ମାଲକାନଗିରି, ୧୩/୪ (ଆପ୍ର ) ମାଲକାନଗିରି ବ୍ଲକ ସ୍ଥ ଛତିଶଗଡ଼ ସୀମାନ୍ତ ଟିଟିବିରୀ ରାସ୍ତାରେ ଏକ ଅଟୋରୁ ଏକ କୁଇଣ୍ଟାଲ ଗଞ୍ଜେଇ ଅବକାରୀ ପୋଲିସ ଜବତ କରିଛି। ଏଥିସହ ଜଣକୁ ପୋଲିସ ଗିରଫ କରିଛି।
ମାଲକାନଗିରି ଅବକାରୀ ଥାନା ସବ- ଇନସପେକ୍ଟର ଅମିୟ କୁମାର ଖଞ୍ଜା, ଏଏସ ଆଇ ଜେମେସ ମାଲଖମ୍ ସାହୁ,କନେଷ୍ଟବଳ ଆନନ୍ଦ ପ୍ରଧାନ, ବିପୁଲ ଶେଖର ଯୋଦ୍ଧର, ପବିତ୍ରଭତ୍ରା ପ୍ରମୁଖ ମାଲକାନଗିରି ବ୍ଲକ ସ୍ଥ ଛତିଶଗଡ଼ ସୀମାନ୍ତ ଟିଟିବିରୀ ରାସ୍ତା ରେ ପାଟ୍ରୋଲିଂ ଡ୍ୟୁଟି କରୁ ଥିଲେ। ଗୋଟିଏ ଅଟୋ ଦ୍ରୁତ ଗତି ରେ ମାଲକାନଗିରି ରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା।ତାକୁ ଗୋଡ଼ାଇ ଧରି ଗାଡି ଯାଞ୍ଚ କରିବାରୁ ସେଥିରେ ଜରି ବସ୍ତା ରେ ଗଞ୍ଜେଇ ଥିବାର ଦେଖିଥିଲେ। ଗାଡି ଚାଳକକୁ ଗିରଫ କରି ଗଞ୍ଜେଇ ଗାଡିକୁ ଅବକାରୀ ଥାନା କୁ ଆଣି ଓଜନ କରିବାରୁ ଏକ କୁଇଣ୍ଟାଲ ଗଞ୍ଜେଇ ଥିଲା । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ। ଏହି ମାମଲାରେ ଚିତ୍ରକୋଣ୍ଡା ଥାନାସ୍ଥ ନୀଲୀପାର ଗ୍ରାମର ଅଟୋ ଡ୍ରାଇଭର ପ୍ରଶାନ୍ତ ଖରା କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।