ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଫ୍ୟାଟି ଲିଭର୍‌ରୁ ସବୁଦିନ ପାଇଁ ମିଳିବ ମୁକ୍ତି, ଖାଆନ୍ତୁନି ଏହି ସବୁ ଖାଦ୍ୟ...

Published By : Harapriya Sethi | March 9, 2025 8:23 AM

ଲିଭର ଆମ ଶରୀରର ଦ୍ୱିତୀୟ ବୃହତ୍ତମ ଆଭ୍ୟନ୍ତରୀଣ ଅଙ୍ଗ । ଏହା ଖାଦ୍ୟ ଏବଂ ପାନୀୟରୁ ପୁଷ୍ଟିକର ପୋଷକ ତତ୍ତ୍ୱ ପ୍ରକ୍ରିୟାକରଣ କରିଥାଏ । ଏହା ସହ ଆବଶ୍ୟକତା ଅନୁସାରେ ସମସ୍ତ ଅଙ୍ଗକୁ ସେହି ପୋଷକତତ୍ତ୍ୱକୁ ବଣ୍ଟନ କରିଥାଏ । ଯକୃତ ରକ୍ତରୁ କ୍ଷତିକାରକ ପଦାର୍ଥ ବାହାର କରି ରକ୍ତକୁ ସଫା କରେ । ଏହା ଶରୀରର ଛୋଟ ବଡ଼ ପ୍ରାୟ ୫୦୦ ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ କରିଥାଏ। ଏପରି ପରିସ୍ଥିତିରେ, ଏଥିରେ ସାମାନ୍ୟ ସମସ୍ୟା ସମଗ୍ର ଶରୀର ପାଇଁ ବିପଦଜନକ ହୋଇପାରେ । ଯକୃତର ମୁଖ୍ୟ ସମସ୍ୟା ହେଉଛି ଫ୍ୟାଟି ଲିଭର । ଏଥିରେ, ଯକୃତ ଚାରିପାଖରେ ଅତିରିକ୍ତ ଚର୍ବି ଜମା ହୋଇଯାଏ, ଯାହା ଏହାର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ ।

ଯକୃତରେ ଅତ୍ୟଧିକ ଚର୍ବି ଜମା ହେବା ଦ୍ୱାରା ଇଂଫେକ୍ସନ୍‌ ବଢିପାରେ । ଯାହା ଅଲସର ସୃଷ୍ଟି କରିପାରେ ଏବଂ ଯକୃତକୁ ଅକର୍ମଣ୍ୟ ମଧ୍ୟ ହୋଇପାରେ । ଆଜିକାଲି ଫ୍ୟାଟି ଲିଭର୍‌ ଏକ ସାଧାରଣ ରୋଗ ହେବାରେ ଲାଗିଛି । ଯଦି ଆପଣ ଏହି ସମସ୍ୟାକୁ ମୂଳପୋଛ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଗୋଟିଏ ଜିନିଷରୁ ଦୂରରେ ରହିବା ଉଚିତ। ଆସନ୍ତୁ ସେ ବିଷୟରେ ଜାଣିବା...

କେଉଁ ଖାଦ୍ୟ ଫ୍ୟାଟି ଲିଭର୍‌ ପାଇଁ ଦାୟୀ ?

କିଛି ସମୟ ପୂର୍ବରୁ କେବଳ ମଦ୍ୟପାନ କରିବା ଦ୍ୱାରା ଫ୍ୟାଟି ଲିଭର ସମସ୍ୟା ହୁଏ ବୋଲି ବିଶ୍ୱାସ କରାଯାଉଥିଲା । କିନ୍ତୁ ଏବେ ଜଙ୍କ୍ ଫୁଡ୍ ମଧ୍ୟ ଏଥିପାଇଁ ଦାୟୀ । ଏହା ବ୍ୟତୀତ ଘଣ୍ଟା ଘଣ୍ଟା ମୋବାଇଲ୍ ପାଖରେ ବସି ରହିବା, ଏକ୍ସର୍‌ସାଇଜ୍‌ ନକରିବା ଏବଂ ବିଳମ୍ବରେ ଖାଇବା ଅଭ୍ୟାସ ମଧ୍ୟ ଏହି ରୋଗକୁ ବଢାଉଛି । 

ସାଧାରଣତଃ ଫ୍ୟାଟି ଲିଭର୍‌ ଦୁଇ ପ୍ରକାରର। ଆଲକୋହୋଲିକ୍ ଫ୍ୟାଟି ଲିଭର୍‌ ଏବଂ ନନ-ଆଲକୋହୋଲିକ୍ ଫ୍ୟାଟି ଲିଭର୍‌। ମଦ୍ୟପାନ କରୁନଥିବା ଲୋକଙ୍କଠାରେ ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ଦେଖାଯାଏ। ଏବଂ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କଠାରେ ଆଲକୋହୋଲିକ୍‌ ଫ୍ୟାଟି ଲିଭର୍ ଦେଖାଦେଇଥାଏ । ଯଦି ଆପଣ ଫ୍ୟାଟି ଲିଭରକୁ ଏଡାଇବାକୁ ଚାହାଁନ୍ତି, ତେବେ ପ୍ରୋସେସଡ୍ ଫୁଡ୍‌ ଠାରୁ ଖାଦ୍ୟରୁ ଦୂରେଇ ରୁହନ୍ତୁ । କାରଣ ଏଥିରେ ଅଧିକ ପରିମାଣର ଚିନି ଏବଂ ଲୁଣ ରହିଥାଏ, ଯାହା ଯକୃତ ପାଇଁ କ୍ଷତିକାରକ । ଯେତେବେଳେ ଆପଣ ଅଧିକ ପ୍ରୋସେସଡ୍ ଫୁଡ୍‌ ଖାଆନ୍ତି, ଆପଣଙ୍କ ଯକୃତରେ ଚର୍ବି ଜମା ହେବାର ଆଶଙ୍କା ବଢ଼ିଯାଏ ।  ଯାହା ଫ୍ୟାଟି ଲିଭର୍‌ ସମସ୍ୟା ସୃଷ୍ଟି କରିପାରେ।

ଫ୍ୟାଟି ଲିଭରରୁ ରକ୍ଷା ପାଇବା ଏହି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ-

ଅଲ୍ଟ୍ରାପ୍ରସେସ୍ଡ୍ ଫୁଡ୍‌, ଶସ୍ୟ ଜାତୀୟ ଖାଦ୍ୟ, ଚିନି, ମଦ, ମାଂସ, ରୁଟି ଇତ୍ୟାଦି ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ । ଏଗୁଡ଼ିକୁ ଖାଦ୍ୟରେ ଗ୍ରହଣ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଅନେକ ମାତ୍ରାରେ ଫ୍ୟାଟି ଲିଭର୍‌କୁ ଏଡ଼ାଇ ପାରିବେ । 

ଫ୍ୟାଟି ଲିଭରରୁ ରକ୍ଷା ପାଇବା ପାଇଁ କ’ଣ ଖାଇବା ଉଚିତ?

ଫ୍ୟାଟି ଲିଭର୍‌ରୁ ରକ୍ଷା ପାଇବା ପାଇଁ ରସୁଣ, ବ୍ରୋକୋଲି, ଗ୍ରୀନ୍- ଟି, ଅଖରୋଟ, ସୋୟାବିନ୍‌ ଇତ୍ୟାଦିକୁ ନିଜ ଡାଏଟ୍‌ରେ ସାମିଲ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଶରୀରରେ ଫ୍ୟାଟି ଲିଭର୍‌ ହେବାର ଆଶଙ୍କା କମିଥାଏ ।   









Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.