ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ବଢିବାରେ ଲାଗିଛି ଡିହାଇଡ୍ରେସନ୍‌ ସମସ୍ୟା, ଜାଣନ୍ତୁ ଏହାର ପ୍ରାରମ୍ଭିକ ଲକ୍ଷଣ

Published By : Prameya | March 7, 2025 10:17 AM

ଭୁବନେଶ୍ୱର ୦୭/୦୩: ମନୁଷ୍ୟ ଶରୀର ପାଇଁ ଜଳ ଅତି ଗୁରୁତ୍ୱପୂର୍ଣ୍ଣ। ଶରୀରରେ ଜଳୀୟଅଂଶ କମିଗଲେ ଡିହାଇଡ୍ରେସନ୍‌ ଦେଖାଦିଏ। ବିଭିନ୍ନ କାରଣରୁ ଡିହାଇଡ୍ରେସନ୍‌ ବା ଜଳଶୁଷ୍କତା ହୋଇଥାଏ। ଏହାଦ୍ୱାରା ରକ୍ତସଞ୍ଚାଳନ ଠିକ୍‌ ଭାବେ ହୋଇପାରେନି। ସାଧାରଣତଃ ଖରାଦିନେ ଏହି ସମସ୍ୟା ଅଧିକ ଦେଖାଯାଏ। ତେଣୁ ଡିହାଇଡ୍ରେସନ୍‌ ହେବା ଦ୍ୱାରା ଶରୀରରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଇଥାଏ।

ଜଣେ ସୁସ୍ଥ ଲୋକ ଦିନକୁ ପାଖାପାଖି ୪ ରୁ ୫ ଲିଟର ପାଣି ପିଇବା ଜରୁରୀ। ହେଲେ ଅଧିକାଂଶ ଆବଶ୍ୟକତା ଅନୁଯାୟୀ ପାଣି ପିଅନ୍ତିନି। ଯାହାଫଳରେ ଖରାଦିନେ ଶରୀରର ଜଳୀୟଅଂଶ କମିଯାଇ ଡିହାଇଡ୍ରେସନ୍‌ ହୋଇଥାଏ। ଅଂଶୁଘାତ, ତରଳଝାଡା, ଅତ୍ୟଧିକ ଝାଳ ବୋହିବା ଆଦି କାରଣରୁ ମଧ୍ୟ ଡିହାଇଡ୍ରେସନ୍‌ ଦେଖାଦେଇଥାଏ। ଏହାର ପ୍ରାରମ୍ଭିକ ଅବସ୍ଥାରେ ପରିସ୍ରାରେ ରଙ୍ଗ ପରିବର୍ତ୍ତନ ହୋଇଥାଏ। ଶୋଷ ଲାଗିଥାଏ, ପରିସ୍ରାର ବେଗ କମ୍‌ ହୁଏ। ଓଠ ଓ ମୁହଁ ଶୁଷ୍କ ଲାଗିବା, ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ଥକାପଣ, ରକ୍ତଚାପ କମ୍‌ ହେବା, ବାନ୍ତି,ଡାଇରିଆ, ମାଂସପେଶୀ ଯନ୍ତ୍ରଣା, ତ୍ୱଚା ଲାଲ୍‌ ପଡିଯିବା ଆଦି ଲକ୍ଷଣ ଦେଖାଯାଏ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଯଥେଷ୍ଟ ମାତ୍ରାରେ ତରଳ ପଦାର୍ଥ ପିଇବା ଆବଶ୍ୟକ।

ଖରାଦିନେ ଦୈନିକ ନିର୍ଦ୍ଦିଷ୍ଟ ପରିମାଣର ପାଣି ପିଅନ୍ତୁ। ବାହାରକୁ ଯିବା ବେଳେ ଓଆରଏସ୍‌ ପିଇବା, ସାଲାଡ, ଫଳ ତରଭୁଜ, ଆଦି ସେବନ କରିବା ଉଚିତ। ଏସବୁ ବାଦ୍‌ ଯଦି ସ୍ଥିତି ଗମ୍ଭୀର ହେଉଛି, ସେ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସାରେ ରୁହନ୍ତୁ। ଦିନକୁ ଅଳ୍ପ ଅଳ୍ପ କରି ପାଣି ପିଇପାରିବେ। ହାତ ଏବଂ ତ୍ୱଚାରେ ପାଣିର ଅଭାବ ବିଷୟରେ ଜାଣିବାକୁ ସ୍କିନ୍‌ ଟର୍ଗର ଟେଷ୍ଟ, ପରିସ୍ରା ପରୀକ୍ଷା କରିପାରିବେ। ପ୍ରତିଦିନ ଏକ ଗ୍ଲାସ୍‌ ବେଲପଣା, ପଇଡପାଣି, ଓଆର୍‌ଏସ୍‌ ପାଣି ଆଦି ପିଇପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.