ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ଗୁରୁବାର ଠାକୁରଙ୍କ ଦୟଣା ଚୋରି ନୀତି, ୨ଦିନ ରତ୍ନଭଣ୍ଡାର ମରାମତି ବନ୍ଦ

Published By : Prameya | April 10, 2025 10:24 AM

ପୁରୀ,୧୦/୦୪: ବୁଧବାର ଦ୍ୱାଦଶୀ  ତିଥିରେ ବଡ଼ଦେଉଳରେ କନ୍ଦର୍ପାଧିବାସ  ନୀତି ସମ୍ପନ୍ନ ହୋଇଛି । ଠାକୁରଙ୍କ ଚନ୍ଦନଲାଗି ନୀତି ବଢ଼ିବା ପରେ କନ୍ଦର୍ପ  ପଟି ଅଧିବାସ ହୋଇଥିଲା । କନ୍ଦର୍ପ  ପଟିଙ୍କୁ ମହାସ୍ନାନ କରାଯାଇ ଭୋଗ  ଅର୍ପଣ କରାଯାଇଥିଲା । ଏହାପରେ  ବନ୍ଦାପନା ସମ୍ପନ୍ନ ହୋଇଥିଲା । ଗୁରୁବାର  ଠାକୁରଙ୍କ ଦୟଣା ଚୋରି ନୀତି ପାଳନ  ହେବ । ଜଗନ୍ନାଥ ବଲ୍ଲଭକୁ ଠାକୁରଙ୍କ  ସହ କନ୍ଦର୍ପପଟି ବିଜେ ହେବେ । ଦୟଣା  ଚୋରି କରି ଠାକୁରେ ବନ୍ଧା ହେବେ ।  

ତ୍ରୟୋଦଶୀରେ ମହାପ୍ରଭୁଙ୍କ  ଦୟଣା ଚୋରି ନୀତି ଜଗନ୍ନାଥ ବଲ୍ଲଭ  ମଠ ପରିସରରେ ଅନୁଷ୍ଠିତ ହେବ ।  ଇନ୍ଦ୍ରଦେବଙ୍କ ଉଦ୍ୟାନ ମାଳି କନ୍ଦର୍ପଙ୍କୁ  ବାନ୍ଧି ଦୟଣା ଗଛ ଚୋରି କରିଥିବେ  ଶ୍ରୀରାମକୃଷ୍ଣ । ପରେ ସୁବାସିତ ଦୟଣା  ଗଛ ଚୋରି କରିବା ଅଭିଯୋଗରେ  ଠାକୁରେ ବନ୍ଧା ହେବେ । ଶ୍ରୀମନ୍ଦିର  ଭୋଗମଣ୍ଡପ ଘରେ ବନ୍ଧନ ଅବସ୍ଥାରେ  ଠାକୁରଙ୍କୁ ରାତି ବିତାଇବାକୁ ହେବ ।  ସେଦିନ ମହାପ୍ରଭୁଙ୍କ ଆଜ୍ଞାମାଳ  ପାଇ ଶ୍ରୀରାମକୃଷ୍ଣ ପାଲିଙ୍କିରେ  ବିଜେ ହୋଇ ମଠରେ ପହଞ୍ଚିବେ ।  ଅଧିବାସ ହୋଇଥିବା କନ୍ଦର୍ପ  ପଟିଙ୍କୁ ପାଲିଙ୍କି ସମ୍ମୁଖରେ ସ୍ଥାପନା  କରାଯାଇଥିବ । ଶ୍ରୀରାମକୃଷ୍ଣ ଓ  କନ୍ଦର୍ପପଟି ମଠ ପରସରରେ ବିଜେ  ହେବେ । 

କନ୍ଦର୍ପପଟିଙ୍କୁ ସମ୍ମୁଖରେ  ବିଜେ କରାଯାଇ ବିଧି ଅନୁସାରେ ହୋମ ଯଜ୍ଞ ହେବ । ପ୍ରସାଦ ଲାଗି,  ବନ୍ଦାପନା ଓ ଚାମର ଆଲଟ ବଢିବ । ଠାକୁରଙ୍କୁ ଖିରି ପିଠା ଭୋଗ ଲାଗିବ ।  ପରେ ବିଧି ମତେ ମଦନମୋହନ,  ଭୂଦେବୀ ଓ ଶ୍ରୀଦେବୀଙ୍କୁ ଦୟଣା  ଲାଗି କରାଯିବ । ଏହି ସ୍ୱତନ୍ତ୍ର ନୀତି  ପାଇଁ ଗୁରୁବାର ଓ ଶୁକ୍ରବାର ଦୁଇ  ଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.