ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଆପଣଙ୍କର ବି ଏସିଡ଼ିଟି ସମସ୍ୟା ଅଛି କି? ପ୍ରତିଦିନ ଖାଆନ୍ତୁ ଏହି ସବୁ ଖାଦ୍ୟ

Published By : prameya | March 9, 2025 2:52 PM

ଗଜା ମୁଗ। ଏଥିରେ ଭରପୁର ପ୍ରୋଟିନ ରହିଥାଏ । ଯଦି ଆପଣ ସକାଳ ଖାଦ୍ୟରେ ରାତିସାରା ପାଣିରେ ଭିଜା ମୁଗ ବା ଗଜା ମୁଗକୁ ସାମିଲ କରିବେ, ତାହାଲେ ଆପଣଙ୍କୁ ଭରପୁର ଶକ୍ତି ମିଳିବ ଏବଂ ସୁସ୍ଥ ରହିବେ । ଭିଜା ମୁଗ ଏକ ସମ୍ପୂର୍ଣ୍ଣ ପୁଷ୍ଟିକର ତତ୍ତ୍ୱରେ ଭରପୁର ସୁପରଫୁଡ୍ ଯାହା ଆପଣଙ୍କ ଶରୀରକୁ ପ୍ରଚୁର ଶକ୍ତି, ପୁଷ୍ଟିସାର ପ୍ରଦାନ କରେ ।

ଭିଜା ମୁଗରେ ଥିବା ଫାଇବର ଆପଣଙ୍କ ପାଚନ ତନ୍ତ୍ରକୁ ଶକ୍ତିଶାଳୀ କରିଥାଏ । ଏହା ଅନ୍ତନଳୀକୁ ସୁସ୍ଥ ରଖେ, କୋଷ୍ଠକାଠିନ୍ୟ ଦୂର କରେ, ପେଟକୁ ହାଲୁକା ଏବଂ ଆରାମଦାୟକ ରଖେ । ଯଦି ଆପଣଙ୍କର ଏସିଡିଟି କିମ୍ବା ପେଟ ଫୁଲିବା ସମସ୍ୟା ଅଛି । ତେବେ ପ୍ରତିଦିନ ସକାଳେ ଭିଜା ମୁଗ ଖାଇବା ଲାଭଦାୟକ ହୋଇପାରେ । ସେହିପରି ଆପଣ ଶାକାହାରୀ ଏବଂ ଆପଣଙ୍କ ଶରୀରକୁ ପ୍ରାକୃତିକ ପ୍ରୋଟିନ୍ ଯୋଗାଇବାକୁ ଚାହୁଁଛନ୍ତି । ତେବେ ଭିଜା ମୁଗ ସବୁଠୁ ଭଲ ।  ଏହା ମାଂସପେଶୀ ସୁଦୃଢ଼ କରିବା, ଟିସୁ ଏବଂ ଶରୀରର ବୃଦ୍ଧିରେ ସାହାଯ୍ୟ କରେ ।  ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଭିଜା ମୁଗ ଏକ ଔଷଧ ପରି କାମ କରେ । ଭିଜା ମୁଗ ଏକ କମ କ୍ୟାଲୋରୀ ଏବଂ ଉଚ୍ଚ ଫାଇବରଯୁକ୍ତ ଖାଦ୍ୟ, ଯାହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ । 

ସେହିପରି ଭିଜା ମୁଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ 'ଇ' ତ୍ୱଚାକୁ ଉଜ୍ଜ୍ୱଳ ରଖେ । ଏହା ସହିତ ଏଥିରେ ଥିବା ପ୍ରୋଟିନ ଏବଂ ଖଣିଜ ପଦାର୍ଥ କେଶକୁ ମଜବୁତ ଏବଂ ଘନ କରିବାରେ ସାହାଯ୍ୟ କରେ । ପ୍ରତିଦିନ ସକାଳେ ଭିଜା କଞ୍ଚା ଚଣା ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ ହୁଏ । ଯାହା ଶରୀରକୁ ହାଲୁକା ଏବଂ ଶକ୍ତିଶାଳୀ ଅନୁଭବ କରାଏ । ଏହା ଆପଣଙ୍କ ଯକୃତକୁ ମଧ୍ୟ ସୁସ୍ଥ ରଖେ । ତେଣୁ ପ୍ରତିଦିନ ସକାଳେ ଭିଜା ମୁଗ ଖାଇବା ଦ୍ୱାରା ଆପଣଙ୍କ ଶରୀର କେବଳ ଫିଟ୍ ଏବଂ ସୁସ୍ଥ ରହିବ ନାହିଁ । ବରଂ ଏହା ଆପଣଙ୍କୁ ସାରା ଦିନ ସକ୍ରିୟ ରଖିବ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.