ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଦିନକୁ ଖାଆନ୍ତୁ ଗୋଟିଏ ଚାମଚ ଦେଶୀ ଘିଅ,ମିଳିବ ଏହି ସବୁ ଲାଭ

ପ୍ରତ୍ୟେକ ଦିନ ନିଜ ଡାଏଟରେ  ସଠିକ ପରିମାଣରେ ଦେଶୀ ଘିଅ ଗ୍ରହଣ କରିଲେ,ଆପଣଙ୍କ ସ୍ୱସ୍ଥ୍ୟ ବହୁ ମାତ୍ରାରେ ଉନ୍ନତ ହେବ। ଏହି କାରଣରୁ ବୟୋଜ୍ୟେଷ୍ଠ ଲୋକମାନେ ପ୍ରାୟତଃ ଦେଶୀଘିଅ ଖାଇବାକୁ ଉପଦେଶ ଦେଇଥାନ୍ତି। ଦେଶୀଘିଅରେ ସ୍ବାସ୍ଥ୍ୟକର ଫ୍ୟାଟ୍ ରହିଥାଏ। ତେଣୁ ଏହାକୁ ଏକ ସୀମିତ ପରିମାଣରେ ସେବନ କରିବା ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ ଶରୀର ପାଇଁ ଏକ ବରଦାନ ଭଳି ଅଟେ। 

ଦେଶୀ ଘିଅର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରକୁ ବଳ ମିଳିବା ସହ ଶରୀର ପକ୍ଷେ  ମଧ୍ୟ ବହୁ ପରିମାଣରେ ହିତକର ହୋଇଥାଏ। ମାତ୍ର ଗୋଟିଏ ଚାମଚ ଦେଶୀଘିଅ ଖାଇବା ଦ୍ୱାରା ପେଟସହ ଜଡିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ। ଦେଶୀଘିଅରେ ମିଳୁଥିବା ତତ୍ତ୍ୱ ଆପଣଙ୍କ ଯକୃତ ପାଇଁ ମଧ୍ୟ ବହୁତ ଲାଭପ୍ରଦ ଅଟେ। ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ। ଏହାକୁ ସେବନ କରିବାଦ୍ୱାରା ଗୁଡ୍ କୋଲେଷ୍ଟ୍ରୋଲ ମଧ୍ୟ ବଢିଥାଏ। 

ଦେଶୀ ଘିଅରେ ମିଳୁଥିବା ତତ୍ତ୍ୱ:- ଦେଶୀ ଘିଅରେ ଭିଟାମିନ୍-ଏ,ଭିଟାମିନ୍ -କେ ଏବଂ ଭିଟାମିନ୍- ଇ ଭରପୁର ମାତ୍ରାରେ ରହିଥାଏ। ଏଥିରେ ଥିବା ଏଣ୍ଟିଅକ୍ସିଡେଣ୍ଟ ଏବଂ ଏଣ୍ଟିଇଂଫ୍ଲାମେଟାରୀ ଗୁଣ କର୍କଟ ରୋଗର ବିପଦକୁ ମଧ୍ୟ କମ୍ କରିଥାଏ। ଯଦି ଆପଣ ହୃଦରୋଗ ଜନିତ ସମସ୍ୟାରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ନିଜ ଡାଏଟରେ ଏକ ଚାମଚ ଦେଶୀ ଘିଅ ଗ୍ରହଣ କରନ୍ତୁ।  ଆପଣ ପ୍ରତ୍ୟେକ ଦିନ ଏକ ଚାମଚ ଦେଶୀଘିଅ ଖାଇ ପାରିବେ। ଏହାଠାରୁ ଅଧିକ ଖାଇଲ ଶରୀର ପକ୍ଷେ କ୍ଷତିକାରକ ହୋଇପାରେ। ଦେଶୀଘିଅ ଆପଣଙ୍କ ସ୍ୱାସ୍ଥ୍ୟ ସହ ତ୍ୱଚା ଏବଂ କେଶ ପାଇଁ ସର୍ବୋତ୍ତମ ଅଟେ। ଏହାଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଦିଶିବା ସହ କେଶ ମଧ୍ୟ ମଜଭୁତ କରିଥାଏ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.