ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ସୀମାନ୍ତରେ ମାଓବାଦୀଙ୍କ ପ୍ରେସର ମାଇନ ବିସ୍ଫୋରଣ : ମହୁଲ ସଂଗ୍ରହ କରୁଥିବା ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

Published By : Prameya | April 8, 2025 10:02 PM

ମାଲକାନଗିରି - ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ମାଓବାଦୀ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜି ଥିବା ପ୍ରେସର ମାଇନ ବିସ୍ଫୋରଣ ହୋଇଛି। ଏଥିରେ ଜଙ୍ଗଲରେ ମହୁଲ ସଂଗ୍ରହ କରୁଥିବା ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ,  ଅନ୍ୟଜଣେ ଗୁରୁତର ହୋଇଛନ୍ତି। 

ସୀମାନ୍ତ ନାରାୟଣପୁର ଜିଲ୍ଲା କୁତଙ୍ଗ ଜଙ୍ଗଲ ନିକଟସ୍ଥ ଗ୍ରାମର ଦୁଇଜଣ ଆଦିବାସୀ ଯୁବକ ଜଙ୍ଗଲକୁ ମହୁଲ ସଂଗ୍ରହ ପାଇଁ ଯାଇ ଥିଲେ, ପୂର୍ବରୁ ଯବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜି ଥିବା ପ୍ରେସର ମାଇନ ଉପରେ ଏହି ଦୁଇଜଣ ଯୁବକଙ୍କ ପାଦ ପଡି ଯିବାରୁ ହଠାତ୍‌ ବିସ୍ଫୋରଣ ଘଟିଥିଲା, ଏହି ବିସ୍ଫୋରଣରେ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଏ ସମ୍ପର୍କରେ ଗ୍ରାମବାସୀ ନିକଟସ୍ଥ ସିଆରପିଏଫ କ୍ୟାମ୍ପରେ ଜଣାଇବା ପରେ ସିଆରପିଏଫ ଯବାନ ମାନେ ଘଟଣା ସ୍ଥଳରେ ପହଁଚି, ଆହତ ଯବାନଙ୍କୁ ନାରାୟଣପୁର ଜିଲ୍ଲା ହସ୍ପିଟାଲକୁ ନେଇ ଚିକିତ୍ସା ଚଲାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.