ଭୁବନେଶ୍ୱର, ୧୩/୦୪: ଶ୍ରୀମନ୍ଦିର ଉପରେ ଅଭାବନୀୟ ଦୃଶ୍ୟ । ଚିଲ ଉଡାଉଛି ପତିତପାବନ ବାନା । ଶ୍ରୀମନ୍ଦିର ଠାରେ ରବିବାର ସକାଳୁ ଦେଖିବାକୁ ମିଳିଛି ଏଭଳି ଅପୂର୍ବ ଦୃଶ୍ୟ। ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ।
ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବାର ନଜିର ମଧ୍ୟ ଆସିଛି। ହେଲେ ଆଜି ଏକ ଚିଲ ମହାପ୍ରଭୁଙ୍କ ନୀଳଚକ୍ର ବାନା ନେଇ ନୀଳଚକ୍ର ଚତୁଃପାର୍ଶ୍ଵରେ ବୁଲୁଥିବାର ଦେଖିବାକୁ ମିଳିଥିଲା।