ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ସୀମାନ୍ତରେ ଲ୍ୟାଣ୍ଡମାଇନ ଠାବ, ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ

Published By : Prameya | April 14, 2025 11:07 PM

ମାଲକାନଗିରି, ୧୪/୪ (ଆପ୍ର )ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ଲ୍ୟାଣ୍ଡମାଇନ ଠାବ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଗୋର୍ନା-ମାନକେଲି ରାସ୍ତାରେ ଲଗାଇ ଥିବା ପାଞ୍ଚଟି ଆଇଇଡି ଉଦ୍ଧାର କରି ଏହାକୁ ସୁରକ୍ଷିତ ଭାବେ ନିଷ୍କ୍ରିୟ କରିଛନ୍ତି ଜବାନ । 

ଜୈତାଲୁର କ୍ୟାମ୍ପର ୧୩ ବାଟାଲିୟନର ଯବାନମାନେ ଏରିଆ ଡୋମିନେସନ୍ କରିବା ଲାଗି ଗୋର୍ନା ମାଙ୍କେଲି ରାସ୍ତାକୁ ଯାଇଥିଲେ । ହେଲେ ମାଙ୍କେଲି ଗାଁ ନିକଟସ୍ଥ କଚ୍ଚା ରାସ୍ତାରେ ମାଓବାଦୀ ମାନେ ଲଗାଇ ଥିବା ୫ଟି ଆଇଇଡି ଚିହ୍ନଟ କରିଥିଲେ । ମାଓବାଦୀ ମାନେ ଏହି ରାସ୍ତାରେ ୨ କିଲୋଗ୍ରାମ ଓଜନର ୩ଟି ବିୟର ବୋତଲ ବୋମା ଓ ୩କିଲୋଗ୍ରାମ ଓଜନର ୨ଟି ଟିଫିନ୍ ବୋମା ସିରିଜରେ ରଖିଥିଲେ । ଯାହା ଏକ କମାଣ୍ଡ ସ୍ୱିଚ୍ ସହିତ ସଂଯୋଗ ହୋଇଥିଲା । ଯାହାକୁ ସୁରକ୍ଷା କର୍ମୀ ଅତି ସୁରକ୍ଷିତ ଭାବେ ନଷ୍ଟ କରିଛନ୍ତି । ସୁରକ୍ଷା ବାହିନୀର ସତର୍କତା ଯୋଗୁଁ ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ସୁରକ୍ଷା କର୍ମୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.