ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିର ଲକ୍ଷଣକୁ ଅଣଦେଖା କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ...

Published By : Harapriya Sethi | March 7, 2025 7:38 AM

ରୋଗ ପ୍ରତିରୋଧକ ଶକ୍ତି ଆମ ଶରୀରର ସୁରକ୍ଷା କବଚ ବୋଲି ବିବେଚନା କରାଯାଇଥାଏ । ଯାହା ଶରୀରକୁ ଗମ୍ଭୀର ଏବଂ ବିପଦଜନକ ରୋଗରୁ ରକ୍ଷା କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ଯେତେ ଶକ୍ତିଶାଳୀ ହେବ, ରୋଗ ସେତେ ଦୂରରେ ରହିବ ।  ହେଲେ ଆଜିକାଲି ଆମର ଅନେକ ଅଭ୍ୟାସ ରୋଗ ପ୍ରତିରୋଧକ ଶକ୍ତିର ଶତ୍ରୁ ପାଲଟିଛି, ଯାହା ଏହି ପ୍ରାକୃତିକ ସୁରକ୍ଷା କବଚକୁ ଦୁର୍ବଳ କରୁଛି । କିନ୍ତୁ ଯେତେବେଳେ ଆମର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାକୁ ଲାଗେ, ସେତେବେଳେ ଶରୀର ଏହାର ସଙ୍କେତ ଦେବା ଆରମ୍ଭ କରିଦିଏ। ଏହି ଲକ୍ଷଣଗୁଡ଼ିକୁ ବୁଝିବା ବୁଝାବା ଉଚିତ୍‌ । ଏଗୁଡ଼ିକୁ ବୁଝି ଏଥିପ୍ରତି ସଚେତନ ରହିବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବା।

ଅଧିକାଂଶ ସମୟରେ ଥଣ୍ଡା ଲାଗିବା-

ଶୀତଦିନେ କିମ୍ବା ଋତୁ ପରିବର୍ତ୍ତନ ହେଲେ ଥଣ୍ଡା ହେବା ସାଧାରଣ କଥା । ଅଧିକାଂଶ ଲୋକ ୭ ରୁ ୧୦ ଦିନ ମଧ୍ୟରେ ଏଥିରୁ ସୁସ୍ଥ ହୋଇଯାଆନ୍ତି । କାରଣ ରୋଗ ପ୍ରତିରୋଧକ ଶକ୍ତିକୁ ଆଣ୍ଟିବଡି ଉତ୍ପାଦନ କରିବାକୁ ଅତି କମରେ ୩ ରୁ୪ ଦିନ ସମୟ ଲାଗେ । କିନ୍ତୁ ଯଦି ଆପଣଙ୍କୁ ଅଧିକାଂଶ ସମୟ ଥଣ୍ଡା ଲାଗି ରହେ, ତେବେ ଏହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିର ଏକ ବଡ଼ ଲକ୍ଷଣ ।

ପେଟ ଯନ୍ତ୍ରଣା-

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ଅନୁଯାୟୀ, ୭୦% ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ପାଚନ ପ୍ରଣାଳୀ ଉପରେ ନିର୍ଭର କରେ। କାରଣ ଏହିଠାରେ ଲାଭଦାୟକ ବ୍ୟାକ୍ଟେରିଆ ଅନ୍ତନଳୀକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରନ୍ତି । ଯଦି ଆପଣ ବାରମ୍ବାର ଡାଇରିଆ କିମ୍ବା କୋଷ୍ଠକାଠିନ୍ୟର ଶିକାର ହେଉଛନ୍ତି ତେବେ, ଏହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିର ଲକ୍ଷଣ ।

ବାରମ୍ବାର କାନ ସଂକ୍ରମଣ କିମ୍ବା ନିମୋନିଆ-

ଆମେରିକାନ୍‌ ଏକାଡେମୀ ଅଫ୍‌ ଆଲର୍ଜି, ଆଜ୍‌ମା ଏବଂ ଇମ୍ୟୁନୋଲୋଜି ଅନୁସାରେ, ଯଦି ଆପଣ ବର୍ଷକୁ ଚାରି ଥରରୁ ଅଧିକ କାନ ସଂକ୍ରମଣ କିମ୍ବା ବର୍ଷକୁ ଦୁଇଥର ନିମୋନିଆରେ ପୀଡିତ ହେଉଛନ୍ତି, ତେବେ ଏଗୁଡ଼ିକ ଦୁର୍ବଳ ରୋଗ ପ୍ରତିରେଧକ ଶକ୍ତିର ଲକ୍ଷଣ ହୋଇପାରେ।  ଏହି ଲକ୍ଷଣକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ ।

ବିଳମ୍ବରେ ଖଣ୍ଡିଆ ସୁଖିବା-

ଶରୀରର କୌଣସି ସ୍ଥାନରେ କଟି ଯାଇଥାଏ, ପୋଡ଼ି ଯାଇଥାଏ କିମ୍ବା ସାମାନ୍ୟ ଆଘାତ ହୋଇଥାଏ ତେବେ ସେହି ସ୍ଥାନକୁ ଚର୍ମ ତୁରନ୍ତ ସୁସ୍ଥ କରିବାକୁ ଲାଗିଥାଏ । ଖଣ୍ଡିଆ କିମ୍ୱା କ୍ଷତ ସ୍ଥାନକୁ ସୁସ୍ଥ କରି ଉକ୍ତ ସ୍ଥାନରେ ନୂତନ ଚର୍ମ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଶରୀର ଉକ୍ତ କ୍ଷତ ସ୍ଥାନକୁ ପୁଷ୍ଟିକର ପଦାର୍ଥରେ ଭରପୂର ରକ୍ତ ପଠାଇବା ଆରମ୍ଭ କରିଥାଏ । ଏହି ପ୍ରକ୍ରିୟା ସୁସ୍ଥ ରୋଗ ପ୍ରତିରୋଧକ ଶକ୍ତି ଥିବା ଶରୀରର କୋଷ ଉପରେ ନିର୍ଭର କରେ । ଅର୍ଥାତ୍ ଯଦି କ୍ଷତ ଶୀଘ୍ର ଶୁଖୁନାହିଁ, ତେବେ ଏହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିର ଲକ୍ଷଣ ହୋଇପାରେ ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଚାପରେ ରହିବା-

ଯଦି କୌଣସି ବ୍ୟକ୍ତି ଦୀର୍ଘ ସମୟ ଧରି ଚାପରେ ରହୁଛନ୍ତି, ତେବେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବହୁତ ଦୁର୍ବଳ କରିଥାଏ । ଆମେରିକାନ୍ ସାଇକୋଲୋଜିକାଲ୍‌ ଆସୋସିଏସନ୍‌ ଅନୁଯାୟୀ, ଚାପ ଶରୀରରେ ଲିମ୍ଫୋସାଇଟ୍ସ କିମ୍ବା ଶ୍ୱେତ ରକ୍ତ କଣିକା (WBC) ପରିମାଣକୁ ହ୍ରାସ କରିଥାଏ । ଏହା ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରେ। ଅର୍ଥାତ ଅତ୍ୟଧିକ ଏବଂ ଦୀର୍ଘ ସମୟ ପାଇଁ ମାନସିକ ଚାପ ମଧ୍ୟ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିର ଏକ ଲକ୍ଷଣ ହୋଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.