ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଓୟୁଏଟିକୁ ମିଳିଲା ଅବଦୁଲ କଲାମ ସମ୍ମାନ

ଭୁବନେଶ୍ୱର, ୦୩/୦୭ : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ମିଳିଲା ଡ଼. ଏପିଜେ ଅବଦୁଲ କଲାମ ପ୍ରେରଣାଦାୟକ ସମ୍ମାନ । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଟପ ନୋଚ ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କୃଷି ଓ ବୈଷୟିକ ଜ୍ଞାନକୌଶଳ ପାଇଁ ଓୟୁଏଟିକୁ ଏହି ସମ୍ମାନ ଦିଆଯାଇଛି । ସାଂସଦ ତଥା ଅଭିନେତ୍ରୀ ହେମାମାଳିନୀ ଓୟୁଏଟିର ଯୋଜନା ଓ ତଦାରଖ ନିର୍ଦ୍ଦେଶକ ଡ଼. ଦୟାନିଧି ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏଥିରେ ଦେଶର ବିଭିନ୍ନ କୋଣରୁ ଶିକ୍ଷଣୀୟ ସଂସ୍ଥା ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଉତ୍କୃଷ୍ଟ ସଂସ୍ଥାଗୁଡିକୁ ସମ୍ମାନିତ କରାଯାଇଛି । କୃଷି କ୍ଷେତ୍ରରେ ଓୟୁଏଟିର ଅବଦାନ, ଉଚ୍ଚତର ଗବେଷଣା, ଜ୍ଞାନ ପ୍ରସାରଣ ଏବଂ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷତା ହାସଲ ନିମନ୍ତେ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଛି । ଏହି ଉତ୍ସବରେ ଉତ୍ତରପ୍ରଦେଶର ମନ୍ତ୍ରୀ ସତିଶ ଚନ୍ଦ୍ର ଦ୍ୟୁବେ ଓ ମନୋହର ଲାଲ ମନ୍ନୁ କୋରି, ବିଜେପି ଜାତୀୟ ମୁଖପାତ୍ର ସୟଦ ଜାଫର ଇସଲାମ, ସାଂସଦ ବାଂଶୁରୀ ସ୍ୱରାଜ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମାନ ଆଗାମୀ ଦିନରେ ଛାତ୍ରଛାତ୍ରୀ ତଥା ଗବେଷକଙ୍କୁ ଉତ୍ସାହିତ କରିବ ବୋଲି ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.