ ଟିପ୍ସ ସେୟାର କରାଯାଇଛି, ଯାହା ମାଧ୍ୟମରେ ଆପଣ ନିଜ ପିଲାଙ୍କୁ ଏକୁଟିଆ ସୁରକ୍ଷିତ ରହିବା ଓ ନିଜର ଧ୍ୟାନ ରଖିବା ଶିଖାଇ ପାରିବେ। ଯାହାକି ଏହାପରେ ଯେବେ ଆପଣ ନିଜ ପିଲାଙ୍କୁ ଘରେ ଏକୁଟିଆ ଛାଡ଼ିଯିବେ ତ, ତାକୁ ନେଇ ଆଉ ବେଶୀ ଚିନ୍ତିତ ହେବେ ନାହିଁ –
ପିଲାଙ୍କୁ ଶିଖାନ୍ତୁ ସୁରକ୍ଷା ସଂପର୍କିତ ଜରୁରୀ ନିୟମ –
ପିଲା ଘର ଓ ବାହାରେ ଉଭୟ ସ୍ଥାନେର ସୁରକ୍ଷିତ ରୁହନ୍ତୁ , ଏଥିପାଇଁ ତାଙ୍କୁ ପିଲାଦିନୁ ହିଁ ସୁରକ୍ଷା ସହ ଜଡ଼ିତ କିଛି ନିୟମ ବୁଝିବା ଜରୁରୀ। ଉଦାହରଣ ସ୍ୱରୂପ ପିଲାଙ୍କୁ ଶିଖାନ୍ତୁ କି ଯେବେ ଘରର ଡୋରୱେଲ ବାଜିବ , ତ ଡୋର ଖୋଲିବା ପୂର୍ବରୁ ଦେଖିବେ କି କିଏ ବାହାରେ ଅଛନ୍ତି। ଏହାସହ ଏହା ମଧ୍ୟ ଶିଖାନ୍ତୁ କି ଯେବେ ଘରେ ଏକୁଟିଆ ଥାନ୍ତି ତ ଅଜଣଲୋକଙ୍କ ସହ , ଜଣାଶୁଣା ଲୋକଙ୍କ ପାଇଁ ମଝଧ୍ୟ ଘରର ଡୋର ଖୋଲନ୍ତୁ ନାହିଁ । ପ୍ରଥମେ ପିତାମାତାଙ୍କୁ ଜଣାନ୍ତୁ ଏବଂ ଯେବେ ସେ ଖୋଲିବେ ତ ଡୋର ଖୋଲନ୍ତୁ। ଏହି ଛୋଟ ଛୋଟ କଥା ପିଲାଙ୍କୁ ସୁରକ୍ଷା ଦିଗରେ ଜାଣିବା ବହୁତ ଜରୁରୀ।
ମୁସ୍କିଲ ସ୍ଥିତି ପାଇଁ ପ୍ରସ୍ତୁତ କରି ଯା’ନ୍ତୁ-
ଯଦି ପିଲା ଘରେ ଏକୁଟିଆ ରୁହନ୍ତି ତ,ତାଙ୍କୁ ମୁସ୍କିଲ ସ୍ଥିତି ପାଇଁ ପ୍ରସ୍ତୁତ କରି ଯା’ନ୍ତୁ। ପିଲାଙ୍କୁ ମୋବାଇଲ ଫୋନ ଦେଇ ଯାଆନ୍ତୁ। ଏହାସହ ତାଙ୍କୁ ନିଜ ନମ୍ୱର ବ୍ୟତୀତ , ଜଣେ ଦୁଇ ଜଣ ବିଶ୍ୱସନୀୟ ଲୋକଙ୍କ ନମ୍ୱର ମଧ୍ୟ ଦେଇ ଯାଆନ୍ତୁ। ଏହାସହ ତାଙ୍କୁ ନିଜର ନମ୍ୱର ବ୍ୟତୀତ , ୧-୨ ବିଶ୍ୱସନୀୟ ଲୋକଙ୍କ ନମ୍ୱର ଦେଇ ଯାଆନ୍ତୁ , ଯାହାଙ୍କୁ ସେ ଆବଶ୍ୟକ ପଡ଼ିଲେ କଣ୍ଟାକ୍ଟ କରି ପାରିବେ। ଏହା ବ୍ୟତୀତ ଅଗ୍ନିଶମ ବାହିନୀ , ପୁଲିସ ଓ ଆମ୍ୱୁଲାନ୍ସ ଭଳି ଏମର୍ଜେନ୍ସି ସର୍ଭିସର ନମ୍ୱର ତାଙ୍କୁ ନିଶ୍ଚୟ କହିକି ଯାଆନ୍ତୁ।
ପିଲାଙ୍କ ଖାଦ୍ୟପେୟର ପୂରା ବ୍ୟବସ୍ଥା କରି ଯା’ନ୍ତୁ-
ଅନେକ ସମୟରେ ପିଲାଙ୍କୁ ବାରମ୍ୱାର ଭୋକ ଲାଗିଥାଏ। ଏଥିରେ ଯଦି ଆପଣ ପିଲାଙ୍କୁ ଘରେ ଏକୁଟିଆ ଛାଡ଼ି ଯାଉଥାନ୍ତି , ତ ଏହା ସୁନିଶ୍ଚିତ କରି ଯାଆନ୍ତୁ କି ଯେବେସୁଦ୍ଧା ଆପଣ ଫେରି ଆସିବେ ନାହିଁ , ତାଙ୍କୁ ଯେମିତି ଖାଦ୍ୟପେୟରେ କୌଣସି ଅଭାବ ନହେଉ। ଫ୍ରିଜ୍ରେ ବା କିଚନରେ ଖାଦ୍ୟପେୟର ସବୁ ଜିନିଷ ଏମିତି ସ୍ଥାନରେ ରଖନ୍ତୁ, ଯେମିତି ସେ ସହଜରେ ଆଣି ଖାଇ ପାରିବେ। ପିଲାଙ୍କୁ ଶିଖାଇ ଯାଆନ୍ତୁ କି ଆପଣଙ୍କର ଅନୁପସ୍ଥିତିରେ ସେ ଗ୍ୟାସ ନଜଳାନ୍ତୁ। ଏହାସହ ପିଲାଙ୍କୁ କ୍ଷତି କରୁଥିବା ଜିନିଷକୁ ତାଙ୍କ ଠାରୁ ଦୂରେଇ ଯାଆନ୍ତୁ।
ପିଲାଙ୍କୁ ବ୍ୟସ୍ତ ରଖିବା ପାଇଁ କୌଣସି ଟ୍ୟାକ୍ସ ଦେଇ ଯାଆନ୍ତୁ –
ପିଲା ଯେବେ ଘରେ ଏକୁଟିଆ ଥାନ୍ତି ତ, ଏହା ସୁନିଶ୍ଚିତ କରି ଯାଆନ୍ତୁ କି , ସେ ବୋର୍ ନହୁଅନ୍ତୁ। ଏଥିପାଇଁ ଆପଣ ପିଲାଙ୍କୁ କୌଣସି ଟାକ୍ସ ଦେଇ ଯାଇ ପାରିବେ। ଆପଣ ତାଙ୍କୁ କୌଣସି ସୁନ୍ଦର ଡ୍ରଇଂ କରିବା ପାଇଁ ଦେଇ ପାରିବେ। ତାଙ୍କର ମନପସନ୍ଦର ବୁକ୍ରୁ କିଛି ପଡ଼ିବାର କାମ ଦେଇ ଯାଇ ପାରିବେ । ଏହା ବ୍ୟତୀତ ତାଙ୍କର ମନୋରଞ୍ଜନ ପାଇଁ ତାଙ୍କର ମନପସନ୍ଦର ଖେଳନା ରଖି ଯାଇ ପାରିବେ , ଯେଉଁଥିରେ ପିଲା ଦିନସାରା ବ୍ୟସ୍ତ ରହିବେ।