ପୁରୀ,୧୦/୦୪: ଆସନ୍ତା ୧୪ରେ ଶିରୁଳି ମହାବୀର ମନ୍ଦିରରେ ମହାବିଷୁବ ପଣା ସଂକ୍ରାନ୍ତି ମହାସମାରୋହରେ ଅନୁଷ୍ଠିତ ହେବ । ଏହି ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି ସମାପନ କରିବା ଲାଗି ଗୁରୁବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ଅଭିଷେକ ଦାଶ ସୂଚନା ଦେଇଛନ୍ତି ।
ତାଙ୍କ କହିବାନୁଯାୟୀ, ମନ୍ଦିର ପରିସରରେ ଅପରାହ୍ନ ୩ଟା ୩୦ରେ ସଦର ବିଡିଓ, ଚନ୍ଦନପୁର ଥାନା ଅଧିକାରୀ, ଜିଲ୍ଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ, ଚନ୍ଦନପୁର ଚିକିତ୍ସାଳୟର ଇନଚାର୍ଜ ଡାକ୍ତର ଓ ଆରଡବ୍ଲ୍ୟୁଏସଏସର କନିଷ୍ଠଯନ୍ତ୍ରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।