ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

କାଳବୈଶାଖୀ ରେ ବ୍ୟାପକ କ୍ଷତି; ବଜ୍ରପାତରେ ମା ମୃତ, ପୁଅ ଗୁରୁତର

Published By : Bijay Swain | April 11, 2025 10:56 PM

ମାଲକାନଗିରି, ୧୧।୪(ଆପ୍ର):  ଗୁରୁବାର ସନ୍ଧ୍ୟାରେ ସମଗ୍ର ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଦ୍ୱାରା ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟିବା ସହିତ ବଜ୍ରପାତରେ ଜଣେ ମା ର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁତ୍ର ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କଂସାରିପୁଟ ଗ୍ରାମରେ ଗୁରୁବାର ରାତିରେ ବଜ୍ରାଘାତରେ ମା ମୃତ, ପୁଅ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ଭତ କାଲି ରାତିରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା, ପବନ ସହ ବଜ୍ରାଘାତ ହୋଇଥିଲା। ଜିଲ୍ଲାର ମାଥିଲି ଅଞ୍ଚଳରେ ମଧ୍ୟ ଏହି ବର୍ଷା ଓ ବଜ୍ରାଘାତ ହୋଇଥିବା ବେଳେ ବ୍ଲକର କଂସାରିପୁଟ ଗ୍ରାମର ଜଣେ ମହିଳା ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତି କରାଇଥିବା ବେଳେ ସେଠାରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ମହିଳା ଜଣଙ୍କ ହେଲେ କଂସାରିପୁଟ ଗ୍ରାମର ଅଜୟ କୁମାର ନାୟକଙ୍କ ସ୍ତ୍ରୀ ଛବି ନାୟକ(୩୯) ବୋଲି ଜଣାପଡିଛି। 

ସେହିପରି ଗୁରୁତର ଆହତ ହୋଇଥିବା ପୁଅର ନାମ ଚନ୍ଦନ ନାୟକ(୧୫) ବୋଲି ଜଣାପଡିଛି। ଚନ୍ଦନ ବର୍ତ୍ତମାନ ମାଥିଲି ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଘର ବାରଣ୍ଡାରେ ମା ପୁଅ ବସିଥିବା ବେଳେ   ବଜ୍ରାଘାତରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଗତକାଲିର ଝଡ଼ ତୋଫାନ ରେ ବଡ଼ବଡ଼ ଗଛ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ବ୍ୟାପକ ପନିପରିବା ଫସଲ ମଧ୍ୟ ନଷ୍ଠ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.