ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଆପଣଙ୍କ ପିଲା ବାରମ୍ୱାର କିଛି ଜିନିଷ ପାଇଁ ଜିଦି କରୁଛି କି ? କେମିତି ତାକୁ ବୁଝାଇବେ, ଜାଣନ୍ତୁ ଉପାୟ

Published By : Prameya | March 7, 2025 7:44 PM

ନୂଆଦିଲ୍ଲୀ : ପିଲାଙ୍କ ଇଚ୍ଛାକୁ ପୂରଣ ନକଲେ ମନ ଦୁଃଖ ହୋଇ ଥାଏ। ହେଲେ ଆପଣଙ୍କ ମନ ସେତେବେଳେ ଆହୁରି ଅଧିକ ଦୁଃଖିତ ହେବ, ଯେବେ ଆପଣଙ୍କର ସ୍ନେହର ପିଲାଟି କଥା କଥାରେ ନିଜର ଦାବି ପୂରଣ କରିବା ପାଇଁ ଜିଦ୍‌ କରୁଥିବ। ଆପଣ ଭାବୁ ଥିବେ କି , ଏହା କେମିତିକା କଥା କି ? ପିଲାର କୌଣସି ବି ଇଚ୍ଛାକୁ ପୂରଣ କରିବାନି ? ଏମିତି କେବେ ବି ନୁହେଁ । 

ପିଲାଙ୍କ ଇଚ୍ଛା ବା ଦାବିକୁ ଶୁଣିବା , ତାଙ୍କୁ ଖୁସି ରଖିବା ବାସ୍ତବିକ ମାତା-ପିତାଙ୍କର ହିଁ ଦାୟିତ୍ୱ ହୋଇ ଥାଏ। ହେଲେ , ଏଠାରେ ଏହି କଥା ଉପରେ ଧ୍ୟାନ ଦେବାକୁ ହେବ ଯେ, ଏହା ମଧ୍ୟ ମାତା-ପିତାଙ୍କର ହିଁ ଦାୟିତ୍ୱ ହୋଇଥାଏ କି, ପିଲାର ଦାବି ଓ ଏହାର ତୁରନ୍ତ ପୂରଣ ତାକୁ ଜିଦିଆ ଓ କ୍ରୋଧି କରି ନଦେଉ। କଥା ଏୟା ଯେ, ପିଲାଙ୍କର ଦାବି ଓ ଏହାକୁ ପୂରା କରିବା ମଧ୍ୟରେ ସଠିକ୍‌ ତାଳମେଳ ରଖିବା ଖୁବ୍‌ ଜରୁରୀ। ଏଥିପାଇଁ ଆପଣଙ୍କୁ ପରିବର୍ତ୍ତନଶୀଳ ସମୟ ଓ ଆବଶ୍ୟକତାକୁ ବୁଝିବାକୁ ହେବ। କାଲି ସହ ଆଜିର ତୁଳନା ନକରି, ଆଜିର ଆବଶ୍ୟକତାକୁ ବୁଝି ପିଲାଙ୍କର ଦାବିର ଉପଯୋଗିତା ତଥା ଏହାର ସାର୍ଥକତାକୁ ବୁଝି ଏହାକୁ ପୂରା କରିବାର ଅଛି ନା ନାହିଁ, ଏହି କଥାରେ ନିଷ୍ପତ୍ତି ନେବାର ଅଛି। ପିଲାଙ୍କର ଦାବିକୁ ନେଇ ବିକଳ୍ପ ବାଛିବାକୁ ହେବ, ଯାହାକି ଆପଣଙ୍କ ପିଲା ଏଥିରୁ ବଞ୍ଚିତ ହେବ ନାହିଁ କି ଜିଦିଆ ହେବ ନାହିଁ। 

ପିଲାଙ୍କ ଭବିଷ୍ୟତର ଖୁସିରେ ଧ୍ୟାନ ଦିଅନ୍ତୁ  –

ପିଲାକୁ ଖୁସି କରିବାକୁ ଚେଷ୍ଟା କରନ୍ତୁ ନାହିଁ। ହଁ ଆପଣ ଠିକ୍‌ ହିଁ ପଢିଛନ୍ତି। ଏହାର ଅର୍ଥ ଏହା ଯେ, ଆପଣ ପିଲାଙ୍କ ଛୋଟ ବଡ଼ ପ୍ରତି ଇଚ୍ଛାକୁ ତୁରନ୍ତ ପୂର କରି ତାଙ୍କୁତ ତୁରନ୍ତ ଖୁସି କରାଇ ଦେବେ , ହେଲେ ଏହାର ପରିଣାମ ଘାତକ ହୋଇ ପାରେ। ସୂଚନା ଅନୁସାରେ , ଅଭିଭାବକମାନଙ୍କ ଦ୍ୱାରା ଏମିତି କରିବା ଦ୍ୱାରା ପିଲାଙ୍କ ଦାବି ବା ଜିଦି ବଢି ବଢି ଚାଲିବ। ସେ ଖୁବ୍‌ ଜିଦିଆ ହୋଇ ଯିବେ। ଭଲ ହେବ କି ଆପଣ ନିଜର ଅଭ୍ୟାସରେ ସୁଧାର ଆଣନ୍ତୁ ଏବଂ ପିଲାର ଆବଶ୍ୟକତାକୁ ପୂରା କର, ସବୁ ଦାବିକୁ ନୁହେଁ । ଅର୍ଥାତ୍‌ ପିଲାକୁ ବର୍ତ୍ତମାନର ଖୁସି ପରିବର୍ତ୍ତେ ଭବିଷ୍ୟତରେ ଖୁସ୍‌ ଦେବାକୁ ଚେଷ୍ଟା କରନ୍ତୁ।

ପିଲାଙ୍କୁ ବେଶୀ ବଜାର ଜିନିଷ ନୁହେଁ କାହାଣୀ ପ୍ରିୟ କରାନ୍ତୁ –

ଆମେ ବିଜ୍ଞାପନ ଆଦିରେ ପ୍ରଭାବିତ ହୋଇ ଅନେକ ସମୟରେ ପିଲାଙ୍କ ପାଇଁ ଗ୍ୟାଜେଟ୍ସ ବା ଡିଜିଟାଲ ଗେମ୍‌ ଘରକୁ କିଣି ଆଣି ଥାନ୍ତିକି , ଏଥିରେ ଆମେ ନିଜ ପିଲାଙ୍କୁ ଭଲ ଶିଖାଇ ପାରିବା, ହେଲେ ଏମିତି ହେବା ଜରୁରୀ ନୁହେଁ । ଅନେକ ଗ୍ୟାଜେଟ୍ସ ତୁଳନାରେ ଜେଜେ –ଜେଜେମାଆଙ୍କ କାହାଣୀ , ପରମ୍ପରାଗତ ଖେଳରେ ପିଲା ଅଧିକ ଶିକ୍ଷା ପାଇ ଥାନ୍ତି। ଅଧ୍ୟୟନ କୁହେ କି , ପିଲା ପାଇଁ ପରମ୍ପରାଗତ ଖେଳ ଅଧିକ ଭଲ। ମହଙ୍ଗା ଖେଳନା ପିଲାଙ୍କ ଭାବନା ଓ ବିଚାର ଶକ୍ତିକୁ ବୃଦ୍ଧି କରାଇବାରେ ସାହାଯ୍ୟ କରିନଥାଏ । ଏହା ପିଲାଙ୍କୁ ଇଲେକ୍ଟ୍ରନିକ ଗ୍ୟାଜେଟ୍ସ ସହ ଅଧିକ ସଂପର୍କ ବଢାଇ ତାଙ୍କର ବାକ୍‌ଶକ୍ତି ଓ ଭାଷାର ବିକାଶରେ ବାଧା ସୃଷ୍ଟି କରିପାରେ। ଏହା ପିଲାଙ୍କ ଠାରେ ମୋଟାପାର କାରଣ ମଧ୍ୟ ହୋଇପାରେ। ପିଲାଙ୍କୁ ଆଉଟ୍‌ଡୋର ଗେମ୍‌ ସହ ନିଶ୍ଚୟ ସଂପୃକ୍ତି କରାନ୍ତୁ।

ପିଲାଙ୍କ ସହ କଥାବାର୍ତ୍ତା କରନ୍ତୁ –

କଥାବାର୍ତ୍ତାରେ ପ୍ରତି ସମସ୍ୟା ବା ସମାଧାନ ବାହାରି ଥାଏ। ପିଲାଙ୍କ ଦାବି ବା ତାଙ୍କର ପୂର୍ତ୍ତିର ପ୍ରଶ୍ନରେ ମଧ୍ୟ ପରସ୍ପର ସହ କଥାବାର୍ତ୍ତା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇ ପାରେ। ପିଲାଙ୍କୁ ପଚାର କି ସେ କାହିଁକି ଏହାକୁ ଚାହୁଁଛନ୍ତି । ପିଲାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ କି ତାଙ୍କ ଦାବି କେବଳ ଏଥିପାଇଁ ନୁହେଁ କି ଆପଣ ତାକୁ ସମୟ ଦେଉ ନାହାନ୍ତି ଏବଂ ସେ ଏହି ଖାଲିପଣକୁ ଭରିବା ପାଇଁ ଦାବି କରୁ ଥାଇ ପାରନ୍ତି। ପିଲାଙ୍କ ସହ ସମୟ ବିତେଇବା ଆରମ୍ଭ କରନ୍ତୁ। 

ସବୁ ଇଚ୍ଛା ପୂରଣ କର ନାହିଁ – 

ଯାହା ଆପଣଙ୍କ ସହ ହୋଇଛି , ତାହା ପିଲାନ୍ତୁ ସହିବାକୁ ନପଡ଼ୁ। ଅନେକ ସମୟରେ ଅଭିଭାବକ ଏହା ଭାବି ଥାନ୍ତି। ବୋଧହୁଏ ଏମିତି ହିଁ ଆପଣ ଭାବୁଥିବେ। ଯଦି ହଁ , ତ ହୋଇପାରେ କି ଏହା ଆପଣଙ୍କ ପିଲାର ଅଭ୍ୟାସକୁ ବିଗାଡି ପାରେ। ଏହି ବିଷୟରେ କନ୍ସଲଟେଣ୍ଟ ସାଇକିଆଟ୍ରିଷ୍ଟ ଡା. ସ୍ମିତା ଶ୍ରୀବାସ୍ତ କୁହନ୍ତି କି , ପିଲାଙ୍କ ଆବଶ୍ୟକତାକୁ ପୂରା କରିବା ସମୟରେ ଆପଣଙ୍କୁ ଜାଣିବା ଦରକାର କି ତାଙ୍କର ଇଚ୍ଛା ପୂରଣ ସେତିକି ହେଉ , ଯେତିକି ତାଙ୍କ ପାଇଁ ଜରୁରୀ। ଦାବିର ପୂରଣର ସୀମା ନିର୍ଦ୍ଧାରଣ ହେବା ଜରୁରୀ। ଏମିତି କରିବା ଏବେ ବି ଆରମ୍ଭ କରି ଦିଅନ୍ତୁ , ଯାହାକି ସେ ଜିନିଷର ପ୍ରମୁଖତାକୁ ବୁଝି ପାରିବେ।

ବିକଳ୍ପ ଖୋଜନ୍ତୁ –

କିଛି ବି ନୂଆ କିଣିବା ପୂର୍ବରୁ ଏହାର ବିକଳ୍ପ ବିଷୟରେ ଜାଣି ରଖନ୍ତୁ। ପିଲାଙ୍କୁ ପଚାରନ୍ତୁ ଏବଂ ଜାଣନ୍ତୁ କି ସେହି ଜିନିଷ ଭଡାରେ ବା ଉଧାର ମିଳିପାରେ କି ? ସେହି ଜିନିଷକୁ କଣ ଘରେ ଯୁଗାଡ଼ରେ ତିଆରି କରାଯାଇ ପାରିବ। 

ନିଜକୁ ପ୍ରଶ୍ନ କରନ୍ତୁ –

ପିଲା ଯଦି , ସେ ଜିଦି କରିବ ନି ତ ଆମେ କଣ କରିବା ? ତାର ଜିଦିରେ ହାରିବା ବା ଏହାକୁ ମାନିବା ପୂର୍ବରୁ ନିଜକୁ କିଛି ପ୍ରଶ୍ନ ପଚାରନ୍ତୁ କି ଜିଦିରେ ମାଗୁଥିବା ଜିନିଷ ସେ କେତେ ବ୍ୟବହାରରେ ଆଣିବ ? ସେ ଏହାର ବ୍ୟବହାରିତା ନା କେବଳ ଖୁସି। ଆପଣ ଏଥିପାଇଁ ଯେତେ ଧନ ଖର୍ଚ୍ଚ କରୁଛନ୍ତି ତାହା ଉଚିତ୍‌ ନା ନାହିଁ ? ଯଦି ଆପଣଙ୍କୁ ଆପଣଙ୍କର ପ୍ରଶ୍ନର ଜବାବ ମନମୁତାବିକ ମିଳିବ , ସେତେବେଳେ ଆପଣ ନିଜ ପିଲାର ଦାବିକୁ ବିନା ଦ୍ୱିଧାରେ ପୂରା କରନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.